କୋଭିଡ ଟିକା ପାଇଁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା, ପୁଲିସ ମୁତୟନ

Spread the love
  •  
  •  
  •  
  •  
  •  

ଚଣ୍ଡିଖୋଲ, ୦୩/୦୫ (ସବ୍ୟୁ) ଧାର୍ଯ୍ୟ ୨ଶହ ହେଲେ ଆସିଲେ ୨ହଜାର ଲୋକ । ଏତେ ଲୋକଙ୍କୁ ଦେଖି ହତଭାଗ ହେଲେ ମେଡିକାଲ କର୍ମଚାରୀ । ପରିସ୍ଥିତି ଏମିତି ହେଲା ଯେ,ପୁଲିସକୁ ଲୋଡାଗଲା । ଆଜି ଥିଲା ବରିଷ୍ଠ ମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଗ୍ରହଣ । କିନ୍ତୁ ମେଡିକାଲ କର୍ତ୍ତୁପକ୍ଷଙ୍କ ସଠିକ ସୂଚନା ନଥିବାରୁ ପୁଲିସକୁ ନାକେଦମ ହେବାକୁ ପଡିଲା । ଏହାକୁ ନେଇ ତୁମ୍ବିତୋଫାନ କଲେ ଲୋକେ । ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲା ମେଡିକାଲ ପରିସର । ଏଭଳି ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । କୋଭିଡ-୧୯ ଟିକା ପାଇଁ ଆଜି ପ୍ରବଳ ଜନସମାଗମ ହୋଇଥିବା କିନ୍ତୁ ପ୍ରଥମ ଡୋଜ ଟିକା ଆସିନଥିବା ବେଳେ ଦ୍ୱିତୀୟ ଡୋଜ ଟିକାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ବଡଚଣା ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଛି । କରୋନା ଟିକାକରଣକୁ ନେଇ ସମଗ୍ର ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି ଏବଂ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ଶୁକ୍ରବାର ଠାରୁ ଟିକାର ଅଭାବ ଦେଖାଦେଇଥିଲା ଏବଂ ଗତ କାଲି ଏଠାକୁ ୨୦୦ ଡୋଜ ଟିକା ଆସିବା ପରେ ଆଜି ଟିକା ଦିଆଯିବ ବୋଲି ପ୍ରଚାର ହୋଇଥିଲା । କିନ୍ତୁ ଆଜି ଏଠାକୁ ଦ୍ୱିତୀୟ ଡୋଗ ପାଇଁ ମାତ୍ର ୨୦୦ ଡୋଜ ଟିକା ଆସିବାରୁ ଏହାକୁ ଦିଆଯିବା ପାଇଁ ଡାକ୍ତରଖାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହେଲେ ୨୦୦ ଟିକାକୁ ଆଜି ଏଠାରେ ପ୍ରାୟ ଦୁଇ ହଜାର ଲୋକଙ୍କ ସମାଗମ ହୋଇଥିଲା । ୨୦୦ ଲୋକଙ୍କ ଠାରୁ ଦ୍ୱିତୀୟ ଡୋଜ ପାଇଁ ଆଧାର କାର୍ଡ ସଂଗ୍ରହ କରାଯିବା ପରେ ଅବଶିଷ୍ଟ ଲୋକଙ୍କ ଠାରୁ ଆଉ ଟିକା ଆଜି ଦିଆଯିବନି ବୋଲି କର୍ତ୍ତୃପକ୍ଷ କହିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା । ଏସଆଇ ସଂଯୁକ୍ତା ବେହେରା, ଏଏସଆଇ ବିଜୟ କୁମାର ତରାଇଙ୍କ ସମେତ ବ୍ୟାପକ ପୁଲିସ ମୁତୟନ ହୋଇ ପରିସ୍ଥିତିକୁ ଆୟତ କରିଥିଲେ । ଅପରପକ୍ଷରେ ଯେତିକି ଟିକା ଆସୁଛି ଏଠାରେ ଥିବା ମୋଟ ୪୩ଟି ପଞ୍ଚାୟତ ମଧ୍ୟରୁ କିଛି ପଞ୍ଚାୟତକୁ ପର୍ଯ୍ୟାୟକ୍ରମେ ଏହି ଟିକା ଦେବାକୁ ବ୍ୟବସ୍ଥା କରାଗଲେ ହୁଏତ ଆଉ ଏଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ ବୋଲି ଲୋକେ ଆଲୋଚନା କରୁଛନ୍ତି । ସ୍ୱଳ୍ପ ଟିକା ଆସୁଥିବାରୁ ଅଧିକ ଲୋକ ନେବାକୁ ଚାହିଁବସିଛନ୍ତି, ଯାହାଫଳରେ ଏପରି ପରିସ୍ଥିତି ସୃଷ୍ଟିହେଉଛି । ଏବିଷୟରେ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାରୁ ଟିକାର ମହଜୁଦକୁ ନେଇ ଆମକୁ ବ୍ୟବସ୍ଥା କରିବାକୁ ପଡିୁଛି ବୋଲି କହିଥିଲେ ।

Related Posts

About The Author

Add Comment