ସୁନ୍ଦରଗଡ଼ତା:୨୪/୭/୨୦୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ର ବରହାଡେ଼ମା ପଞ୍ଚବେଡା(ବେଳକୁବା ବାଡକା ଗାଢ଼l) ଗ୍ରାମ ର ସଚିନ ଟେଟେ ବୟସ (୨୪ବର୍ଷ )ତାଙ୍କ ପିତା – ଆଳବାନ ଟେଟେ, ମାତା- ଆନlନ୍ଦିତ ଟେଟେ, ଥାନା ତଲସରା ର ସ୍ଥାୟୀ ବାସିନ୍ଦା ଅଟନ୍ତି l ସେ ହେମଗିର ରେ ବସବାସ କରୁଥିବା ସୁରେଶ ସରେଙ୍ଗ ନାମକ ମାଲିକ ଙ୍କ ଠାରେ ଘରୋଇ କାମ କରିବା ପାଇଁ ଯାଇଥିଲେ l ସୂଚନା ଅନୁସାରେ ତାଙ୍କ ଉଚ୍ଚତା ୬ ଫୁଟ, ରଙ୍ଗ କଳା, ସେ ଜନ୍ମ ରୁ ମୁକ ଥିବା ସହିତ ମସ୍ତିସ୍କ ବିକୃତ ଥିବାପରିବାର ପକ୍ଷରୁ ଜଣାପଡିଛି l ସେ ଖଡିଆ ଭାଷା ସହିତ ସାଦ୍ରୀ ଭାଷା ରେ କଥା କହିଲେ ବୁଝି ପାରୁଥିବା ପରିବାର ପକ୍ଷରୁ ସୂଚନା ରହିଛି । l ସଚିନ ଟେଟେ ଗତ ତା:୧୨/୭/୨୦୨୫ରିଖ ଶନିବାର ଦିନ ୧୦ଟା ସମୟ ରୁ କାମ କରୁଥିବା ଜାଗା ରୁ ନିଖୋଜ ଥିବା ବେଳେ ସେ ଦିନ ସେ ଧଳା ରଙ୍ଗରଚେକସାର୍ଟ ସହିତ ମାଟିଆ ରଙ୍ଗ ର ଢିଲା ପେଣ୍ଟ ପିନ୍ଧି ଥିଲେ l ଯୁବକ ଜଣକ ନିଖୋଜ ହେବା ପରେ ଆଖପାଖ ସହିତ ପଡୋଶୀ ଅଞ୍ଚଳ ରେ ଖୋଜା ଖୋଜି କଲେ କିନ୍ତୁ କୌଣସି ଜାଗା ରେ ତାଙ୍କୁ ନ ପାଇଁ ଶେଷ ରେ ହେମଗିର ପୋଲିସ ଷ୍ଟେସନ କୁ ଜଣାଇ ଥିଲେ l ସେ ପଟେ ଯୁବକ ର ମାଲିକ ସୁରେଶ ସରେଙ୍ଗ ବର୍ତ୍ତମାନ ମଧ୍ୟ ତାଙ୍କୁ ଖୋଜା ଖୋଜି କରୁଥିବା ବେଳେ ଏପଟେ ତାଙ୍କ ବାପା ମା ମଧ୍ୟ ଖୋଜା ଖୋଜି କରିବାରେ ଲାଗିଛନ୍ତି l ଯେ କୌଣସି ସ୍ଵ ହୃଦୟ ବ୍ୟକ୍ତି ଯଦି କୌଣସି ଜାଗା ରେ ଏହି ଯୁବକର ସୂଚନା ପାଆନ୍ତି ତା ହେଲେ ଏହି ମୋବାଇଲ ନମ୍ୱର୍ ୮୦୭୩୪୧୪୬୩୫, ୯୬୬୮୬୩୯୨୦୯ ରେ ଫୋନ କରି ଜଣାଇ ବାକୁ ଅନୁରୋଧ ।
କାମ କରିବାକୁ ଯାଇ ଯୁବକ ନିଖୋଜ
|
July 25, 2025 |



