କରୋନାରେ ଫାର୍ମାସିଷ୍ଟ ପ୍ରତାପ ଚନ୍ଦ୍ରଙ୍କ ମୃତ୍ୟୁ

Spread the love

ଝାରପୋଖରିଆ।/ବିଶୋଇ, ୨୬/୯(ସନ୍ଧାନ ନ୍ୟୁଜ୍):- ସାରା ବିଶ୍ୱ ରେ ମହାମାରୀ କରୋନା ତାର ତାଣ୍ଡବଲୀଳା ଜାରି ରଖୁଛି । ଏବେ ଓଡ଼ିଶାରେ ତାର ମାତ୍ରାଧିକ କାୟା ବିସ୍ତାର କରି ଚିନ୍ତାର କାରଣ ସାଜିଛି । ସଂକ୍ରମଣ ସଂଖ୍ୟାର ମାତ୍ରା ବୃଦ୍ଧି ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦୀର୍ଘ ଦଶ ଦିନରେ କରୋନା ସହିତ ଜୀବନ ସଂଗ୍ରାମ ଜାରି ରଖୁ ଶେଷରେ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଶୋଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କବ୍ୟରତ ଫାର୍ମାସିଷ୍ଟ ପ୍ରତାପ ଚନ୍ଦ୍ର ବେହେରା ।  ସ୍ଵର୍ଗତ ବେହେରା ଜଣେ ପରୋପକାରୀ ମିତବ୍ୟୟୀ ବ୍ୟକ୍ତିତ୍ଵ ଭାବେ ବେଶ ଜଣାଶୁଣା ହୋଇଥିବାରୁ ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ଶ୍ରୀଯୁକ୍ତ ବେହେରା ୧୯୬୨ ମସିହା ଫେବୃଆରୀ ୫ ତାରିଖରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଣିଶୋଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିତା ସ୍ୱର୍ଗତ ସୋମନାଥ ବହେରାଙ୍କ ପରିବାର ଅତ୍ୟନ୍ତ ଆର୍ଥକ ଅନଗ୍ରସର ବର୍ଗର ହୋଇଥିବାରୁ ସ୍ବର୍ଗତ ପ୍ରତାପ ଚନ୍ଦ୍ର ଶିକ୍ଷା ଗ୍ରହଣ ନିମନ୍ତେ ବହୁ ସଂଗ୍ରାମ କରି ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଡିପ୍ଲୋମା ଫାର୍ମାସୀ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିଲେ । ପ୍ରାୟ ଦୀର୍ଘ ୨୫ ବର୍ଷ ଧରି ସେ କଳାବାଡିଆ ଠାରେ ନିଜ ଘରେ ରହି ଆସୁଥିବା ବଳେ ସ୍ଥାନୀୟ ଅଞ୍ଚଳରେ ସେ ପାଣୁ ବାବୁ ବୋଲି ବେଶ ଜଣା ଶୁଣା ଥିଲେ । ଆସନ୍ତା ଫେବୃଆରୀ ୨୦୨୨ ମସିହାରେ ସେ ଅବସର ନେବାକୁ ଥିବା ବଳେ ତାଙ୍କର ଅକାଳ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି । ଘଟଣା ମୁତାବକ ଗତ ୧୪ ତାରିଖରେ ଥଣ୍ଡାକାଶ ଜ୍ଵର ହେବାରୁ କୁଳିଅଣା ଡାକ୍ତରଖାନାରେ ନମୂନା ପରୀକ୍ଷା ପରେ କରୋନା ପଜିଟିଭ ଥିବା ଚିହ୍ନଟ ହୋଇଥିଲେ । ସେ ଡାଇବେଟିକ୍ ହୋଇଥିବାରୁ ତାଙ୍କୁ ୧୫ ତାରିଖରେ ବାଙ୍କିଶୋଳସ୍ଥ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେହିଦିନ ରାତିରେ ତାଙ୍କୁ ଭୁବନେଶ୍ଵର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟର ସପୋର୍ଟରେ ଗୁରୁତର ଅବସ୍ଥାରେ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପୂର୍ବାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

Related Posts

About The Author

Add Comment