ସୁନ୍ଦରଗଡ ତା:୧୬/୭/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ଼ ର ମିଳିତ ଆନୁକୂଲ୍ୟରେ ଆଜି ‘ଅମଳ ପରବର୍ତ୍ତୀ କୃଷି ଯନ୍ତ୍ରପାତି’ ଉପରେ ଏକ ସ୍ୱତନ୍ତ୍ର କ୍ଷମତା ବିକାଶ ଓ ବ୍ୟବହାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ସଂଯୋଜନ, ଉନ୍ନତ ପ୍ରକ୍ରିୟାକରଣ ଏବଂ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଗ୍ରାମୀଣ କୃଷି ଭିତ୍ତିକ ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା। ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ପ୍ରଦର୍ଶନ କରାଯିବା ସହ ଏହାର ସଠିକ୍ ପରିଚାଳନା ନେଇ ଉପସ୍ଥିତ ଚାଷୀ ଓ ମହିଳାମାନଙ୍କୁ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହ ଜିଲ୍ଲାର ୨୪୫ରୁ ଊର୍ଦ୍ଧ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଏବଂ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।
ଗ୍ରାମୀଣ ଅର୍ଥନୀତିର ବିକାଶ ଓ କୃଷକଙ୍କ ସଶକ୍ତିକରଣ ଦିଗରେ ଏକ ଦୃଢ଼ ପଦକ୍ଷେପ
|
July 16, 2026 |



