ସୁନ୍ଦରଗଡ଼ ତା :୨୭-୧୧-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ କିଞ୍ଜିରକେଲା ଡିଗ୍ରୀ ମହାବିଦ୍ୟାଳୟ ପରିସର ଠାରେ ତା:୨୬-୧୧-୨୦୨୬ରିଖ ଦିନ ମହା ଆଡମ୍ବର ସହିତ ରାଜନୀତି ବିଜ୍ଞାନ ସମ୍ମିଧାନ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୁରୁଚରଣ ମିଶ୍ର, ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ମିଧାନ କୁ ଗଣତନ୍ତ୍ର ର ରକ୍ଷା କବଚ ବୋଲି ମତ ପ୍ରକାଶ କରିଥିଲେ l ଅଧ୍ୟାପିକା ସ୍ଵାଗତିକା ପ୍ରଧାନ, ଅଧ୍ୟାପକ ମନୋଜ କୁମାର ପାଣୀ, ସଞ୍ଜୟ କୁମାର ନାୟକ ଓ କୁସୁମ କାନ୍ତି ଲାକ୍ରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସମ୍ମିଧାନ ବିଷୟରେ ନିଜ ନିଜର ମତ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ମହା ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମ୍ମିଧାନ ର ସମସ୍ତ ବିଷୟ କୁ ଧ୍ୟାନ ପୂର୍ବକ ଶ୍ରବଣ କରିଥିଲେ l ଶେଷରେ ପ୍ରଥମ ବର୍ଷର ଛାତ୍ରୀ ପଦ୍ମିନୀ ଦଣ୍ଡସନା ଧନ୍ୟବାଦ ଅର୍ପଣ କରିଥିଲେ l
କିଞ୍ଜିରକେଲା ଡିଗ୍ରୀ ମହାବିଦ୍ୟାଳୟ ପରିସର ରେ ରାଜନୀତି ବିଜ୍ଞାନ ଗଣତନ୍ତ୍ର ସମ୍ମିଧାନ ପ୍ରତିଷ୍ଠା ଦିବସ ପାଳିତ
|
November 27, 2026 |



