କ’ଣ ପାଇଁ ଓକିଲଙ୍କ ଡ୍ରେସ୍ ରଙ୍ଗ ଧଳା ଓ କଳା

Spread the love

ନୂଆଦିଲ୍ଲୀ,୨୨/୦୮ (ସନ୍ଧାନ ନିଉଜ) : ଆପଣ ସାଧାରଣତଃ ଫିଲ୍ମ କିମ୍ବା ରିୟଲ ଲାଇଫରେ ଓକିଲମାନଙ୍କୁ ଦେଖିଥିବେ ବା ଭଲଭାବେ ଜାଣିଥିବେ ଯେ ଓକିଲମାନେ କଳା କୋଟ ଏବଂ ଧଳା ରଙ୍ଗର ସାର୍ଟ ପିନ୍ଧନ୍ତି। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ବା କେବେ ମନକୁ ଆସିଛି ଯେ ଓକିଲ ମାନଙ୍କର ଡ୍ରେସକୋଡ ଏମିତି କଣ ପାଇଁ, ଅନ୍ୟ କେଉଁ ରଙ୍ଗ କାହିଁକି ହେଲା ନାହିଁ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା କୌଣସି ଫ୍ୟାସନ ନୁହେଁ ବରଂ ଏହା ପଛରେ ଏକ ବହୁତ କାରଣ ରହିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୧୩୨୭ରୁ ଏଡଓ୍ଵାର୍ଡ ତ୍ରୁତୀୟ ପ୍ରଥମେ ଓକିଲାତି ଆରମ୍ଭ କରିଥିଲେ ଏବଂ ସେହି ସମୟରେ ଡ୍ରେସକୋଡ ଆଧାରରେ ନ୍ୟାୟାଧୀସଙ୍କ ବେଶଭୂଷା ପ୍ରସ୍ତୁତ କରାଯାଇଥିଲା। ସେହି ସମୟରେ ଜଜ୍‌ ନିଜ ମୁଣ୍ଡରେ ନକଲି କେଶ ବା ଓ୍ଵିଗ ପିନ୍ଧୁଥିଲେ।
ଓକିଲାତିର ପ୍ରାରମ୍ଭିକ ସମୟରେ ଓକିଲଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଥିଲା। ଯଥା – ଷ୍ଟୁଡେଣ୍ଟ (ଛାତ୍ର), ପ୍ଲିଡର (ଓକିଲ), ବ୍ୟାଞ୍ଚର ଏବଂ ବ୍ୟାରିଷ୍ଟର। ଏମାନେ ସମସ୍ତେ ଜଜଙ୍କୁ ସ୍ୱଗାତ କରୁଥିଲେ।

ସେହି ସମୟରେ ଅଦାଲତରେ ସୁନେଲୀ ଲାଲ ରଙ୍ଗର କପଡା ଏବଂ ଧୂଷର ରଙ୍ଗର ଗାଉନ ପିନ୍ଧୁଥିଲେ। ଏହାପରେ ୧୬୦୦ରେ ଓକିଲଙ୍କ ବେଶଭୂଷାରେ ପରିବର୍ତ୍ତନ ଆସିଲା ଏବଂ ୧୬୩୭ରେ ଏହି ପ୍ରସ୍ତାବ ରଖାଗଲା ଯେ କାଉନସିଲକୁ ଜନତାଙ୍କ ଅନୁରୂପରେ ହିଁ କପଡା ପିନ୍ଧିବା ଉଚିତ। ଏହାପରେ ଓକିଲ ଲମ୍ବା ଗାଉନ ପିନ୍ଧିବା ଆରମ୍ଭ କରିଦେଲେ। ଏମିତି କୁହାଯାଏ ଯେ ଏହି ବେଶଭୂଷା ନ୍ୟାୟାଧୀସ ଏବଂ ଓକିଲଙ୍କୁ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଭିନ୍ନ କରୁଥିଲା।

Related Posts

About The Author

Add Comment