କବାଟବନ୍ଧ ବ୍ରାହ୍ମଣୀ ବ୍ରିଜ ଜାତୀୟ ରାଜପଥ ରୁ ୨ ଟି ବନ୍ଧୁକ ସହିତ ୩ ଟି ଭୁଜାଲି ଏବଂ ପୋଷାକ ଜବତ, ଖସିଗଲେ ଦୃବୃତ।

Spread the love

ଜେନାପୁର,୧୦/୬ (ସନ୍ଧାନ ନିୟୁଜ):(ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ବ୍ରିଜ ବଜାରରୁ ୨ ଟି ବନ୍ଧୁକ ସହ ୪ ଟି ଚାପଡ଼ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟର ଏହି ଘଟଣା ଘଟିବା ପରେ ଏହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବଲୋକରେ ଏଭଳି ଘଟଣା ଦେଖିବା ପରେ ସୁରକ୍ଷା ପାଇଁ ଚିନ୍ତିତ ହୋଇ ପଡିଛନ୍ତି ଅଞ୍ଚଳବାସୀ। ବେଶୀ ଚିନ୍ତା ବଢାଇଛି ଖସି ଯାଇଥିବା ଦୃବୃତ ଙ୍କୁ ନେଇ। ଖବର ପାଇବା ପରେ ଯଦିଓ ଘଟଣା ସ୍ଥଳରେ ଖୁବଶୀଘ୍ର ଜେନାପୁର ପୋଲିସ ପହଞ୍ଚିଥିଲା ମାତ୍ର ଦୃବୃତ ଙ୍କୁ ଧରିବାରେ ସକ୍ଷମ ହୋଇ ନ ଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏକ ଟିଭିଏସ ଆପାଚି ମୋଟର ସାଇକେଲରେ ୩ ଜଣ ଯୁବକ ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ରେ ଯାଉଥିବା ସମୟରେ ଜେନାପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ବ୍ରିଜ ନିକଟରେ ହମ୍ପସ ଅତିକ୍ରମ କରିଥିବା ସମୟରେ ସେମାନଙ୍କ ନିକଟରୁ ଏକ ବ୍ୟାଗ ଖସି ପଡ଼ିଥିଲା। ବ୍ୟାଗ ଖସିବା ପରେ ଏକ ଶବ୍ଦ ହୋଇ ସେଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ନିକଟରେ ଥିବା ଦୋକାନ ଆଡ଼କୁ ଛିଟିକି ଯାଇଥିଲା। ଯାହାକୁ ନେଇ ଦୋକାନୀ ମଧ୍ୟ ଭୟଭୀତ ହୋଇ ଥିଲେ।ଏହା ପରେ ଦୃବୃତ ମାନେ ହଠାତ ବ୍ରାହ୍ମଣୀ ନଦୀ ବନ୍ଧ ରାସ୍ତାରେ ଖସି ପଳେଇ ଯାଇଥିଲେ। ସ୍ଥାନୀୟ ଲୋକମାନେ ଉକ୍ତ ବ୍ୟାଗରେ ପାଣି ପକାଇ ନିଆଁ ଲିଭାଇ ଥିଲେ। ଏବଂ ବ୍ୟାଗ ଭିତରୁ ୨ ଟି ବନ୍ଧୁକ, ୩ ଟି ଚାପଡ଼ ଏବଂ କିଛି ପୁରୁଷ ପୋଷାକ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଜେନାପୁର ଥାନା କୁ ଖବର ଦେଇଥିଲେ। ଖବର ପାଇ ଜେନାପୁର ଥାନା ଅଧିକାରିଣୀ ନିରୂପମା ଜେନା, ସବଇନ୍ସପେକ୍ଟର ଶଶୀଭୂଷଣ ପରିଡ଼ା, ଏଏସଆଇ ପ୍ରଦୀପ ସାହୁ, କନେଷ୍ଟବଳ ଭବାନୀ ମାଝୀ, ଯୁଗଳ ଆଇଚ ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପଡ଼ିଥିବା ୨ ଟି ବନ୍ଧୁକ, ୩ ଟି ଚାପଡ଼ ଆଦି ମାରଣାସ୍ତ୍ର ଏବଂ ଗୋଟାଏ ଜିନ୍ସ ପ୍ୟାଣ୍ଟ, ଦୁଇଟି ଟି ସାର୍ଟ ,ଗୋଟାଏ ଗାମୁଛା ଆଦି ପୋଷାକ କୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଯଦିଓ ପ୍ରାରମ୍ଭିକ ତଦନ୍ତରୁ ବନ୍ଧୁକ ଦୁଇଟି କୁ ପୋଲିସ ନକଲି ପ୍ଲାଷ୍ଟିକ ବନ୍ଧୁକ ବା ଟୟ ଗନ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।ତଥାପି ଏହାକୁ ବ୍ୟବହାର କରାଯାଇ କୌଣସି ଅପରାଧ ଘଟାଇବା କିମ୍ବା ଅପରାଧ ଘଟାଇଥିବା କଥାକୁ ଅସ୍ବୀକାର କରା ଯାଇ ନ ପାରେ। ପ୍ରଥମ ପର୍ଯ୍ୟାୟରେ ପୋଲିସ ପାରିପାର୍ଶ୍ବିକ ତଦନ୍ତ କରି ଦୃବୃତ ମାନେ ଯାଇଥିବା ରାସ୍ତାରେ ପିଛା କରିଥିଲା। ବ୍ରାହ୍ମଣୀ ବ୍ରିଜ – ମଞ୍ଜୁରୀପଡ଼ା ନଦୀ ବନ୍ଧ ରାସ୍ତାରେ ପୋଲିସ ପ୍ରାୟ ୧୫ କିଲୋମିଟର ପିଛା କରି ଯାଜପୁର ଜିଲ୍ଲା ସୀମା ଅତିକ୍ରମ କରି ଢେଙ୍କାନାଳ ଜିଲ୍ଲାର ପିଙ୍ଗୁଆ ପର୍ଯ୍ୟନ୍ତ ପହଞ୍ଚି ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲେ। ପ୍ରମାଣ ଯୋଗାଡ଼ କରିବା ପାଇଁ ଏହି ରାସ୍ତାରେ ରହିଥିବା ବିଭିନ୍ନ ଦୋକାନ ର ସିସିଟିଭି କୁ ମଧ୍ୟ ଯାଞ୍ଚ କରିଥିଲେ। ମାତ୍ର ଦୃବୃତଙ୍କର କୌଣସି ସନ୍ଧାନ ନ ପାଇ ଖାଲି ହାତରେ ଫେରିଥିଲେ। ମାତ୍ର ଘଟଣା ସ୍ଥଳରେ ଅର୍ଥାତ ହମ୍ପସ ଉପରେ ବ୍ୟାଗ ଖସି ପଡ଼ିବା ପରେ ହଠାତ ନିଆଁ ଲାଗିବା କଥା କୁ ନେଇ ବିଭିନ୍ନ ଆଶଙ୍କା ସୃଷ୍ଟି ହୋଇଛି। ବ୍ୟାଗ ଭିତରେ ଥିବା ବା ଘଟଣା ସ୍ଥଳରୁ ଜବତ କରିଥିବା ବନ୍ଧୁକ କୁ ପୋଲିସ ପ୍ଲାଷ୍ଟିକ ବନ୍ଧୁକ ବୋଲି ପ୍ରକାଶ କରିବା ପରେ ବ୍ୟାଗ ରେ କାହିଁକି ନିଆଁ ଲାଗିଲା ବୋଲି ପ୍ରଶ୍ନ ଉଠିଛି। ବ୍ୟାଗ ଭିତରେ କିଛି ଦହନଯୁକ୍ତ ସାମଗ୍ରୀ କିମ୍ବା ବିସ୍ପୋରକ ଥିଲା କି । ଏଭଳି ସାଧାରଣ ଭାବେ ଏହା କେମିତି ଉପଲବ୍ଧ ହେଉଛି ତାହା ଆଶ୍ଚର୍ଯ୍ୟ କରୁଛି। ଏହି ଘଟଣାକୁ ପୋଲିସ ଗମ୍ଭୀର ଭାବେ ଗ୍ରହଣ କରି ତଦନ୍ତ କରିବାର ଆବଶ୍ୟକତା ରହିଛି। ଯଦି ସେମିତି କିଛି ନ ଥାଏ ତାହେଲେ ନିଆଁ କେମିତି ଲାଗିବ। ଦୃବୃତ ମାନେ ହାଫ ପ୍ୟାଣ୍ଟ ଏବଂ ଧଳା ରଙ୍ଗର ଟି ସାର୍ଟ ପିନ୍ଧିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। କୌଣସି ସ୍ଥାନରେ ଅପରାଧ ଘଟାଇ ଡ୍ରେସ ବଦଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ କି କିମ୍ବା ସେମାନେ ଏହି ରାସ୍ତା ସହିତ ଆଗରୁ ପରିଚିତ କି ଏମିତି ଅନେକ ପ୍ରଶ୍ନ ନଜରକୁ ଆସୁଛି। ଜାତୀୟ ରାଜପଥ ଉପରେ ନ ଯାଇ ହଠାତ ରାସ୍ତା ବଦଳାଇ ନଦୀ ବନ୍ଧ ଦେଇ ଖସି ଯିବାକୁ ସେମାନେ ନିରାପଦ ଭାବିଲେ କି ତାହା ମଧ୍ୟ ଆଶଙ୍କା କରାଯାଇ ପାରେ। ତେବେ ସେମାନେ ଅପରାଧ ଘଟାଇ ଥାଆନ୍ତୁ କିମ୍ବା ଅପରାଧ ଘଟାଇବାକୁ ଯୋଜନା କରି ଯାଉଥାନ୍ତୁ ଏହି ରାସ୍ତା ତଥା ଜେନାପୁର ଥାନା ଅଞ୍ଚଳକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି କି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି। ପ୍ଲାଷ୍ଟିକ ବନ୍ଧୁକ ଦେଖାଇ ଭୟଭୀତ କରି ରବରୀ କିମ୍ବା ଛୀନତାଇ ଭଳି ଅପରାଧ କରି ପାରନ୍ତି ବୋଲି ଅନୁମାନ କରାଯାଉଛି। ମାତ୍ର ଜିଲ୍ଲା ପୋଲିସ ଏହାକୁ ଗୁରୁତର ସହ ଗ୍ରହଣ କରି ଦିନ ଦି ପ୍ରହରରେ ଏଭଳି ମାରଣାସ୍ତ୍ର ଏବଂ ଅପରାଧୀଙ୍କ ଗତିବିଧି ଉପରେ ନଜର ଦେବା ଆବଶ୍ୟକତା ରହିଛି।

Related Posts

About The Author

Add Comment