ଖାକିରେ କଳଙ୍କ: ଜେଲ ଗଲେ ହୋମଗାର୍ଡ ସ୍ୱାମୀ!

Spread the love

ରାଉରକେଲା, ୦୭/୦୮/୨୦ (ସନ୍ଧାନ ନିଉଜ) : ଖାକିରେ ପୁଣି ଲାଗିଲା କଳଙ୍କ! ରାଉରକେଲା ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡ କଲୋନୀ ଅଂଚଳରେ ରହୁଥିବା ହୋମଗାର୍ଡ ବିନୋଦ ମହାପାତ୍ର ପ୍ରାୟ ୬ ବର୍ଷ ପୂର୍ବେ ରାଉରକେଲା ଗୋଲଘର ଅଂଚଳରେ ରହୁଥିବା ପ୍ରିୟଙ୍କା ନାମକ ଯୁବତୀଙ୍କ ସହ ବୈଦିକ ରିତୀରେ ବିବାହ କରିଥିଲେ । ହେଲେ ପ୍ରିୟଙ୍କାଙ୍କ ଉପରେ ବିନୋଦ  ଯୌତୁକ ଲାଗି ନିର୍ଯ୍ୟାତନା ଦେଉଥିଲେ ବୋଲି ପ୍ରିୟଙ୍କାଙ୍କ ପରିବାର ଲୋକେ ଅଭିଯୋଗ କରି ଆସୁଥିଲେ । ଗତ ସୋମବାର ପ୍ରିୟଙ୍କା ଗାଧୋଇବା ସମୟରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇଥିଲେ । ଏହି ଘଟଣାକୁ ନେଇ ପରେ ପ୍ରିୟଙ୍କାଙ୍କ ପରିବାର ଲୋକେ ଛେଣ୍ଡ ଥାନାରେ ଏତଲା ଦେବା ପରେ ଛେଣ୍ଡ ପୁଲିସ  ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ସ୍ୱାମୀ ବିନୋଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମାଜୁଂର ହେବାରୁ ବିନୋଦଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ଘଟଣା ପୁଲିସିଆ ମହଲରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି ।

Related Posts

About The Author

Add Comment