ତିହିଡି ୪/୬/୨୬ (ସନ୍ଧାନ ନ୍ୟୁଜ ) ତିହିଡି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ଗୋପାଳ ମାଧବ ଗାଁ ରେ ମହାପ୍ରଭୁ ଗୋପାଳ ଯିୟୁ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ସକାଳ ପ୍ରାୟ ନ ଟା ବେଳେ ବହୁ ସଂଖ୍ୟା ରେ ମହିଳା ମାନେ କାଖ ରେ କଳସୀ ଧରି କୁଣ୍ଡୀ ନଦୀ କୁ ଯାଇଥିଲେ। କୂଳ ପୁରୋହିତ ଟୁଟୁ ପଣ୍ଡା ଙ୍କ ମନ୍ତ୍ର ଉଚ୍ଚାରଣ ରେ ସ୍ଥାନୀୟ ଅଞ୍ଚଳ ଭାବ ମୟ ହୋଇ ଥିଲା। ନିରଞ୍ଜନ ନାୟକ ଓ ତାଙ୍କ ପତ୍ନୀ ନମିତା ନାୟକ ସଂକଳ୍ପ କରି ଥିଲେ। କ୍ଷୀରୋଦ ମହାପାତ୍ର ଓ ତାଙ୍କ ପତ୍ନୀ ସୁଲୋଚନା ମହାପାତ୍ର ଏଥିରେ ତାଙ୍କୁ ସହଯୋଗ କରିଥଲେ। ଯେଉଁ କୁଣ୍ଡି ନଦୀ ପାଇଁ ପାଳିଆ ମାଟି ତାର ପରିଚୟ ପାଇଛି, ସେହି ନଦୀ ରୁ ଜଳ ଆଣି ମା ମାନେ ମନ୍ଦିର ରେ ପହଞ୍ଚି ଥିଲେ। କୀର୍ତ୍ତନ, ଶଙ୍ଖ ନାଦ ରେ ସମଗ୍ର ଅଞ୍ଚଳ ଭାବ ମୟ ହୋଇ ଉଠିଥିଲା। ଯେଉଁ ମାନେ ଏହି କାର୍ଯ୍ୟ କ୍ରମ ରେ ଭାଗ ନେଇ ଥିଲେ ସମାନେ ହେଲେ ବିଧୁଭୂଷଣ ମୁଦୁଲି, ନିର୍ମଳ ମହାପାତ୍ର, ପ୍ରକାଶ ସେଠୀ, ଭଗବାନ ମହାକୁଡ, ଶଙ୍କର ମୁଦୁଲି, ମଳୟ ବିଶ୍ୱାଳ, ରବୀନ୍ଦ୍ର ମହାପାତ୍ର, ମଦନମୋହନ ମୁଦୁଲି, କ୍ରାନ୍ତି ଭୁସନ୍ ମୁଦୁଲି, ଜ୍ଞାନେନ୍ଦ୍ର ଦାଶ ମହାପାତ୍ର, ସୁନୀଲ ମୁଦୁଲି, ଦୀପକ ଖୁଣ୍ଟିଆ, ଓ ରାଜୀବ ଖିଲାର ଯୋଗ ଦେଇ ସମ୍ପୂର୍ଣ ଉତ୍ସଵ କୁ ସଫଳ କରିଥଲେ। ପୁଣି ଆର ଥରକୁ ଆହୁରି ଜୋର୍ ସୋର୍ ରେ କାର୍ଯକ୍ରମ ହେବ ବୋଲି ଭକ୍ତ ମାନେ ପ୍ରକାଶ କରିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ଗୋପାଳ ମାଧବ ରେ ଗୋପାଳ ଜିୟୁ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ।
|
June 4, 2026 |



