ସୁନ୍ଦରଗଡ ତା:୨୫/୫/୨୦୨୫( ସନ୍ଧାନ ନ୍ୟୁଜ/ବାଲିସଙ୍କରା) ଗଛ ଲଗାଅ ଦେଶ ବଞ୍ଚାଅ ର ନାରା ସରକାର କହୁଥିବା ବେଳେ ବାଲିସଙ୍କରା ବ୍ଲକ ରାଉଳଡେଗା ବନ ଉପଖଣ୍ଡରେ ତାର ବ୍ୟତିକ୍ରମ ଚିତ୍ର ଦେଖିବାକୁ ମିଳୁଛି ।ବୋଧ ହୁଏ ବନ ବିଭାଗ ଗଭୀର ନିଦ୍ରାରେ ଶୋଇଥିବା ଦେଖିବାକୁ ମିଳିଛି l ଦିନକୁଦିନ ରାଉଳଡେଗା ବନଖଣ୍ଡ ଅନ୍ତର୍ଗତ ଆମଟ ପାନୀ,ହାତୀ ଛାପଲ୍,ଲମଟି,ଟିକିଲି ପଡ଼ା, ସୁନ୍ଧାପାଣି, ବରହାଡେମା,କାଦୋପାନି, ଅଞ୍ଚଳରେ ପ୍ରତିଦିନ ଗଛ କଟା ହେବା ସହିତ କାଠ ବିକ୍ରୀ ରୀତିମତ ଭାବେ ବଢିଚାଲିଛି । ଅଞ୍ଚଳର କେତେକ ଖଳ ପ୍ରକୃତିର ଲୋକ ବାହାର କିଛି ପ୍ରଭାବଶାଳୀ ଲୋକଙ୍କ ସହିତ ମିଶି କ୍ରମାଗତ ଭାବରେ କାଠ ଚାଲାଣ କରୁଥିବା ସୂଚନାରୁ ଜଣାପଡିଛି। ତାସହିତ ଜଙ୍ଗଲ ପୋଡା ହେଲାପରେ ସେସ୍ଥାନକୁ ସମତଳ କରି ଉକ୍ତ ସ୍ଥାନକୁ ନିଜ ଅକ୍ତିଆରକୁ ନେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ପ୍ରତିଦିନ କାଠ ବିକ୍ରୀ ସାଙ୍ଗକୁ ଗଛ ଚାଲାଣ ହୋଇ ମଧ୍ୟ ପ୍ରଶାସନ ଚୁପ୍ ରହିବାରେ ମଦୁଚନ୍ଦ୍ରିକାର ଗନ୍ଧ ବାରି ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅତି ଶୀଘ୍ର ଏହି ଦିଗରେ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଇଚ୍ଛା ପ୍ରକାଶ କରିଛନ୍ତି ।
ଗଛ ଲଗାଅ ଦେଶ ବଞ୍ଚାଅ ନାରାର ବ୍ୟତିକ୍ରମ ଚିତ୍ର
|
May 25, 2025 |



