ଗ୍ରାମ ପଂଚାୟତର ଭତ୍ତିି, ବ୍ୟବସ୍ଥା ଓ ବିକାଶ

Spread the love

ଏକଦା ଭାରତର ଭାତ ହାଣ୍ଡି ଗ୍ରାମରେ ରହିଛି ଏବଂ ପ୍ରତି ଗ୍ରାମର ବିକାଶ ହେଲେ ଦେଶର ବିକାଶ ହୋଇପାରିବ ବୋଲି ମହାତ୍ମାଗାନ୍ଦୀ ପ୍ରକାଶ କରିଥିଲେ । ପରେ ଗ୍ରାମର ବିକାଶ ପାଇଁ ଗ୍ରାମ ପଂଚାୟତ ଆଇନ୍ ସାରା ଦେଶରେ କାର୍ଯ୍ୟକାରୀ କରାଯାଇଥିଲା । ସେହିପରି ପ୍ରତ୍ୟକ ରାଜ୍ୟରେ ଗ୍ରାମ ପଂଚାୟତର ବିକାଶ ପାଇଁ ଜଣେ ଜଣେ ନିର୍ବାହୀ ଅଧିକାରୀ ମାନଙ୍କୁ ସରକାର ନିଯୁକ୍ତ ଦେଇ ସେମାନଙ୍କ ଦ୍ୱାରା ପ୍ରତ୍ୟକ କାର୍ଯ୍ୟ କରାଇ ଆସୁଛନ୍ତି । ଫଳରେ ଗ୍ରାମ ମାନଙ୍କର ଦୃତ ବିକାଶ ପରିଲକ୍ଷିତ ହେଉଛି । ୧୯୬୪ ଶତାଦ୍ଧୀରୁ ଗ୍ରାମ ଗଡିକରେ ଯୋଗାଯୋଗ ନଥିଲା କିନ୍ତୁ ବର୍ତ୍ତମାନ ଗ୍ରାମ ଗଡିକକରୁ ପକ୍କା ସଡକ ଯୋଜନାରେ ଅନ୍ତଭୁକ୍ତ କରାଯାଇ ଯୋଗାଯୋଗ ବ୍ୟବସ୍ଥାର ବିକାଶ ହୋଇପାରିଛି । ସେହିପରି ଦାରିଦ୍ୱ ଦୂରିକରଣ ଯୋଜନା ହେଉ ଅଥବା ପଂଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟ, ସାମଜିକ ସୁରକ୍ଷା, ବନୀକରଣ, ଅର୍ଥନିତି ସୁଦୃଢ଼ କରଣ, ଅତ୍ମନିର୍ଭଳଶୀଳ କରିବାର ବ୍ୟବସ୍ଥା, ସାମଜିକ ନ୍ୟାୟ ପ୍ରଦାନ, ପାକୃତିକ ବିପର୍ଯ୍ୟସ୍ତର ମୁକାବିଲା, ଆଦି ସମସ୍ତ କାର୍ଯ୍ୟ ପଂଚାୟତ ହସ୍ତରେ ନ୍ୟସ୍ତ କରାଯାଇଛି । ୧୯୬୪ ମସିହାରେ ପଂଚାୟତ ଦ୍ୱାରା ବୃହତର ସ୍ୱାର୍ଥକୁ ଦୃଷ୍ଟି ଦେଇ ପଂଚାୟତରାଜ ବିଭାଗ ସୃଷ୍ଟି କରାଯାଇଥିଲା । ଏହାର ଲକ୍ଷ ଥିଲା ଦେଶର ସମସ୍ତ ଗ୍ରାମ ମାନଙ୍କର ବିକାଶ ସହିତ ଗ୍ରାମର ପ୍ରତ୍ୟକ ବ୍ୟକ୍ତି ବିଶେଷ ମାନଙ୍କ ବିକାଶ । ହେଲେ ପଂଚାୟତ ରାଜ ବିଭାଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ତିଆରି କରିବା ଭିତରେ ଆକାଶ ପାତାଳ ପ୍ରଭେଦ ରହିଗଲା । ପ୍ରଥମକୁ ଗ୍ରାମର ଲୋକଙ୍କ ହିତ ସାଧିତ ପାଇଁ ଗ୍ରାମର ଲୋକମାନେ ସେମାନଙ୍କ ରାଜା ଅର୍ଥାତ ସରପଂଚ ଗଣତନ୍ତ୍ର ଉପାୟରେ ଚୟନ କରିବେ । ଉକ୍ତ ବ୍ୟକ୍ତିଟି ପଂଚାୟତରେ ନ୍ୟାୟ ସାଧନ ଏବଂ ଗ୍ରାମର ବିକାଶ କରବ ବୋଲି ନିୟମ ରହିଥିଲା । ସମୟ କ୍ରମେ ଏଥିରେ ଅନେକ ପ୍ରକାରର ପରିବର୍ତ୍ତନ କରାଯାଇଥିଲା । ଏବଂ ଗଣତନ୍ତ୍ରରେ ଚୟନ ହେତୁ ଏଥିରେ ରାଜନୌତିକ ଦଳ ମାନଙ୍କ ପତିଆର ବଢ଼ିଲା । ଏବଂ ଏହା ଧିରେ ଧିରେ ଗ୍ରାମର ଲୋକଙ୍କୁ କବଳିତ କରି ଗ୍ରାମର ବିକାଶ ବଦଳରେ ନିଜର ଅଧିକ ଅର୍ଥନୌତିକ ସାମାଜିକ ବିକାଶ କରିବାରେ ଲାଗିପଡିଲେ । ଫଳରେ ଗ୍ରାମରେ ସଠିକ ଭାବେରେ ବିକାଶ କରିବା ସମ୍ଭବ ହୋଇପାରିନାହିଁ । ଯଦିଓ ସରକାର କେତେକ ବୃହତ୍ତର ସ୍ୱାର୍ଥରୁ କେତକ ନିୟମରେ ପରତ୍ତ୍‌ର୍ନ କରିଛନ୍ତି କିନ୍ତୁ ଏହି ନିୟମ ଗୁଡିକର ଦୃଗଣ ଚିହ୍ନଟ କରିବାରେ ଅକ୍ଷମତା ହେତୁ ଏଥିରେ ମଧ୍ୟ ସମ୍ପୁଣ୍ଣ ଲାଭ ମିଳିବା କଷ୍ଟକର ହୋଇପଡିଛି ।

ବଳବନ୍ତରାୟ ମେହେଟା କମିଟିର ରିପୋର୍ଟ ଆଧାରରେ ଭାରତରେ ପଂଚାୟତ ରାଜ ବିଭାଗ ସୃଷ୍ଟି କରାଯାଇଥିଲା । ଏହା ଦ୍ୱାରା ସେତେବେଳେ ଲକ୍ଷ୍ୟ ଥିଲା ନିମ୍ନସ୍ତରରେ ଗଣତନ୍ତ୍ରର ପ୍ରତିଷ୍ଠା କରିବା । କେନ୍ଦ୍ରୟ କ୍ଷମାକୁ ଭାଗ କରି ଲୋକାଲ ସେଲ୍ପ କ୍ଷମତା ସୃଷ୍ଟି କରିବା । ଯାହା ଫଳରେ ୭୨ ଆମେଣ୍ଡମେଂଟ ୧୯୯୨ରେ ଏହା ଏକ ବିଲରେ ପରିଣତ ହୋଇ ପଂଚାୟତ ରାଜ ବିଭିଗ ପ୍ରତିଷ୍ଠା କରାଯିବା ପାଇଁ ବିଲ ପାସ କରାଯାଇଥିଲା । ପରେ ୨୪ ଏପ୍ରିଲ ୧୯୯୩ରେ ସାରା ଭାରତରେ ପଂଚାୟତର ଗଠନ କରାଗଲା ।
ଭାରତରେ ଧାରା ୪୦ ଅନୁଯାୟୀ ପ୍ରତ୍ୟକ ରାଜ୍ୟରେ ପଂଚାୟତ ଗଠନ କରାଯିବା ପାଇଁ ନିୟମ କରାଯାଇଛି । ଏହାକୁ କରିବା ଏବଂ ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ସମୟରେ ଅନେକ କମିଟି ମଧ୍ୟ କରାଯାଇ ଏଥିରେ ଅନେକାଂଶରେ ପରିବର୍ତ୍ତନ କରାଯାଇଛି ।
ପ୍ରଥମେ ବଳବନ୍ତ ରାୟ ମେହେଟା କମିଟି ୧୯୫୭ ମସିହାରେ ଗଠନ କରାଯାଇ ପଂଚାୟତ ଅନୁଧ୍ୟାନ କରାଯାଇଥିଲା । ପରେ କମିଟି ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ । ଏଥିରେ ତ୍ରୀ ସ୍ତରୀୟ ପଂଚାୟତ ରାଜ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେନିମ୍ନ ସ୍ତର ପଂଚାୟତ, ପଂଚାୟତ ସମିତି ଏବଂ ଜିଲ୍ଲା ପରିଷଦ ଏହିଭଳି ତିନୋଟି ସ୍ତର ଗଠନ କରିବା ପାଇଁ ମତ ଦେଇଥିଲେ । ଏଥିରେ ପଂଚାୟତ ସିଧାସଳଖ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହେବା ସହିତ ପଂଚାୟତ ସମିତି ଏବଂ ଜିଲ୍ଲା ପରିଷଦ ପାଇଁ ପଂଚାୟତ ଏବଂ ବିଭିନ୍ନ ଜୋନରୁ ଆସିଥିବା ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ ଚୟନ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଗ୍ରାମ ମାନଙ୍କର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ଏହାର ପ୍ରାଥମିକ ଲକ୍ଷ୍ୟ ରଖାଯାଇଥିଲା । ଏଥିରେ ପଂଚାୟତ ସମିତିକୁ କାର୍ଯ୍ୟକାରୀ ଅଙ୍ଗ ଏବଂ ଜିଲ୍ଲା ପରିଷଦକୁ ଉପଦେଷ୍ଟା ଏବଂ ତଦାରକ ପାଇଁ କମିଟି ସୁପାରିଶ କରିଥିଲା । ଏହାକୁ ନେହେରୁ ପ୍ରଧାନ ମନ୍ତ୍ରୀ ଥିବା ବେଳେ ଏହି କିମିଟର ରିପୋର୍ଟକୁ କାର୍ଯ୍ୟକାରୀ କରାଇଥିଲେ ।
ହେଲେ ପରବର୍ତ୍ତୀ ସମୟରେ ଅଶୋକ ମେହେଟା କମିଟି ୧୯୭୭ରେ ନିଜର ରିପୋର୍ଟ ପ୍ରଦାନ କରିଥିଲା । ଏଥିରେ ପଂଚାୟତ ବ୍ୟବସ୍ଥାକୁ ସେ ତିନୋଟି ସ୍ତର ବଦଳରେ ୨ଟି ସ୍ତରରେ ପରିବର୍ତ୍ତିତ କରିବା ସହିତ ପଂଚାୟତ ଏବଂ ଜିଲ୍ଲା ପରିଷଦକୁ ନିଜ ରିପୋର୍ଟରେ ସ୍ଥାନ ଦେଇଥିଲା । ଜିଲ୍ଲା ସ୍ତରରେ ପ୍ରଥମ ସ୍ତର ଭାବେ ରାଜ୍ୟ ସ୍ତର ପରେ ପଂଚାୟତର ବିକାଶକୁ ତଦାରକ କରିବ ଦରକାର ବୋଲି ଏହି କମିଟି ଉଲ୍ଲେଖ କରିଥିଲା । ଏବଂ ଜିଲ୍ଲା ପରିଷଦକୁ ଗ୍ରାମର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ ଦାୟି ବୋଲି କିମିଟି ଦର୍ଶାଇଥିଲା । ହେଲେ ଏସବୁ ପରେ ମଧ୍ୟ ନିମ୍ନ ସ୍ତରରେ ଯେତିକି ବିକାଶ ହେବା କଥା ତାହା ହେଲା ନାହିଁ ।
ଫଳରେ ୧୯୮୫ ମସହାରେ ଜି.ଭିକେ ରାଓ କମିଟି ଗଠନ କରାଯାଇଥିଲା । ଏହି କମିଟି ତାହାର ରିପୋର୍ଟରେ ଦର୍ଶାଇଲାଯେ ବିକାଶ କରିବା ପାଇର୍ ଜିଲ୍ଲା ପରିଷଦକୁ ମୁଖ୍ୟ ଅଙ୍ଗ ଭାବେରେ ବିଚାରକୁ ନେବା ସହିତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବ । ଏବଂ କେତେକ ସ୍ୱତନ୍ତ୍ର ଯୋଜନା ପଂଚାୟତରେ ପ୍ରଣୟନ କରିବ ଏବଂ ତାହାକୁ ତଦାରକ ମଧ୍ୟ କରିବ । ଏବଂ ଜିଲ୍ଲାରେ ବିକାଶ ପାଇଁ ଜଣେ କମିଶନରକୁ ନିଯୁକ୍ତି କରାଯିବ ଏବଂ ସେ ଜିଲ୍ଲାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବେ । ପଂଚାୟତରେ ସଠିକ ସମୟରେ ନିର୍ବାଚନ କରିବା ପାଇଁ ଏହି କମିଟି ତାହାର ରିପୋର୍ଟରେ ପରିପ୍ରକାଶ କରିଥିଲେ । ଏହି କିମଟି ସୁପାରିଶ ଅନୁଯାୟୀ ଜିଲ୍ଲାପରିଷଦରେ ରହିଥିବା ପି.ଡି ପଦବୀ ଟି ଏବେ ବଦଳାଯାଇ ମୁଖ୍ୟ କାର୍ଯ୍ୟର୍ନିାହୀ ଅଧିକାରୀ ହୋଇଛି ।
୧୯୮୬ ମସହାରେ ପଂଚାୟତ ରାଜ ବିଭାଗର ବିକାଶ ପାଇଁ ପୁର୍ନବାର ଏଲ.ଏମ. ସିଙ୍ଗାଭି କମିଟି ଗଠନ କରାଯାଇଥିଲା । କମିଟି ଅନୁଧ୍ୟାନ କରିବା ପରେ ୪ଟି ପ୍ରମୁଖ ପ୍ରସଙ୍ଗକୁ ନିଜର ରିପୋର୍ଟରେ ଦର୍ଶାଇଥିଲା । ପଂଚାୟତର ଗୁଡିକକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗ୍ରାମ ଗୁଡିକକୁ ପୁର୍ନଃଗଠନ କରିବାକୁ କମିଟି ମତ ରଖିଥିଲା । ପଂଚାୟତର ସାମ୍ବାଧାନିକ କରିବାକୁ ମତ ଦେବା ସହିତ ପଂଚୟାତରେ ସଠିକ ନିତି ନିୟମରେ ନିର୍ବାଚନ କରିବା ପାଇଁ ମତ ଦେଇଥିଲା । ଅଧିକ ଅର୍ଥନୌତିକ କ୍ଷମତା ପଂଚାୟତକୁ ଦିଆଯିବା ଉପରେ କମିଟି ଗୁରୁତ୍ୱରାପ କରିଥିଲା । ଶେଷରେ ନ୍ୟାୟିକ ଟ୍ରିବୁନାଲ ପଂଚାୟତ ପାଇର୍ ସ୍ଥାପନା କରିବା ଉପରେ କମିଟି ନିଜର ରିପୋର୍ଟରେ ପ୍ରକାଶ କରିଥିଲା ।ପଂଚାୟତରେ ଅନୁସୂଚିତ ଜାତି ରହୁଥିବା ସ୍ଥାନ ଗୁଡିକରେ ବିଶେଷ ଉନ୍ନତି ନହେବରୁ ଏହି ସ୍ଥାନ ଗୁଡିକ ବସବାସ କରୁଥିବା ଲୋକମାନଙ୍କ ଉନ୍ନତି କରିବା ପାଇଁ କେନ୍ଦ୍ର ସରକାର ପେସା ଆଇନ ୧୯୯୬ ମସିହାରେ ଆଣିଥିଲେ । ଏଥିରେ ବିଶେଷ କରିବ ବିଭିନ୍ନ ରାଜ୍ୟରେ ରହିବା ପାଇଁ ବ୍ୟବସ୍ଥା କରାଯିବା ସହିତ ଏଥିରେ ଅନୁସୂଚିତ ବର୍ଗର ଲୋକମାନଙ୍କୁ ସିଧାସଳଖ ସେମାନଙ୍କ ବିକାଶ କରିବା ପାଇଁ ନିୟମ କରିଥିଲେ । ଏହି ଆଇନ ଅନୁଯାୟୀ ଗ୍ରାମ ପଂଚାୟତ ଗ୍ରାମ ସଭାମାଧ୍ୟମରେ ଅନୁସୂଚିତ ବର୍ଗର ଲୋକମାନେ ରହୁଥିବା ସ୍ଥାନ ମାନଙ୍କରେ ବିକାଶ କରିପାରିବେ । ଏପରକି ସେମାନଙ୍କ ପାଇଁ ସେମାନେ ଆଇନ ପ୍ରଣୟନ କରିପାରିବେ । ସେମାନଙ୍କର ପୁରତାନ ସଂସ୍କୃତିକୁ ବଜାୟ ରଖିପାରିବେ । ସେମାନଙ୍କର ଆବଶ୍ୟକତା ଅନୁଯାୟୀ ନିୟମ କରିପାରିବେ ଏବଂ ତାହାକୁ କାର୍ଯ୍ୟରେ ଲଗାଇପାରିବେ । ସେଥିପାଇର୍ ଏହାକୁ ସାରା ଦେଶରେ ଲାଗୁ କରବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ୮ଟି ରାଜ୍ୟାରେ ଏହାକୁ ଲାଗୁ କରାଯାଇଥିଲା । ଏଥିରୁ ଓଡିଶା ଏବଂ ଝାରସୁଗୁଡାକୁ ବାଦ ଦିଆଯାଇଥିଲା ।
ସେହିପରି ୧୯୯୨ ମସହାରେ ୭୩ ଭାରତୀୟ ସମ୍ବିଧାନ ସଂଶୋଧିତ ଅନୁସାରେ ଭାଗ ୧୧ ଧାରା ୨୪୩ ରୁ ୨୪୩ ଓ ପ୍ରର୍ଯ୍ୟନ୍ତ ବିଭିନ୍ନ ଅଧିକାର ଆଇନ ବିଷୟରେ କୁହାଯାଇଛି । ଏଥିରେ ପଂଚାୟତକୁ ଏବଂ ଛୋଟ ସଂସସ ବା କ୍ଷେତ୍ର ହିସାବରେ ନିଆଯାଇ ବିଭିନ୍ନ ନିୟମ କାନୁନ କରାଯାଇ ପଂଚାୟତକୁ ଗତିଶୀଳ କରାଯାଉଛି । ଏଥିରେ ୨୯ଗୋଟି କାର୍ଯ୍ୟକ୍ର ଗୁରୁତ୍ୱ ଦିଆଯାଇ ସମ୍ପଦନା କରାଯାଉଛି । ବିଶେଷ ଗ୍ରାମସଭା ମାଧ୍ୟମରେ ପଂଚାୟତକୁ କୌଣସିବି କାର୍ଯ୍ୟ କରିବାକୁ ଅଧିକାର ଦିଆଯାଇଛି । ମାତ୍ର ଅନେକ ରାଜନୈତିକ କାରଣ ଏବଂ ଲୋକମାନଙ୍କ ଅର୍ଥନୈତିକ ଅଭାବ ଫଳରେ ଗ୍ରାମସଭା ମଧ୍ୟ ସଠିକ ଭାବେ କରାଯାଇପାରୁନାହିଁ । ଫଳରେ ଗ୍ରାମସଭାର ଯେଉଁଭଳି କ୍ଷମତା ରହିଛି ତାହା ସମୟକ୍ରମେ ରାଜନୈତିକ ଦଳ ମାନଙ୍କ ହାତରେ ଏକ ପୁତଳିକା ସଦୃଶ ହୋଇଛି ।
ଏବେବି ଓଡିଶାରେ ଅନେକ ପଂଚାୟତର ନିଜସ୍ୱ ଗୃହ ନାହିଁ । ଏପରକି ପଂଚାୟତରେ ଜଣେ ନିୟମିତ କର୍ମଚାରୀଙ୍କୁ ପଂଚାୟତ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଛାଡିଦେଲେ ଅନ୍ୟ କୌଣସି କର୍ମଚାରୀ ନିୟମିତ ନୁହନ୍ତି କିମ୍ଭା ସେମାନଙ୍କ ଭଲ ଦରମା ଗଣ୍ଡେ ନାହିଁ । ଏପରକି ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଏମାନଙ୍କ ଉପରେ ଚାପ ଏବଂ ଏମାନଙ୍କ କ୍ଷମତାକୁ ସଙ୍କୁଚିତ କରି ରଖିଛନ୍ତି । ପଂଚାୟତରେ ଗ୍ରାମ ରୋଜଗାର ସେବକ ମାନଙ୍କ ମତ୍ର ୮ହଜାର ଟଙ୍କା ଦିଆଯାଉଥିବା ବେଳେ ପିଅନ ମାନଙ୍କୁ ୧୫୦ରୁ ୫୦୦ ଟଙ୍କା ମାସିକ ଭାବେ ଦିଆଯାଉଛି । ସେହିପରି ପମ୍ପ ଚାଳକ ମାନଙ୍କୁ ୪ହାଜରରୁ ଏବଂ ୨ହଜାର ଯଥାକ୍ରମେ ପ୍ରଦାନ କରାଯାଉଛି । ଏପରକି ପଂଚାୟତରେ ଡାଟା ଏଂଟ୍ରି ଅପରେଟର ନାହିଁ , ଅକାଉଂଟାଣ୍ଡ ନାହାନ୍ତି କିମ୍ବା ୪ର୍ଥ ଶ୍ରେଣୀ କର୍ମଚାରୀ ନାହାନ୍ତି । ବାସ୍ତବରେ ପଂଚାୟତ ଚଳାଇବା ପାଇଁ ଏତିକି କର୍ମଚାରୀ ଅତି କମରେ ଆବଶ୍ୟକ ହେଉଥିବା ବେଳେ ଏଠାରେ ନିଯୁକ୍ତି ଦିଆନଯାଇ ଯେଉଁଟି ଅନବ୍ୟଶ୍ରକ ଯଥା ବିଭିନ୍ନ ସ୍କୁଲରେ ଦିଆଯାଉଛି । ରାତ୍ରୀ ଜଗୁଆଳୀ ପାଇଁ ବିଭିନ୍ନ ବିଦ୍ୟାଳୟରେ ୧୨ ହଜାରରୁ ୧୮ହଜାର ପ୍ରର୍ଯ୍ୟନ୍ତ ଟଙ୍କା ଦିଆଯାଇ ଗୋଷ୍ଠୀ ମାଧ୍ୟମରେ ନିଯୁକ୍ତ ଦିଆଯାଉଛି । ତାହାଲେ ଗ୍ରାମ ପଂଚାୟତ ଯେଉଁ ବିକାଶ ଧାରାକୁ ଆଗେଇନେବା ପାଇଁ ଚାହିଁବ କିଭଳି ହୋଇପାରିବ ।
ଯେ ପ୍ରର୍ଯ୍ୟନ୍ତ ଗ୍ରାମ ମାନଙ୍କରେ ବାସ କରୁଥିବା ପ୍ରତ୍ରକ ବ୍ୟକ୍ତିର ସାମଜିକ, ଆର୍ଥିର୍କ, ଶାରୀରିକ, ନ୍ୟାୟିକ ଆଦିର ସମ୍ପୁର୍ଣ୍ଣ ବିକାଶ ନହୋଇଛି ସେ ପ୍ରର୍ଯ୍ୟନ୍ତ ସେହି ପଂଚାୟତର ବିକାଶ ହୋଇଛି ବୋଲି କହିବା ଅସମ୍ଭବ । ଖାଲି କିଛି ରାସ୍ତା, କିଛି ଲୋକଙ୍କୁ ଭତ୍ତା ମୁଣ୍ଡ ଉପରେ ଘର ଦେଇଦେଲେ ତାହା ଯେ ବିକାଶ କହିବା ସମୀଚିନ ନୁହେଁ । ବିକାଶ ପାଇଁ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ, ଏଥିପାଇଁ ସଠିକ ଶିକ୍ଷାଗତ ଯୋଗ୍ୟତା, ଶାରୀରିକ ବୁଦ୍ଧି ଆଦି ଅବାଶ୍ୟକ ମାତ୍ର ଆଜି ତାହା ପଂଚାୟତ ମାନଙ୍କରରେ ନାହିଁ । ପଂଚାୟତରେ ନିର୍ବାଚିତ ପ୍ରତିନିଧି ମାନଙ୍କର ଶିକ୍ଷାଗତ ଯୋଗ୍ୟତା ନ ରହୁଥିବାରୁ ସରକାରୀ ନିୟମ କାନୁନ ଜାଣିବା ଏବଂ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡୁଛି । ପାଠ ପଢ଼ିବା ପାଇଁ ବିଦ୍ୟାଳୟ ନାହିଁ ଯେଉଁଠି ବିଦ୍ୟାଳୟ ୍ରଅଛି ଶିକ୍ଷକ ନାହାନ୍ତି । ବ୍ୟାୟମ କରିବା ପାଇର୍ ଯୋଗ ସ୍କୁଲ ନାହିଁ । କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ପ୍ରକଳ୍ପ ନାହିଁ । ଶିଶୁ ମାନଙ୍କ ପାଇର୍ ଉତ୍ତମ ପୁଷ୍ଟିକର ଖାଦ୍ୟ ନାହିଁ । ମୌଳିକ ସୁବିଧା ସୁଦ୍ଧ ପାନୀୟ ଜଳ ବି ନାହିଁ । ଏପରି ସ୍ଥଳେ ଆମେ ବିକଶିତ ବୋଲି କେମିତି କହିପାରିବ । କେବଳ କେତକ ମୁଷ୍ଟିମେୟ ଦଲାଲ ମାନେ ପଂଚାୟତକୁ କରାୟତ କରିଛନ୍ତି । ନରେଗା ଯୋଜନା ହେଉ ଅଥବା ଅନ୍ୟ କେଉର୍ ଯୋଜନା ରାଜନୈତିକ ଛତ୍ରଚାୟାରେ ରହି ଏଗୁଡିକ ହାତେଇ ନେବା ପାଇଁ ସବର୍ଦ ପ୍ରଚେଷ୍ଟାରତ । ଏପରକି ନିଜର ଅର୍ଥନୈତିକ ଲାଭ କରିବା ଛଡା ବଂଚାୟତର ବିକାଶ ପାଇଁ କେବେବି ଚିନ୍ତିତ ନୁହନ୍ତି । ଏପରକି ସରପଂଚ ମାନେ ମଧ୍ୟ ପକୃତ ପକ୍ଷେ କିଭଳି ଅର୍ଥ ରୋଜଗାର କରିହେବ ତାହା ଉପରେ ନିଜର ଧ୍ୟାନ କେନ୍ଦ୍ରୀତ କରି ରଖିଛନ୍ତି । ଏପରକି ସ୍ଥଳେ ପଂଚାୟତ ବିକାଶ ସମ୍ପୁଣ୍ଣ ହେବା ଅସମ୍ଭବ ବୋଲି ମନେ ହୁଏ ।
୭୩ତମ ସମ୍ବିଧାନ ଅନୁସାରେ ପଂଚାୟତକୁ ଲୋକାଲ ବଡିର ମାନ୍ୟତା ଦିଆଯାଇଛି । ଏପରକି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସାମ୍ବିଧାନିକ ପଦ ଭାବେ ସରପଂଚଙ୍କୁ ନିର୍ବାଚନ ମାଧ୍ୟମରେ ବଛାଯାଉଛି । ଅନ୍ୟପଟରେ ଜଣେ ସରକାରୀ ପଦଅଧିକାରୀ କାର୍ଯ୍ୟ ନିର୍ବାହ କରିବା ପାଇଁ ସରକାରଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ହୋଇ ଆବଶ୍ୟକେୟ କାର୍ଯ୍ୟ କରୁଛନ୍ତି । କିନ୍ତୁ ରାଜନୈତିକ ବ୍ୟକ୍ତି ଏବଂ ସରକାରୀ ଭାବେ ଉଭୟ ଏଥିରେ ରହୁଥିବାରୁ ଅନେକଂଶରେ ବିକାଶ ସଠିକ ଭାବରେ ହୋଇପାରୁନାହିଁ । କାରଣ ସରକାରୀ ଅଧିକାରୀ ଜଣଙ୍କ ସରକାରଙ୍କ ନିୟମକୁ ମାନି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ବେଳେ ନିର୍ବାଚନ ମାଧ୍ୟମରେ ଆସିଥିବା ସରପଂଚ ନିଜ ଅଂଚଳର କାର୍ଯ୍ୟ ଖସଡା ଏବଂ ତାହାର ବିକାଶ ଦେଖି କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ଯାହା ଫଳରେ ଉଭୟଙ୍କ ମଧ୍ୟରେ ତାଳମେଳ ରହେନାହିଁ । ସେହିପରି ଏବେ ମୁକ୍ତ ନିର୍ବାଚନ ନୁହେଁ ବରଂ ବିଭିନ୍ନ ଦଳ ଦ୍ୱାରା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ସରପଂଚ ମାନେ ନିର୍ବାଚନରେ ଅଂଶ ଗ୍ରହଣ କରି ନିର୍ବାଚିତ ହେଉଥିବାରୁ ଏବଂ ନିର୍ବାଚନରେ ବହୁଳ ଅର୍ଥ ଖର୍ଚ୍ଚ କରୁଥିବାରୁ ବିକାଶ ବଦଳରେ ଖର୍ଚ୍ଚ ହୋଇଥିବା ଟଙ୍କା କିଭଳି ହାତେଇବ ସେ ନେଇ ସବର୍ଦା ଚିନ୍ତିତ ହେବା ସହିତ ଆସୁଥିବା ସରକାରୀ ଅର୍ଥକୁ ସଠିକ ଭାବରେ ବିନିଯୋଗ କରିବାରେ ହେଳା କରିଥାନ୍ତି ।
ଏପରି ଭାବେ ଯଦି ଗ୍ରାମ ମାନଙ୍କର ବିକାଶ କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଟିକିଏବି ଚିନ୍ତିତ ଥାନ୍ତି ତେବେ ଏଭଳି କେତକ ନିୟମରେ ପରିବର୍ତ୍ତନ ଗ୍ରାମ ପଂଚାୟତ ପାଇଁ ଆଣିବାକୁ ପଡିବ । ପ୍ରତମତଃ ବ୍ଳକ ଭଳି ପଂଚାୟତରେ ସରକାରୀ ଅଧିକାରୀ ମାନଙ୍କୁ ଏକମାତ୍ର ବିକାଶ ଅଧିକାରୀ ଭାବେ ଅର୍ଥ ପରିଚାଳନର କ୍ଷମତା ଦିଆଯିବାର ଆବଶ୍ୟକତା ରହିଛି । ସେହିପରି ବିଭିନ୍ନ ପ୍ରକଳ୍ପ ପାଇଁ ଅତିକମରେ ୫ଜଣ ସରକାରୀ କର୍ମଚାରୀ ନିୟୋଜିତ ହେବାର ଆବଶ୍ୟକତା ରହିଛି । ସବୁ ବର୍ଗର କ୍ଷମତା ସହିତ ପଂଚାୟତର ବିକାଶ ପାଇଁ ଅଧିକରୁ ଅଧିକ ଅର୍ଥ ପଂଚାୟତକୁ ଦେବା ସହିତ ସରପଂଚ ମାନଙ୍କୁ ମାନ୍ୟତା ଭର୍ତ୍ତା ଅନ୍ୟ ରାଜନୌତିକ ବ୍ୟକ୍ତି ବିଶେଷ ମାନଙ୍କ ସହିତ ତୁଳନାତ୍ମକ କରି ବଢ଼ାଇବା ଏବଂ ତାଙ୍କୁ କେବଳ ନ୍ୟାୟିକ ଭାବେ ତାଙ୍କର କ୍ଷମତା ରଖିବା ଆବଶ୍ୟକ େହେଉଛି । ପଂଚାୟତର ଭିତ୍ତିଭୂମିକୁ ଆଗ ସାଜାଡିବା ସହିତ ଲୋକାମନଙ୍କ ବିକାଶ ନିମନ୍ତେ ନିଜ ଗ୍ରାମ ପାଇଁ ଉପସ୍ଥିତ ବ୍ୟକ୍ତିଙ୍କ ସହିତ କାର୍ଯ୍ୟ ଖସଡା, ପ୍ରକଳ୍ପ ପ୍ରସ୍ତୁତ କରିବା ଆବଶକତା ରହିଛି । ଯଦି ଏସବୁ କରାଯାଇପାରିବ ତେବେ ପଂଚାୟତକୁ ଦୃତ ଭାବରେ ବିକାଶ ସାଧିତ ହୋଇପାରିବ ।

ମାନସ କୁମାର ରାଉତ
ହରିଦାସପୁର, ଧର୍ମଶାଳା, ଯାଜପୁର
ମୋ-୭୨୦୫୨୬୬୯୧୯

Related Posts

About The Author

Add Comment