ଘରେ ଶୋଇଥିବା ବେଳେ ଓଲଟିପଡିଲା ଧାନ ଡୋଲି

Spread the love

କେନ୍ଦୁଝର, 26.01.2021(ସନ୍ଧାନ ନିଉଜ୍): ଓଲଟିଲା ଧାନ ଡୋଲି । ଫଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁରେ ଘଟିଛି ଅଘଟଣ । ସୂଚନାଯୋଗ୍ୟ ଯେ, ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁରେ ସ୍ବାମୀ-ସ୍ତ୍ରୀ ରାତିରେ ଘରେ ଶୋଇଥିବା ସମୟରେ ସେହି ଘରେ ଥିବା ଧାନ ଡୋଲି ଓଲଟି ପଡିଥିଲା । ଫଳରେ ଡୋଲି ତଳେ ଚାପିହୋଇ ରହିଥିଲେ ସ୍ବାମୀ ମାଗୁଆ ହୋ ଓ ସ୍ତ୍ରୀ ଜୀନା । ପରିବାର ଲୋକେ ଓ ପଡୋଶୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ସ୍ତ୍ରୀକୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ସ୍ବାମୀ ଏବେ ଚିକିତ୍ସିତ ହେଉଛନ୍ତି ।

 

Related Posts

About The Author

Add Comment