କଳ୍ପତରୁ ଦାସଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ହରିଦାସପୁର ଓ କୋତପୁରରେ ଚାରା ରୋପଣ

Spread the love

ଧର୍ମଶାଳା, ୨୫/୭(ସନ୍ଧାନ ନିୟୁଜ/ଦିପକ ମଲିକ) ବିଶ୍ୱକୁ ସବୁଜ କରିବା ଲକ୍ଷରେ ଧର୍ମଶାଳାର ବିଧାୟକ ନିଜ ପତା ସ୍ୱର୍ଗତ କଳ୍ପତରୁ ଦାସଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ସମସ୍ତ ପଂଚାୟତରେ ଚାରା ରୋପଣ କରାଯାଇଛି । ଏହି କ୍ରମରେ ହରିଦାସପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ସରପଂଚ ମଧୁସ୍ମିତା ଭଦ୍ରଙ୍କ ସହଯୋଗରେ ସରପଂଚା ପ୍ରତିନିଧି ରୁପେଶ ଭଦ୍ର, ପ୍ରଶାନ୍ତ ନାୟକ, ଭରତ ନାୟକ, ବିପିନ ନାୟକ, ଯୁବ ବାହନୀ ସଭାପତି ଶିରଶାକାନ୍ତ ବିଶ୍ୱାଳ, ବିକାଶ ଶତପଥୀ, ଅଶୋକ କୁମାର ସାହୁ, ହରପ୍ରସାଦ ନାୟକ, କନ୍ତିପ୍ରଭା ସାହୁ, ଅଭୟ କୁମାର ସାହୁ, ଧୃବ ଚରଣ ସାମଲ, ଅଶୋକ ସିଂହ, ବିନୟ ଦାସ, ସୁଦାମ ନାୟକ, ସମୋନାଥ ନାୟକ, ଦୁଶାଃସନ ଘଢାଇ, ବିଶ୍ୱଜିତ ନାୟକ, ଅରୁଣ କୁମାର ସାହୁ, ବିନୟ କୁମାର ଓଝା ସୁରେଶ କୁମାର ନାୟକ, ତପନ କୁମାର ସେଠୀ, ପ୍ରଫୁଲ୍ଲ ସାମଲ, ପବିତ୍ର ଦାସ, ଅଜୟ ଗୋଚ୍ଛାୟତ, ବିନୋଦ ଦାସ ଏବଂ ବିଦ୍ୟାଳୟର ଶିକ୍ଷକ ମନୋଜ ରାଉତ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଏପରକି ପିଲାମାନଙ୍କୁ ଗଛ ଲଗାଇ ପରିବେଶ ରକ୍ଷା କରିବା ଦିଗରେ ସଚେତନତା କରାଯିବା ସହ ମିଷ୍ଠାନ ବଂଟନ କରାଯାଇଥିଲା ।

ସେହିପରି କୋତପୁର ପଂଚାୟତର ବଜ୍ରଗିରି ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ସାମଲ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ସାମଲ, ପୂର୍ବତନ ସରଂପଂଚ ଅବନିନ୍ଦ୍ର ଜେନା, ଅଧ୍ୟାପକ ଅନନ୍ତ କିଶୋର ମହାନ୍ତି,ପତିପୋବନ ବଳସାମନ୍ତ, କର୍ମଚାରୀ ରତ୍ନାକର ନାୟକ, ବିଦ୍ୟାଧର ଧଳ, ସନ୍ତୋଷ କୁମାର ଦାଶ, ସୁମନ୍ତ କୁମାର ଜେନା,କୌଳାସ ଲେଙ୍କା, ମାଧବା ମାହୁନ୍ତ, ତୁଷାରକାନ୍ତ ଜେନା ସୌରଜା କେତନ ଜେନା ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିବା ସହିତ ସ୍ୱର୍ଗତ ଦାସଙ୍କ ପତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Related Posts

About The Author

Add Comment