କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନାହିଁ
ଜଗନ୍ନାଥ ସଡକକୁ ମାଡ଼ି ବସିଛି
ଯାଜପୁର,୨/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅଧିନସ୍ଥ କୋଳଥଳ-ଚଣ୍ଡିପୁର ରାସ୍ତାର ପ୍ରସସ୍ଥିକରଣ କାର୍ଯ୍ୟ ଚାଲିଛି । ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭାଗ ପକ୍ଷରୁ ପ୍ରାରମ୍ଭିକ କାର୍ଯ୍ୟ କରାନଯାଇ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି । ଏହା ବିଭାଗର ଓଲଟା ଗତି ବୋଲି କୁହାଯାଉଛି ।
ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଏହି ରାସ୍ତା ପାଇଁ ୨କୋଟି ଟଙ୍କା ଅର୍ଥ ବ୍ୟୟବରାଦ କରାଯାଇଛି । ଏହି ଅର୍ଥରେ ୩ କି.ମି. ଲମ୍ବ ରାସ୍ତାକୁ ପ୍ରସସ୍ଥିକରଣ କରାଯିବା ନେଇ ଆକଳନ କରାଯାଇଛି । ରାସ୍ତାକୁ ସାଢେ ୫ମିଟର ଚଉଡା କରାଯିବ । ରାସ୍ତାର ଭିତ୍ତିଭୂମିକୁ ଦେଖିଲେ ଏହା ସମ୍ଭବ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲମ୍ବ ଓ ପ୍ରସ୍ଥକୁ ନେଇ ସାଧାରଣରେ ସନେ୍ଦହ ଉପୁଯିବା ଭୟରେ ବିଭାଗ ପକ୍ଷରୁ ପ୍ରାରମ୍ଭିକ କାର୍ଯ୍ୟ କରାନଯାଇ ରାସ୍ତା ନର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାଛଡା ରାସ୍ତାର ପ୍ରାୟତଃ ୧ କି.ମି.ରୁ ଉର୍ଦ୍ଧ ଅଂଶ ଜଗନ୍ନାଥ ସଡକ ଅଧିନରେ ରହିଛି । ତେବେ ଏ ଦିଗରେ ବିଭାଗ ପକ୍ଷରୁ ପୂର୍ବ ଅନୁମତି ନିଆଯାଇ ନଥିବା କୁହାଯାଉଛି । ଅନ୍ୟ ଅଧିନରେ ଥିବା ରାସ୍ତାକୁ ମରାମତି ଅବା ନିର୍ମାଣ କରିବା ପୂର୍ବରୁ ଯଥା ନିୟମକୁ ପାଳନ କରାଯାଇ ନାହିଁ । ଏହି ରାସ୍ତାରୁ ୧୭୮ମିଟର ଅଂଶ ଢଳେଇ କରାଯିବା ସହ ବାକି ୨.୮୨୨କି.ମି.ଅଂଶକୁ ପିଚୁ କରାଯିବ । ରାସ୍ତାର ଉଭୟ ପାଶ୍ୱର୍କୁ ସମାନ ଚଉଡା ଓ ୧ଫୁଟ ଗଭୀର ଖନନ କରାଯିବ । ଏହି ଖାଲରେ ୬ଇଂଚର ବଜୁରୀ ଓ ୬ଇଂଚର ବିଏମଡବ୍ଲୁ୍ୟ ପକାଇ ଖାଲ ଭରଣା କରାଯିବ । ଏହାକୁ ରୋଲର ସହାୟତାରେ ଦୃଢିକରଣ କରାଯିବ । ହେଲେ ଏଠି ରାସ୍ତା ନିର୍ମାଣ ବେଳେ ଉଭୟ ପାଶ୍ୱର୍କୁ ମାତ୍ର ୬ଇଂଚରେ ସିମୀତ ରଖାଯାଇଛି ଏବଂ କେବଳ କ୍ରସର ଗୁଣ୍ଡକୁ ଭତ୍ତିକରାଯାଇ ରୋଲିଂ କରାଯାଉଛି । ଏହି ଧାରାରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ଯୋଗୁଁ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏହାଛଡା ରାସ୍ତା ନିର୍ମାଣ ପୂର୍ବରୁ କାର୍ଯ୍ୟ ଆରମ୍ଭ ସ୍ଥଳରେ ସୂଚନା ଫଳକ ଲାଗିନାହିଁ । ରାସ୍ତା ନିର୍ମାଣକୁ ନେଇ ବିଭାଗ ପକ୍ଷରୁ କରାଯାଇଥିବା ଆକଳନକୁ ପାଳନ କରାଯାଉ ନାହିଁ । ନିମ୍ନମାନର ରାସ୍ତା ନିର୍ମାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡପ୍ କରାଯିବାକୁ ମସୁଧା କରାଯାଉଛି । ଏହି ବ୍ଲକରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଯାଉଛି । ନିର୍ମାଣଧିନ ରାସ୍ତାରୁ ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ମସୁଧା କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଥିସହ ବିଭାଗ ପକ୍ଷରୁ ପ୍ରତ୍ୟେକ ରାସ୍ତା ନିର୍ମାଣର ଗୁଣବତ୍ତାକୁ ନେଇ ନାନା ସମୟରେ ଆପତ୍ତି ଉଠିଛି । ଏ ଦିଗରେ ବିଭାଗ ଅଦ୍ଭୁତଧରଣର ନିରବତା ଅବଲମ୍ବନ କରୁଛି । ଫଳରେ ବିଭାଗୀୟ ଅଧିକାରୀଙ୍କ ଭୂମିକା ସନେ୍ଦହ ଘେରକୁ ଟାଣି ହୋଇଯାଉଛି । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଭୀମସେନ୍ ମହାରଣାଙ୍କୁ ପଚାରିବାରୁ ସେ ଆକଳନ କପି ପାଇନାହାଁନ୍ତି । ତାହା ତାଙ୍କର ହସ୍ତଗତ ହେଲେ ସୂଚନା ଫଳକ ଲେଖିବେ ବୋଲି କହିଥିଲେ । ଏଥିସହ ନିର୍ମାଣ କାର୍ଯ୍ୟ ଠିକ୍ଠାକ୍ ଚାଲିଛି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।