କବିତା 🎭ତୃତୀୟ ଲିଙ୍ଗ

Spread the love

🎭ତୃତୀୟ ଲିଙ୍ଗ 🎭

ହାଏ ହାଏ…..👏👏
କିଏ ଶିଖାଇଲା ମୋତେ ଜାଣିନି ମୁଁ।
ଆରେ ଚିକିଣା ,ଆରେ ଦୋଉନୁ …ଦେ !!!
ନାଲି -ନେଳି ଯାହା ଅଛି ,
ଜାକି ହୋଉଛୁ କିଆଁ ।
ଲିପିଷ୍ଟିକ ଭରା ଓଠ ଥରାଇ ।
ଟ୍ରେନ ,ବସ୍ ର ଯାତିରି ଙ୍କୁ ମାଗୁଛି ମୁଁ।
ଦୁଆ ବାଣ୍ଟୁଛି ମୁଁ।
ହାଏ ହାଏ 👏👏👏
ଅନ୍ଧ ,ଛୋଟା ,ଭିକାରୀ ଙ୍କୁ ନଦେଇ
ମୋତେ ଦିଅନ୍ତି ବଢାଇ ।
ଖୁଚୁରା ନେଉନି ଆଜିକାଲି ଆଉ,
ଖାଲି କାଗଜ ନୋଟ
ହାତରୁ ବି ନିଏ ବେଳେ ବେଳେ ଛଡାଇ।
ହାଏ ହାଏ👏👏
ମନେ ପଡିଲେ , ସେ ପିଲା ଦିନ ମୋର ଆଖିରୁ ଲୁହ ଝରଇ ।
ମୋତେ ଅନ୍ଧାରିଆ ଘରେ ଲୁଚେଇ ।
ବାପା -ମା ମୋର କାନ୍ଦୁଥିଲେ ନିଜ ଭାଗ୍ୟକୁ ନିନ୍ଦି ଧକେଇ ଧକେଇ।
କିଛି ବୁଝି ପାରୁ ନଥିଲି ମୁଁ ,
ରହୁଥିଲି ମୁଁହ କୁ ଶୁଖାଇ।
ହାଏ ହାଏ 👏👏👏
ହେତୁ ପାଇବାରୁ ଜାଣିଲି ମୁଁ
ଏ ଦୁନିଆ ମୋ ପାଇଁ ନୁହେଁ ।
ମୋତେ ସେ ଇତର ଆଖିରେ ଚାହେଁ।
ନିଜ ପରିବାର ମୋତେ ଦୁରେଇ ଦେଇଛି ଆଉ କାହାକୁ ମୁଁ ଅବା କଣ କହେ!!!
ହାଏ ହାଏ 👏👏
କିଛି ଦିନ ପରେ…..
ମୁଁ ବସନ୍ତ କି ବାସନ୍ତୀ ଜାଣିବା ପାଇଁ ଜମା ହେଲା ନାହିଁ କଷ୍ଟ ମୋତେ।
ମା’ ତୋ ସେନେହ ଖୋଜିଛି ମୁଁ କେତେ।
ମୁଁ ଅଭିଶାପ ନା ବରଦାନ
“ଜଗା ” ପଚାରୁଛି ମୁଁ ତୋତେ।
ଶୁଣି ଥିଲି ତୁହି “ଅରାବନ ” ପାଇଁ ସାଜିଥିଲୁ ଦିନେ କିନ୍ନର।
ବୃହନଳା ସାଜି ସଖା ଅର୍ଜୁନ ତୋ
କରିଥିଲା ଶତ୍ରୁ ସଂହାର।
ଶିଖଣ୍ଡି ନାମକ କିନ୍ନର ଯେ ପୁଣି ନିର୍ଣ୍ଣାୟକ ହେଲା ମହାଭାରତ ଯୁଦ୍ଧର।
ପୁରାଣ କାଳରେ ଆମ ଆସନ ଥିଲ ଉଚ୍ଚ କୋଟିର।
ହାଏ ହାଏ 👏👏👏
ହେ ଜଗା କାଳିଆ …
ଏ କଳି ଯୁଗରେ କାହିଁକି ହେଲୁ ଆମେ ହତାଦର ???
ଢୋଲ ପିଟି ,ଗଳା ଫଟାଇ
କରୁ ପେଟ ଚାଖଣ୍ଡେ ପାଇଁ ରୋଜଗାର।
ଅନେକ ବରଷ ଲାଗିଗଲା ପରେ ମିଳିଲା ଆମକୁ ମାନ୍ୟତା ଟ୍ରାନ୍ସଜେଣ୍ଡର ।
କିନ୍ତୁ ସୁଧୁରିନି ଏବେବି ଲୋକଙ୍କ ବିଚାର ।
ଖୋଲା ହୃଦୟ ରେ କେବେ ଗ୍ରହଣୀୟ ହେବୁରେ କହି ଦେ ତୁ ଏଥର।
ହାଏ ହାଏ 👏👏
✍ବଳରାମ

Related Posts

About The Author

Add Comment