ଗଣମାଧ୍ୟମକୁ ଡକା ନଯିବାର ରହସ୍ୟ କଣ ? ଆଦିବାସୀ ସଂଗ୍ରହାଳୟ ଗୃହ ଶିଳାନ୍ୟାସ କାର୍ଯ୍ୟକ୍ରମ

Spread the love
  • 1
    Share

ଘଟଗାଁ ,୧୩/୬ (ସନ୍ଧାନ ନିୟୁଜ୍) ଗତ ସୋମବାର ଘଟଗାଁ ସ୍ଥିତ ପାନ୍ଥନିବାସ ନିକଟରେ ଘଟଗାଁ ଠାରେ ସ୍ଥାପନ ହେବାକୁ ଥିବା ଆଦିବାସୀ ସଂଗ୍ରହାଳୟର ଶିଳାନ୍ୟାସ ଉସôବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଯୋଗଦେଇଥିବା ବେଳେ ପୂର୍ତ ଓ ଗୃହ ନିର୍ମାଣ ବିଭାଗର ବହୁ ଅଧିକାରୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ କିଛି ଛାମୁଆ ନେତାଙ୍କୁ ନିମନ୍ତ୍ରୀତ ଅତିଥି ଭାବେ ଡକାଯାଇଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁଚନା ଦିଆଯାଇନଥିଲା । ଫଳରେ ସ୍ଥାନୀୟ ଅଂଚଳରେ ଏନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ଏ ଘଟଣା ବିଡମ୍ବନାର ବିଷୟ ସାଜିଛି । ଏହି କାର୍ଯ୍ୟକ୍ରମଟିକୁ ଶାସକ ଦଳର ମାଳମାଳ ନେତାଙ୍କ ଉପସ୍ଥିତି ଯୋଗୁ ଏହା ଏକ ପ୍ରକାରର ସରକାରୀ କାର୍ଯ୍ୟକ୍ରମ ଭଳି ଲାଗୁନଥିବା ବେଳେ ଶାସକ ଦଳିୟ ପ୍ରାୟୋଜିତ କାର୍ଯ୍ୟକ୍ରମରେ ରୁପାନ୍ତରିତ କରିଦେଇଥିଲେ ବିଭାଗୀୟ ଉଚ୍ଚ କତୃପକ୍ଷ ମାନେ । ସବୁଠାରୁ ପରିତାପର ବିଷୟ ଏହିକିଯେ ଏବାବାଦରେ ଘଟଗାଁ ପ୍ରେସ କ୍ଲବ ସଭାପତୀ ପ୍ରଦୀପ କୁମାର ସାଙ୍କ ପାଖରେ ମଧ୍ୟ କାର୍ଯ୍ୟକ୍ରର ସୁଚନା ଦିଆଯାଇନଥିଲା । ଫଳରେ ସ୍ଥାନୀୟ କୌଣସି ଗଣମାଧ୍ୟମ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣି ପାରିନଥିଲେ । ତେବେ ଘଟଗାଁ ପ୍ରେସ କ୍ଲବ ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଖାମଖିଆଲ ମନୋଭାବକୁ ଦୃଢ ହସ୍ତରେ ନିନ୍ଦା କରୁଛି । ସୁଚନା ଯୋଗ୍ୟ ଯେ ଏହି ଆଦିବାସୀ ସଂଗ୍ରାହଳୟଟି ୧ କୋଟି ୩୩ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବେଳେ ବିଭାଗର ଏତାଦୃଷ୍ୟ କାର୍ଯ୍ୟକୁ ନେଇ ଏହା କେତେ ଦୂର ସଫଳହେବ ଜନାସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Report- Ananta Jena keonjhar

  • 1
    Share

Related Posts

About The Author

Add Comment