ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଫୁଟବଲ ଟୁର୍ଣ୍ଣାମେଣ୍ଟ

Spread the love

ଯୋଡା,୧୪/୧ (ପିଏନଏସ) ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡିଶା ଖଣି ନିଗମ (ଓଏମସି) ପକ୍ଷରୁ ୫ମ  ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା  ଆୟୋଜିତ ହୋଇଯାଇଛି ।  ଦୁଵୁନା ଖେଳପଡିଆରେ ଆୟୋଜିତ ଦୁଇ ଦିବସିୟ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଦୁଵୁନା-ସେକ୍ରାଡିହି ଖଣି ପାରିପାର୍ଶ୍ବିକ ଗ୍ରାମର ମୋଟ ୧୨  ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସମସ୍ତ ଲିଗ ମ୍ୟାଚରେ ଭଲ ପ୍ରଦର୍ଶନ କରି ପୀଢ଼ପୋଖୋରୀ ଦଳ ଓ ସରଦାପଙ୍କ ଦଳ ଫାଇନାଲକୁ ଖେଳିବା ନିମନ୍ତେ ଉତ୍ତୀର୍ଣ୍ଣ ହୋଇଥିଲେ ।  ଏହି ଅବସରରେ ଆୟୋଜିତ ଉଦଯାପନୀ ସମାରୋହରେ ଝୁମ୍ପୁରା ତହସିଲଦାର ପ୍ରତିଭା ପୃଷ୍ଟି, ମୁଖ୍ଯ ଅତିଥି ଓ ଓଡିଶା ଖଣି ନିଗମ ବଡବିଲ ଆଞ୍ଚଳିକ ଅଧିକାରୀ ଅବନୀକାନ୍ତ ପ୍ରଧାନ ମୁଖ୍ୟଵକ୍ତା ଭାବେ ଯୋଗ ଦେଇଥିବା ବେଳେ ଡିଜିଏମ ଜ୍ଞାନ ପ୍ରକାଶ ମହାପାତ୍ର  ,ଵସନ୍ତପୁର ପଂଚାୟତ ର ସରପଞ୍ଚ ଗୁରୁଵା ମୁଣ୍ଡା ଯୋଗ ଦେଇଥିଲେ । ଵଡଵିଲ ଆଂଚଳିକ କାର୍ଯାଳୟର ସିଏସଆର ପରାମର୍ଶଦାତା ନୂତନ ରାଉତ ଯୋଗ ଦେଇ ଏହି ପ୍ରତିଯୋଗିତାର ଆଭିମୁଖ୍ୟ ସଂପର୍କରେ କହିଥିଲେ  । ଉପସ୍ଥିତ ଅତିଥିଙ୍କ ଦ୍ୱାରା ବିଜେତା ଦଳ  ଓ ରନର୍ସ ଅପ  ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ ଏହି ଟୁର୍ଣ୍ଣମେଣ୍ଟରେ ୪ ଜଣ ରାଜ୍ୟସ୍ତରୀୟ ରେଫରୀ ଯୋଗଦେଇଥିଲେ । ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ଲୋକେ ଭରପୁର ଉପଭୋଗ କରିଥିବା ବେଳେ ଖଣି ପାରିପାର୍ଶ୍ବିକ ଗ୍ରାମରେ ରହୁଥିବା ଯୁବକମାନଙ୍କ ମଧ୍ୟରେ ଗ୍ରାମୀଣ କ୍ରୀଡାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡିଶା ଖଣି ନିଗମ ର ଏହି ପ୍ରୟାସକୁ ସାଧୁଵାଦ ଜଣାଇଥିଲେ । ଶିଵ ପ୍ରସାଦ ପାଣିଗ୍ରାହୀ, ଵିଶ୍ୱାଵଶୁ କିସାନ ମଂଚ ପରିଚାଳନା କରିଥିଲେ।

Related Posts

About The Author

Add Comment