କନ୍ଧମାଳରେ ପୁଣି ୮୬ କରୋନା ପଜିଟିଭ ଚିହ୍ନଟ :କନ୍ଧମାଳର ଦୁଇ କରୋନା ସନ୍ଧିଗ୍ଧଙ୍କର ମୃତଦେହ ସତ୍କାର କଲେ ଟିମ୍ ହ୍ୟୁମାନିଟି

Spread the love
  •  
  •  
  •  
  •  
  •  

କନ୍ଧମାଳ, ୧୫/୦୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା). କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରବିବାର କନ୍ଧମାଳ ରେ ପୁଣି ୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୮୪୪ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୩୩୭ ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି ।ଜିଲ୍ଲା ରେ ୧୫ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି ।ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୪୯୨ ଜଣ ଚିକିତ୍ସିତ ହେଉଛନ୍ତି ।ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୮୬ ମଧ୍ୟରୁ ୫୨ ଜଣ ପୁରୁଷ ହୋଇଥିବା ବେଳେ ୩୪ ଜଣ ମହିଳା ।ସେମାନଙ୍କ ମଧ୍ୟରୁ ଫୁଲବାଣୀର ୪୬ ଜଣ ହୋଇଥିବା ବେଳେ, ଜି ଉଦୟଗିରିର ୦୬ ଜଣ, କ ନୂଆଗାଁ ର ଜଣେ , ତୁମୁଡିବନ୍ଧର ୨ଜଣ, ଫିରିଙ୍ଗିଆର ୮ଜଣ, ଚକାପାଦ ର ୧୦ ଜଣ, ରାଇକିଆର ୨ଜଣ, ଦାରିଙ୍ଗବାଡିର ୩ଜଣ,ଖଜୁରିପଡାର ୨ ଜଣ, ବାଲିଗୁଡା ର ୨ ଜଣ ଓ ଅନ୍ୟାନ୍ୟ ୪ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ଭୟଭିତ ହେବାର କୌଣସି କାରଣ ନାହିଁ ଘରେ ରୁହନ୍ତୁ ଅତି ଆବଶ୍ୟକ ହେଲେ ଘରୁ ବହାରନ୍ତୁ , ବାହାରିଲା ବେଳେ ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁଣି ଦୁଇ କରୋନା ସନ୍ଧିଗ୍ଧଙ୍କର ମୃତଦେହ ସତ୍କାର କରିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟ୍ କନ୍ଧମାଳ। ଫୁଲବାଣୀ କୋଭିଡ୍ ଡାକ୍ତରଖାନାରେ ଦୁଇ ଜଣ କରୋନା ସନ୍ଧିଗ୍ଧ ରୋଗୀଙ୍କର ସୋମବାର  ମୃତ୍ୟୁ ହୋଇ ଯାଇଛି। ସେହି ଦୁଇ ଜଣ  ହେଲେ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଗଣେଶ ବଜାର ଅଂଚଳର ୭୫ ବର୍ଷର ଜଣେ ବୃଦ୍ଧ ଏବଂ ଅମଲାପଡା ଅଞ୍ଚଳର ଜଣେ ୮୦ ବର୍ଷର ବୃଦ୍ଧା । ସେମାନଙ୍କୁ କରୋନା ସନ୍ଧିଗ୍ଧ ଭାବେ କୋଭିଡ୍ ହସ୍ପିଟାଲରେ ଗତ କିଛିଦିନ ହେଲା ଚିକିତ୍ସା କରାଯାଉଥିବା ବେଳେ ସୋମବାର  ମୃତ୍ୟୁ ହୋଇଯିବାରୁ ସେମାନଙ୍କ ମୃତଦେହ ସତ୍କାର ନେଇ ପ୍ରଶାସନର ଚିନ୍ତା ବଢିଥିଲା। କରୋନା ସନ୍ଧିଗ୍ଧ ଥିବାରୁ ସଂକ୍ରମଣର ଭୟ ରହିଥିଲା। ତେବେ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଟିମ୍ ହ୍ୟୁମାନିଟ୍ ସହିତ ଯୋଗାଯୋଗ କରାଯାଇଥିବା ବେଳେ ଅବିଳମ୍ବେ ଟିମ୍ ହ୍ୟୁମାନିଟିର ସଦସ୍ୟମାନେ ସହଯୋଗର ହାତ ବଢାଇଥିଲା। ସଂଗଠନର ସଦସ୍ୟମାନେ ପିପିଇ କିଟ୍ ପିନ୍ଧି ହସ୍ପିଟାଲରୁ ଶବ ଗ୍ରହଣ କରି ଶଶ୍ମାନକୁ ନେବା ସହ କୋଭିଡ୍ ନିୟମ ମାନି ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହ ସତ୍କାର କରିଥିଲେ। ପ୍ରଥମେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ନେଇ ଟିମ୍ କୁ ଖବର ଦିଆଯାଇଥିଲା। ସେଠାରେ ମୃତଦେହ ସତ୍କାର ବେଳେ ଅନ୍ୟଜଣେ ମଧ୍ୟ ମୃତ୍ୟୁ ହୋଇଥିବା ନେଇ ଟିମ୍ କୁ ପ୍ରଶାସନ ଜଣାଇବା ପରେ ଟିମ୍ ର ସଦସ୍ୟମାନେ ଉକ୍ତ ମହିଳାଙ୍କର ମଧ୍ୟ ମୃତଦେହ ସତ୍କାର କରିଥିଲେ।  ମୃତଦେହ ସତ୍କାର ବେଳେ ପୌର ପ୍ରଶାସନ, ପୁଲିସ୍ ଓ ରାଜସ୍ୱ ବିଭାଗ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହି ସହୟତା କରିଥିଲେ। ଟିମ୍ ହ୍ୟୁମାନିଟିର ଏହି ଭଳି କାର୍ଯ୍ୟକୁ ସମଗ୍ର ଜିଲାରେ ପ୍ରଶଂସା କରାଯାଇଛି।

 

Related Posts

About The Author

Add Comment