କବିତା: ମୁଁ ଅଭିଶପ୍ତ କଣ୍ଢେଇ

Spread the love

ହଁ ମୁଁ ଅଭିଶପ୍ତ କଣ୍ଢେଇ,,,
ପ୍ରସାରିତ ହେଉଥିବା କୁ-ସଂସ୍କାର କୁ
ନା ପ୍ରତିରୋଧ କରିପାରୁଛି!
ନା ରଙ୍ଗହିନ ପ୍ରାଣୀଦେହେ-
ପଞ୍ଚରଙ୍ଗ କୁ ବିଚ୍ଛୁରିତ କରିପାରୁଛି।
କେବଳ ସିକତା ଭିତରେ ଶୁପ୍ତାବସ୍ତାରେ!
କୂପ ମଣ୍ଡୁକ ହେଇ ରହିଛି।।

ହଁ ମୁଁ ଅଭିଶପ୍ତ କଣ୍ଢେଇ,,,
ପ୍ରଜ୍ଜ୍ଵଳିତ ହେଉଥିବା ବିଶାକ୍ତ ରଶ୍ମିକୁ
କୌଣସି ମତେ ଶୂନ୍ୟକାଶରେ ଭସ୍ମୀଭୂତ କରିପାରୁଛି !
ନା ନିଜେ ସେ ରଶ୍ମିକୁ ସ୍ୱୀକାର କରିପାରୁଛି!
ନା ଅବୈତନିକ ଭାବେ ସୁଗନ୍ଧିତ ବାୟୁ ପ୍ରସାରିତ କରିପାରୁଛି।
କେବଳ!ସାପେକ୍ଷ ଭାବେ ଜୀବନ
ଧରି ବଞ୍ଚିରହିଛି।
ହଁ ମୁଁ ଅଭିଶପ୍ତ କଣ୍ଢେଇ।।

ନା ଏ ଜୀବନ ବନ ରେ ଜନ୍ମୁଥିବା
ଛୋଟ ଛୋଟ ବିଷାକ୍ତ ଚାରା ଗୁଡିକ ମୋ ହସ୍ତ ରେ ନିପାତ ହେଉଛନ୍ତି!
ନା ସେମାନଙ୍କ ର ମୃତ୍ୟୁ ଅଛି!କେବଳ ସେମାନେ ବଂଶବିସ୍ତାର କରି, ମୋ ଆଖି ଆଗରେ ରହି,
ମୋ ହୃଦୟ କୁ ପ୍ରତି ମୂହୁର୍ତ୍ତ ରେ
ଯନ୍ତ୍ରଣା ଦେଇ, ଖଣ୍ଡ ଖଣ୍ଡ କରିଦେଉଛନ୍ତିସମସ୍ତ ଆଶା ଓ ଆକାଂକ୍ଷା କୁ।
ହଁ ମୁଁ ଅଭିଶପ୍ତ କଣ୍ଢେଇ।।

ମୋ ସୁନିଳ ଚକ୍ଷୁ ଆଗରେ ଅପସରି ଯାଉଛନ୍ତି ,
ମୁଁ ନିମନ୍ତ୍ରଣ କରିଥିବା ସମସ୍ତ ସ୍ୱପ୍ନ ଓ ମହକିତ ପୁଷ୍ପ ମାନେ,
ହେଇତ ସେମାନେ ବର୍ତ୍ତମାନ
ମତେ ଲାଞ୍ଝନା କରିବା ଆରମ୍ଭ କରିଦେଲେଣି,
ହଁ ଏହା ତ ମୋର ଅଭିଶପ୍ତ ଜୀବନ ର ଉପହାର।
ହଁ!ହ! ମୁଁ ଅଭିଶପ୍ତ କଣ୍ଢେଇ।।

ମମତା ବାରିକ

ବାମଦେବପୁର,ବାରବାଟୀ,ଯାଜପୁର ।

Related Posts

About The Author

Add Comment