କୁଆଖିଆ ଥାନା ଅଂଚଳରେ ନାବାଳିକା ଦୁର୍ଷ୍କମ ଘଟଣା, ଅନେକ ପ୍ରଶ୍ନ, ମିଳୁନି ଗୋଟିଏ ଉତ୍ତର

ଯାଜପୁର,୦୧/୦୩ /୨୦ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ନାବାଳିକା ଚାଲାଣ, ସେକ୍ସ ର୍ୟାକେଟ ପରେ ଏବେ ଦୁର୍ଷ୍କମ ଅପରାଧରେ ଯେମିତି ରାଜ୍ୟସ୍ତର ନୁହେଁ ବରଂ ଜାତୀୟ ସ୍ତରରେ ନାଁ କମାଇଲାଣି ସେପରି ଏଥର ପୁରସ୍କାର ପାଇବ ବୋଧେ । ଏହି ଅପରାଧ ପୃଷ୍ଟ ଭୂମି ତିହାରି କରିବା ପାଇଁ ଶାସକ ଦଳ ବଡବଡ ନେତାଙ୍କ ପ୍ରଚ୍ଛଦ ହାତ ରହିଥିବା ବେଳେ ଏହାକୁ ପ୍ରାଣପଣେ କାର୍ଯ୍ୟରେ ପରିଣତ କରୁଛନ୍ତି ବ୍ଲକ ଏବଂ ପଂଚାୟତ ସ୍ତରୀୟ ନେତା ମାନେ । ତେବେ ଏସବୁ ପାଇଁ କଣ ଏମାନଙ୍କୁ ମିଳୁଛିକି ନେତା ପଦ । ସଦ୍ୟଜାତ କୁଆଖିଆ ଥାନା ଅଂଚଳରେ ଚର୍ଚ୍ଚା ଜୋରଧରିଥିବା ନାବାଳିକା ଦୁର୍ଷ୍କମ ଘଟଣା ଏବଂ ଏଥିନିମନ୍ତେ ପ୍ରାଥମିକ ପ୍ରର୍ଯ୍ୟୟରେ ଗିରଫ ହୋଇଥିବା ରସୁଲପୁର ବ୍ଲକ ବିଜେଡି ସଭାପତି ସୁବାଷ ଖଂଟିଆ ହାତ ରହିଥିବା ସ୍ପଷ୍ଟ ହୋଇନଥିବା ବେଳେ ସୁବାଷଙ୍କ ନେତାମାନଙ୍କ ସହିତ ରହିଥିବା ଫୋଟ ଭାଇରାଲ ହେବାରେ ଲାଗିଛି । ବବି ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ସାଂସଦ ରୀତା ତରାଇ ଏବଂ ନବୀନଙ୍କ ଫଟୋ ଥିବା ବ୍ୟାନର ଘୁରି ବୁଲୁଥିବା ବେଳେ ତାଙ୍କର ଚରିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ନେତା ପଦକୁ ନେଇ ସେ ଅପରାଧ କରୁଥିବା ବେଳେ ସେ ଜଣେ ମଦପ୍ୟ ଚରିତ୍ରର ବୋଲି ଆଜି ଜିଲ୍ଲା ସାରା ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପଟରେ ଏହି ଘଟଣାରେ ନାବାଳିକାକୁ ଅପହରଣ କରିନେଇଥିବା ବ୍ୟକ୍ତି ମାନଙ୍କ ପାଖରେ ପୋଲିସ ପଂହଚି ପାରିନାହିଁ । ନା ଏଥିରେ ଅନ୍ୟ କୌଣସି ନେତା ଜଡିତ ଅଛନ୍ତି ସେଥିପାଇଁ ପୋଲିସ ବାଟବଣା ହେଉନାହିଁତ । ଅନ୍ୟପଟରେ ଏହି ଘଟଣା ଉପରେ ଏବେ ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ ପାଟିରୁ ଗୋଟିଏ ପ୍ର୍ରଶ୍ନର ଉତ୍ତର ମିଳୁନାହିଁ
ପ୍ରଶ୍ନ ନଂ-୧ ନାବାଳିକ ଅପହରଣ ହେବା ପରେ ଥାନାରେ ଏତଲା ହୋଇଥିଲା ନା ନାହିଁ?
ପ୍ରଶ୍ନ ୨- ଯଦି ଥାନାକୁ ସୂଚନା ଦିଆଯାଉଥିଲା ଥାନା ପକ୍ଷରୁ ଏତଲା ଗ୍ରହଣ କରାଯାଇ ପଦକ୍ଷେପ ତୁରନ୍ତ କଣ ପାଇଁ ନିଆଯାଇନଥିଲା?
ପ୍ରଶ୍ନ ୩- ଗ୍ରାମରୁ ନାବଳିକାକୁ ଉଠାଇ ଆଣିବାକୁ ଆସିଥିବା ଦୁଇ ଅପରାଧି କିଏ? ଗ୍ରାମରୁ ଅପହରଣ କରିବାକୁ ସାହାସ ପାଇଲେ କେଉଁଠୁ
ପ୍ରଶ୍ନ ୪- ନାବାଳିକା ଚାଲାଣ ଦିଗରେ ରହିଛି କି ବଡ ନେଟୱର୍କ?
ପ୍ରଶ୍ନ ୫- ଏମାନଙ୍କୁ ବାହାର ବଜାରେ ବିକ୍ରି କରିବାକୁ ହେଉଥିଲା କି ଷଡଯନ୍ତ୍ର?
ପ୍ରଶ୍ନ ୬- ଯଦି ସୁବାଶଙ୍କ ପରିବାର ଲୋକଙ୍କ ବୟାନ ନାବାଳିକାକୁ ବାଟରୁ ଆଣି ଘରେ ରଖିଥିଲେ ତେବେ ପୋଲିସରେ ସୂଚନା ଦେଇନଥିଲେ କଣ ପାଇଁ ।
ପ୍ରଶ୍ନ ୭- ସୁବାଶଙ୍କ କେବଳ ଏଥିରେ ସମ୍ପୁକ୍ତ ନା ଆଉ କିଏ କିଏ ତାଙ୍କ ସହିତ ଅଛନ୍ତି ।
ପ୍ରଶ୍ନ ୮- କୁଆଖିଆ ପୋଲିସ ଛୋଟଛୋଟ ଅପରାଧି ଗୁଡିକୁ ସଠିକ ତଦନ୍ତ କରୁନାହିଁ କଣ ପାଇଁ?
ପ୍ରଶ୍ନ ୯- ପୋଲିସ ଉପରେ ରାଜନୌତିକ ଚାପ ପକାଉଥିବା ବ୍ୟକ୍ତିମାନେ କିଏ କିଏ?
ପ୍ରଶ୍ନ ୧୦- ବୀରୋଧୀ କଂଗ୍ରେସ ଏବଂ ବିଜେପି କରୁଛନ୍ତି କଣ?
ଏସବୁ ସମେତ ଆହୁରି ଅନେକ ପ୍ରଶ୍ନ ଜନସାଧରଣଙ୍କ ମନରେ ଉଠୁଥିବା ବେଳେ ପୋଲିସର ନିରବତା ଏହି ଘଟଣଶ ଉପରୁ ପରଦା ଉଠାଇପାରିବ ନାହିଁ ବୋଲି ସାଧରଣରେ ସନେ୍ଦହ ପ୍ରକାଶ ପାଇଛି । ଏହାକୁ ବିଚାରବିଭାଗୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Related Posts

About The Author

Add Comment