କରୋନା କଟକଣା ଭିତରେ ସରିଲା ଶ୍ରୀଜିଉ ମାନଙ୍କ ସ୍ନାନ ପୂର୍ଣ୍ଣିମା : ଗଜାନନ ବେଶରେ ବିଜେ ହେଲେ ତିନି ଠାକୁର  

Spread the love
ବାଲିଗୁଡା, ୨୪/୦୬/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ଭକ୍ତ ଓ ଭଗବାନଙ୍କ ଭାବ ଓ ଭକ୍ତିର ସମ୍ପର୍କ ରହିଛି । ଏଭଳି ପବିତ୍ର ଦିନ ଗୁଡିକ ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର  ଅନେକ ଆଶା ନେଇ ଅପେକ୍ଷାରତ ଥାଆନ୍ତି । ତେବେ କରୋନା ମହାମାରୀ ଭଳି ଏକ ବ୍ୟାଧିରେ ସମସ୍ତେ ଉଣା ଅଧିକେ ଜଡ଼ିତ ହୋଇଥିବା ବେଳେ ସରକାରୀ ନିୟମ ପ୍ରତି ଦୃଷ୍ଟି ଦେଇ ସବୁ କାର୍ଯ୍ୟ ଭକ୍ତଙ୍କ ବିନା ସମ୍ପନ୍ନ ହେଉଛି ।କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଚଳିତ ବର୍ଷ ବିନା ଭକ୍ତରେ କରୋନା କଟକଣା ଯୋଗୁଁ  ପାରମ୍ପରିକ ପୁଜା ପରେ ମୁଖ୍ୟ ପୂଜକ ବାବୁଲା ପଣ୍ଡାଙ୍କ ନେତୃତ୍ଵରେ ଅନ୍ୟ ବ୍ରାହ୍ମଣଙ୍କ ସହଯୋଗରେ ତିନି ଠାକୁରଙ୍କୁ ୨୧ଗରାରେ ୩ଠାକୁରଙ୍କୁ ସ୍ନାନ କରଯାଇଥିଲା । ସ୍ନାନ ପରେ ୩ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ  କରଯାଇଥିଲା ।ଏହା ସହ କରୋନା କଟକଣା ରହିଥିବାରୁ ଭକ୍ତ ମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି । ମନ୍ଦିର ପରିସର ବାହାରେ ରହି ଶ୍ରଦ୍ଧାଳୁ ଭକ୍ତଗଣ ଶ୍ରୀ ଜିଉ ମାନଙ୍କୁ ନିଜର ଭକ୍ତି ସମର୍ପଣ କରିଥିଲେ । ଅନ୍ୟ ପଟରେ ଅନେକ ଶ୍ରଦ୍ଧାଳୁ ମାନଙ୍କ ମନରେ ଚଳିତ ବର୍ଷ ମହାମାରୀ କରୋନା ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇ ଠିଆ ହୋଇ ରହିଥିବାରୁ ଭକ୍ତମାନଙ୍କ ମନରେ ଦୁଃଖ ରହିଥିବା ସହ ମହାପ୍ରଭୁଙ୍କୁ ବାହାର ରହି ଟିକେ ଦର୍ଶନ ପାଇ ପାରିଛନ୍ତି । ଏହା ସହ ସବୁ ବର୍ଷ ମହାପ୍ରଭୁ ମନ୍ଦିରରୁ ବାହାରି ଭକ୍ତମାନଙ୍କୁ ନିଜର ଦର୍ଶନ ଦେଇଥାନ୍ତି କିନ୍ତୁ ମହାମାରୀ କରୋନା ପାଇଁ ଚଳିତ ବର୍ଷ କରୋନା କଟକଣା ରହିଥିବାରୁ ସବୁ ଧର୍ମାନୁଷ୍ଠାନ ଗୁଡିକ ସହରର ଖାଁ ଖାଁ ଲାଗୁଥିବା ସହ ବିନା ଭକ୍ତରେ ମହାପ୍ରଭୁଙ୍କ ଏହି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ରୀତିନୀତି ପ୍ରକ୍ରିୟା ସଂପନ୍ନ ହୋଇଛି । ଆଖପାଖ ଅଞ୍ଚଳରୁ  ଆସିଥିବା ଭକ୍ତ ଗଣ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଖକୁ ଯାଇ ନ ପାରି ମନ୍ଦିର ପରିସର ବାହାରେ ଦର୍ଶନ କରି ଜଗତର ଆରାଧ୍ୟ ଦେବତାଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ ରୁଦ୍ଧ ଭରା କଣ୍ଠରେ । ଭଗବାନଙ୍କ ଠାରୁ ତାଙ୍କର ପ୍ରିୟ ଭକ୍ତଙ୍କୁ ଅଲଗା କରି ରଖିଛି କରୋନା କଟକଣା । ଅଧିକାଂଶ ଭକ୍ତ ସ୍ୱଚ୍ଛ  ଭାବେ ଦର୍ଶନ ପାଇ ନ ପାରି ମନ ଉଣା କରି ଫେରି ଯାଇଛନ୍ତି l ଏହି ସ୍ନାନ କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର, ପୁର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଲଳିତ ପାତ୍ର, ଶ୍ରୀନିବାସ ପାତ୍ର, ମଧୁସୂଦନ ଦାସଙ୍କ ସମେତ ପୋଲିସ୍ ପ୍ରଶାସନ ତରଫରୁ ଏସଡ଼ିପିଓ ମନୋଜ କୁମାର  ପୂଜାରୀ, ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସୂଚାରୁ ରୂପେ  ସ୍ନାନ କାର୍ଯ୍ୟ ସମାପନ ହୋଇଥିଲା।

Related Posts

About The Author

Add Comment