ଯାଜପୁର, ୨୯/୦୭/୨୦୨୧ (ସନ୍ଧାନ ନିଉଜ) : ୭୫ ତମ ଯାଜପୁର ଜିଲ୍ଳ୍ା ସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଚ୍ଥି । ଗୁରୁବାର ଅପରାହ୍ନରେ ଜିଲ୍ଳ୍ାପାଳ ଚକ୍ରୱତି ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଯେ ହେତୁ କରୋନାର ପ୍ରଭାବ ଏବେବି ରହିଚ୍ଥି । ତେଣୁ ସରକାର ଧାର୍ଯ୍ୟ କରିଥିବା ନିୟମାବଳୀକୁ କଡାକଡି ପାଳନ ସହ କେବଳ ସ୍ୱଳ୍ପ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କ ଊପସ୍ଥିତିରେ ଦିବସ ପାଳନ କରାଯିବ ବୋଲି ଶ୍ରୀ ରାଠୋର ସୂଚନା ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ସର୍ବ ସମ୍ମତ ନିଷ୍ପତି ଗ୍ରହଣ କରାଗଲା । ଚଳିତ ବର୍ଷର ସ୍ୱାଧୀନତା ଦିବସ ଯାଜପୁର ଜିଲ୍ଳ୍ା ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ । ଅଗଷ୍ଟ ୧୫ ତାରିଖ ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ । ପୂର୍ବାହ୍ନ ଘ. ୭.୩୦ ମିନିଟ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ଓ ଶିଳ୍ପାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତୋଳନ କରାଯିବ । ପୂର୍ବାହ୍ନ ଘ. ୯.୦୫ ମିନିଟରେ ଦିବସର ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ସ୍ୱଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ଗାନ୍ଧି ଚ୍ଥକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତି ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତି ରେ ଅତିଥି ମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ । ପୂର୍ବାହ୍ନ ଘ. ୯.୧୫ ମିନିଟ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଳ୍ା ସ୍କୁଲ ପଡିଆ ଠାରେ ଜାତୀୟ ପତାକା ଉତୋଳନ କରାଯିବ । ପତାକା ଊତୋଳନ ସମୟରେ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ପରିବେଷଣ କରାଯିବ । ପ୍ୟାରେଡରେ କେବଳ ଆରକ୍ଷୀ ବାହିନୀ ଅଂଶ ଗ୍ରହଣ କରିବେ । ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି କରାଯିବ ବୋଲି ସ୍ଥିର ହୋଇଚ୍ଥି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗୀତାର ଆୟୋଜନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ଉତ୍ସବ ପଡିଆ, ପ୍ରତିମୂର୍ତି ସ୍ଥଳକୁ ସପାଂ ସୁତୁରା, ପ୍ରତିମୂର୍ତି ରେ ରଙ୍ଗ ଦେବା କାର୍ଯ୍ୟ ଯାଜପୁର ପୈାର ପାଳିକା, ଉତ୍ସବ ପଡିଆରେ ମଂଚ ସଜ୍ଜା, ବସିବା ବ୍ୟବସ୍ଥା ଇତ୍ୟାଦି ପୂର୍ତ ବିଭାଗ, ପଡିଆକୁ ସାନିଟାଇଜ କରିବା ବ୍ୟବସ୍ଥା, ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ଊପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଚ୍ଥି । ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଏ.ଡି.ଏମ୍.ଓ, ଡା. ଅନୁପ କୁମାର ନାଥଶର୍ମା, ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଷୀ, ପୋଲିସ ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାର୍ଣ୍ଡି, ପୂର୍ତବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ଲେଙ୍କା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷର ବିବରଣୀ ସଂପର୍କରେ ସୂଚନା ଦେଇଥିଲେ ।
କୋଭିଡ କଟକଣା ମଧ୍ୟରେ ପାଳିତ ହେବ ୭୫ ତମ ସ୍ୱାଧୀନତା ଦିବସ
|
July 29, 2021 |
