କରୋନା ସହାୟତା ପାଇଁ ରେଡ଼କ୍ରସକୁ ଦାନ

Spread the love

ଯାଜପୁର, ୨୪/୦୫/୨୦ (ସନ୍ଧାନ ନିଉଜ) : ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିÿଥାଉ ଜଗତ ଉଦ୍ଧାର ହେଉ । ସନ୍ଥକବି ଭୀମ ଭୋଇଙ୍କର ଏହି ମହତ ବାଣୀ ଜାତିସଂଘ କାନ୍ଥରେ ସ୍ଥାନୀତ ହୋଇ ସମଗ୍ର ବିଶ୍ୱକୁ ଚମକୃତ କରିଛି । ସେମିତି ଭାବ ନେଇ ଆଜି କରୋନା ମହାମାରୀର ମୁକାବିଲା ପାଇଁ ପ୍ରତିଟି ସ୍ତରରେ ଉଦ୍ୟମ ଜାରି ରହିଛି । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କ୍ଷମତା ମୁତାବକ ଏହି ଅଦୃଶ୍ୟ ଶକ୍ତି ସହ ଲଢ଼ିବା ପାଇଁ ସହଯୋଗର ହାତ ବଢ଼େଇ ଚାଲିଛନ୍ତି । ବିଂଝାରପୁର କପିଳାସ୍ଥିତ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକିର୍ତ୍ତନ ସେବା ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ରେଡ଼କ୍ରସ ପାଣ୍ଠିକୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ପାଂଚହଜାର ଏକଶହଟଙ୍କା ପ୍ରଦାନ କରାଯାଇଛି । ଏହି ପରିଷଦର ସମସ୍ତ ସଦସ୍ୟ ସାଧାରଣ ଅଭାବୀ ମଣିଷ । କିଏ ଛୋଟ ମୋଟ କାର୍ଯ୍ୟକରି କିମ୍ବା କଳା ପ୍ରଦର୍ଶନ କରି ଜୀବନ ନିର୍ବାହ କରନ୍ତି । କିନ୍ତୁ ଦେଶର ବିପତ୍ତି ସମୟରେ ସେମାନଙ୍କର ଏହି ମହନୀୟ ସହାୟତା ସବୁଠାରୁ ବଡ଼ ଉପଲବ୍ଧୀ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅର୍ଥକୁ ପରିଷଦର ସଦସ୍ୟ କୃତ୍ତିବାସ ଦାସ ମହାରାଜ, ଭରତ ବେହେରା, ସମ୍ଭାବୀ ମଲିକ, ଅଖିଳ ମଲିକ, ମହେନ୍ଦ୍ର ମଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ଅର୍ଥପ୍ରଦାନ ସମୟରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡ଼କ୍ରସ ସୋସାଇଟିର ସଂପାଦକ କୁଳମଣି ନାୟକ ଉପସ୍ଥିତ ଥିଲେ ।

Related Posts

About The Author

Add Comment