ଯାଜପୁର ସଦର, ୨୭/୦୭ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲାରେ ୨୦୧୨ ରେ ଏକ ହତ୍ୟାକାଣ୍ଡ ହୋଇଥିବା ବେଳେ, ଧନେଶ୍ୱର ବେହେରାଙ୍କୁ ହତ୍ୟାକାରୀ ମାନେ ହତ୍ୟା କରିଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ଦୌରାଜଜ୍ ରାୟ ପ୍ରକାଶ କରିଥିବା ବେଲେ, ୮ ଜଣ ଅଭିଯୁକ୍ତଙ୍କୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୨ରେ ଗଣେଶ୍ୱରପୁର ଗ୍ରାମର ଧନେଶ୍ୱର ବେହେରାଙ୍କୁ ନର୍ମମ ଭାବେ ହତ୍ୟା କରି ଆସାମୀମାନେ ଜେଲରେ ରହିଥିବା ବେଳେ, ଏହାକୁ ବିଚାର କରି ଯାଜପୁର ଜିଲ୍ଲା ଦୌରାଜଜ୍ ବିଚାର କରି ଏହ ୮ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ନ୍ୟାୟଳୟ ଦଣ୍ଡିତ କରିଥିବା ବେଳେ, ଏହା ସହିତ ସମସ୍ତଙ୍କୁ ଜୋରିମାନା ପ୍ରଦାନ ପାଇଁ ନିର୍ଦ୍ଦେଷ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଥାନା ଅନ୍ତର୍ଗତ ଚଇନିପୁର ପଂଚାୟତ ଗଣେଶ୍ୱରପୁର ଛକରେ ଗତ ୨୦୧୨ ମସିହା ସେପ୍ଟେମ୍ବର ୨୨ ତାରିଖରେ ଧନନେଶ୍ୱରକୁ ଅତ୍ୟନ୍ତ ନୁଶସଂ ଭାବେ ହତ୍ୟା କରାଯାଇଥିଲା । ଏହି କେସ ଯାଜପୁର ଜିଲ୍ଲା ଦୌରାଜଜ କୋର୍ଟରେ ଚାଲୁଥିବା ବେଳେ, ଅଭିଯୁକ୍ତ ମାନେ ପତ୍ନୀ ମାମିନା ବେହେରାକୁ ଧମକ ଚମକ ଦେଇ ଆସୁଥିବା ମାମିନା ବେହେରା ଅଭିଯୋଗ ଦେଇଛନ୍ତି । ମାମିନାଙ୍କ ଜୀବନ ପ୍ରତି ବିପଦ ରହିଥିବା ମାମିନା ସୂଚନା ଦେଇଛନ୍ତି । ଏହି ମାମଲା ଯାଜପୁର ଜିଲ୍ଲା ଦୌରାଜଜ୍ ରେ ବିଚାର ପାଇଁ ରହିଥିବା ବେଳେ, ଜିଲ୍ଲା ଦୌରାଜଜ୍ ଶ୍ରୀକାନ୍ତ ମିଶ୍ର ବିଚାର କରି ଆସାମୀ ୮ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି । ସେମାନେ ହେଲେ ବେଲେଶ୍ୱର ମହେନ୍ଦ୍ର ଜେନା, ନାରାୟଣ ବେହେରା, ମାର୍କଣ୍ଡ ଜେନା, ଚକ୍ରଧର ଜେନା, ସମ୍ପଦ ଜେନା, ଗୋବର୍ଦ୍ଧନ ଜେନା, ପ୍ରକାଶ ଜେନା, ବ୍ରଜ ଜେନା ଠିକାଦାରୀ କାମ ଘଟଣାକୁ ନେଇ ଏହି ଗ୍ରାମର ଧନେଶ୍ୱରଙ୍କ ସହିତ ବିବାଦ ଲାଗିରହିଥିଲା । ଏହି ଘଟଣାକୁ କେନ୍ଦ୍ରକେି ପୂର୍ବରୁ ଧନେଶ୍ୱରକୁ ଜୀବନରୁ ମାରିଦେବାର ଧମକ ଦେଇ ଆସୁଥିଲେ । ଘଟଣା ଦିନ ୨ଟା ସମୟରେ ଧନେଶ୍ୱର ଗଣେଶ୍ୱରପୁର ଛକରୁ ଆସୁଥିବା ବେଳେ, ଆସାମୀମାନେ ମିଳିତ ଭାବେ ବିଭିନ୍ନ ମାରଣାସ୍ତ୍ର ଫାର୍ସା, କଟୁରି, ଠଙ୍ଗାରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଧନେଶ୍ୱରର ମୃତ୍ୟୁ ଘଟିଥିଲା । ମୃତ ଧନେଶ୍ୱରର ଭାଇ ବିଜୟ ଯାଜପୁର ଥାନାରେ ଏତଲା କରିବା ପରେ ପୋଲିସ କେସ ନଂ ୧୩/୧୨ ରେ ଏକ ମାମଲା ରୁଜୁ କରି ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାରେ ୧୬ ଜଣ ସାକ୍ଷୀ ମାନଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଦୌରାଜଜ୍ ଆସାମୀ ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨ ହଜାର ଟଙ୍କା ଲେଖାଏଁ ଦଣ୍ଡିତ କରିଛନ୍ତି । ଜୋରିମାନା ନଦେଲେ ଆଉ ଅଧିକ ୬ମାସ ଜେଲ ଦଣ୍ଡ ମିଳିବ ବୋଲି ଉଲ୍ଲେଖ ରହିଚି । ସରକାରୀ ଓକିଲ ସମରେନ୍ଦ୍ର ଦାଶ ଏହି ମୋକଦମା ପରିଚାଳନା କରୁଥିଲେ
ଗଣେଶ୍ୱରପୁର ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଲା
|
July 27, 2022 |
