ଗଞ୍ଜଇ ଜବତ: ଜଣେ ଅଟକ

Spread the love

ବାରିପଦା ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):-  ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୯ କିଲୋ ୩୫୦ ଗ୍ରାମର ଗଞ୍ଜଇ ଜବତ କରାଯାଇଛି । ବାରିପଦାର ଭଞ୍ଜପୁର ନିକଟବର୍ତ୍ତୀ ରେଳ ଲାଇନ ଉପରେ ଏକ ଗଭର୍ତ୍ତି ବ୍ୟାଗ ଧରି ଯାଉଥିବା ଏକ ଯୁବକକୁ ବାରିପଦା ଟାଉନ ପୋଲିସ ଗିରଫ କରିଛି । ଆଜି ବିଶ୍ୱସ୍ତ ସୂତ୍ରରୁ ବାରିପଦା ଟାଉନ ଥାନା ଗଞ୍ଜଇ ବେପାର ଖବର ପାଇଥିଲା। ଏହାପରେ ଦିନ ପ୍ରାୟ ୧୦ଟା ୩୦ ମିନିଟ ବାରିପଦା ଟାଉନ ଥାନା ଭାରପ୍ରାପ୍ତ ଅଧୁକାରୀ ବୀରେନ୍ଦ୍ର ସେନାପତିଙ୍କ ନିର୍ଦ୍ଦେଶକ୍ରମେ ଏସିଆଇ ରଞ୍ଜନ କୁମାର ବେହେରାଙ୍କ ନେତୃତ୍ବରେ ପୋଲିସ ଟିମ ଚଢ଼ାଉ କରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ପଲିଥିନ ବ୍ୟାଗରୁ ୯ କିଲୋଗ୍ରାମ ୩୫୦ ଗ୍ରାମ ଗଞ୍ଜଇ ଜବତ କରାଯାଇଥିଲା । ଏହି ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କାରୁ ଅଧୁକ ହେବ ବୋଲି ଜଣାପଡିଛି । ଘଟଣାସ୍ଥାନରୁ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଉଛନ୍ତି କୁଳିଅଣା ଥାନା ଅନ୍ତର୍ଗତ ସାନପଳସା ଗ୍ରାମର ଶ୍ୟାମସୁନ୍ଦର ମଢୁଆଳ । ଏନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ କରି ଘଟଣାର ଅଧୂକ ତଦନ୍ତ ଚାଲିଥିବାର ଟାଉନ ଥାନାକାରୀ ବୀରେନ୍ଦ୍ର ସେନାପତି ସୂଚନା ପ୍ରଦାନ କରିଛନ୍ତି ।

Related Posts

About The Author

Add Comment