କେନ୍ଦ୍ରାପଡ଼ା: ପୋଖରୀରୁ ତରୁଣୀଙ୍କ ଶବ ଉଦ୍ଧାର
କେନ୍ଦ୍ରାପଡ଼ା,୨/୯ (ସନ୍ଧାନ ନିୟୁଜ): ରବିବାର ସକାଳେ ସଦର ଥାନା ଅନ୍ତର୍ଗତ ତିହିଡ଼ା ଗ୍ରାମର ଏକ ପୋଖରୀରୁ ଜଣେ ତରୁଣୀଙ୍କ ଶବ ଉଦ୍ଧାର କରାଯାଇଛି।
ମୃତ ତରୁଣୀଜଣକ ହେଉଛନ୍ତି ଅରୁଣ ରାଉତଙ୍କ କନ୍ୟା ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତ। ଗତ ସନ୍ଧ୍ୟାରେ ୧୭ ବର୍ଷୀୟ ପ୍ରିୟଙ୍କା ଶୌଚ ହେବା ପାଇଁ ଏକାକିନୀ ବାହାରକୁ ଯାଇ ଆଉ ଫେରି ନ ଥିଲେ। ପରେ ପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ।

ଆଜି ସକାଳୁ ପୋଖରୀର ଗୋଟିଏ ପାଖକୁ ତାଙ୍କର ଶବ ଭାସି ଉଠିଥିବା ଲୋକେ ଦେଖିଥିଲେ। ତାଙ୍କର ମୃତ୍ୟୁର ବାସ୍ତବ କାରଣ ଜଣା ନ ପଡ଼ିଲେ ମଧ୍ୟ ଲୋକେ ବିଭିନ୍ନ କଥା କୁହାକୁହି ହେଉଛନ୍ତି।
କେତେକଙ୍କ ମତରେ ସେ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଅନ୍ୟ କେତେକ କହୁଛନ୍ତି ପାରିବାରିକ କଳହ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି।
ଖବର ପାଇ ଚାନ୍ଦୋଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ଘଟଣା ଏବେ ପୁଲିସ ତଦନ୍ତାଧୀନ ରହିଥିବା ପ୍ରକାଶ।
Related Posts
About The Author