ଘରୁ ମିଳିଲା ନବ ବଧୂଙ୍କ ମୃତଦେହ

Spread the love

କଳାହାଣ୍ଡି , ୧୦.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) : ଘର ଭିତରୁ ନବବିବାହିତ ମହିଳାଙ୍କ ଝୁଳନ୍ତା ଶବ ଉଦ୍ଧାର । ମୃତକ କୌଶଲ୍ୟା ବେହେରା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଷ୍ଟେଚୁପଡା ଭଡ଼ା ଘରୁ ଶବ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ରମ୍ଭ କରିଛି ।

ଖବର ଅନୁଯାୟୀ, ୫ମାସ ତଳେ ଭବାନୀପାଟଣା ସଦର ଥାନା ଅଞ୍ଚଳର ଅଶୋକ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତେବେ କୌଶଲ୍ୟା ଆତ୍ମହତ୍ୟା କରିଥିବା ଅଶୋକ ପୋଲିସକୁ ସୂଚନା ଦେଇଥିବା ବେଳେ  ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତକ ଘର ପାରଳାଖେମୁଣ୍ଡିରେ , ତେଣୁ ତାଙ୍କ ତାଙ୍କ ପରିବାର ସଦସ୍ୟଙ୍କୁ ଅପେକ୍ଷା କରାଯାଇଛି। ଝିଅର ମୃତ୍ୟୁ ନେଇ ପରିବାର ଲୋକଙ୍କୁ ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି । ତେବେ ଆଗକୁ ପୋଲିସ ତଦନ୍ତ କଲେ ପ୍ରକୃତ ତଥ୍ୟା ସାମ୍ନାକୁ ଆସିବ । ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ? ଆତ୍ମହତ୍ୟାର କାରଣ କଣ ? । ଏପରି ଆଦି ଅନେକ ପ୍ରଶ୍ନର ଉତ୍ତର ପୋଲିସ ତଦନ୍ତ ପରେ ପଦାକୁ ଆସିବ । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯିବ ବୋଲି ସୂଚନା ମିଳିଛି ।

Related Posts

About The Author

Add Comment