କଟକ ବାର୍ ଆସୋସିଏସନ୍ ଓ କ୍ରିମିନାଲ କୋର୍ଟ୍ ବାର୍ ଆସୋସିଏସନ୍  ଆନୁକୂଲ୍ୟରେ ମିଳିତ ଶୋକ ସଭା

କଟକ, ୨୫/୨/୨୦ (ସନ୍ଧାନ ନିଉଜ) :  କଟକ ବାର୍ ଆସୋସିଏସନ୍ ଓ କ୍ରିମିନାଲ କୋର୍ଟ୍ ବାର୍ ଆସୋସିଏସନ୍  ଆନୁକୂଲ୍ୟରେ ମିଳିତ ଶୋକ ସଭା । ବରିଷ୍ଠ ଆଇନଜୀବୀ ତଥା ଓଡିଶା ହାଇକୋର୍ଟର ପୂର୍ବତନ ସଭାପତି ଶ୍ରୀ ଯୁକ୍ତ ବିଶ୍ଵ ମୋହନ ପଟ୍ଟନାୟକ କଂ ବିୟୋଗରେ କଟକ ବାର୍ ଆସୋସିଏସନ୍ ଓ କ୍ରିମିନାଲ କୋର୍ଟ  ବାର୍ ଆସୋସିଏସନ୍ ଆନୁକୂଲ୍ୟରେ ଏକ ମିଳିତ ଶୋକ ସଭା ଆଜି କଟକ ର ଜିଲ୍ଲା ଜଜ୍ କଂ ପୌରାହିତ ରେ ଓ ଉଭୟ ବାର୍ ର ସମ୍ପାଦକ ଶ୍ରୀ ଯୁକ୍ତ ନରେଶ ଜେନା ଓ ସୁବାଷ ଚନ୍ଦ୍ର ମହାନ୍ତି କଂ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଆଇନଜୀବୀ ଶ୍ରୀ ଅଜିତ କୁମାର ପଣ୍ଡା ସ୍ବର୍ଗତ ପଟ୍ଟନାୟକ କଂ ଜିବନି ପାଠ କରିଥିଲେ । ଉକ୍ତ ସଭା ରେ କଟକ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଓ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ ।କଟକ ବାର୍ ଆସୋସିଏସନ୍ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଥାଟରାଜ, ପାଠାଗାର ଇନ୍ଚାର୍ଯ ତପସ୍ଵୀନି ସିହ୍ନା, ଆଇନଜୀବୀ ସଂଜୀବ ଚକ୍ରବର୍ତ୍ତୀ, ଚାମେଲି ରାଉତ, ବଳରାମ ଓଝା, ଚିତ୍ତ ରଞ୍ଜନ ସ୍ବାଇଁ, ଜୟଦିପ୍ ଲାଲ୍ ମିଶ୍ର , ବିଶ୍ବଜିତ୍ ମହାପାତ୍ର ପ୍ରମୁଖ  ସଭା ପରିଚାଳନା କରିଥିଲେ ।ଦିବଂଗତ ଆତ୍ମା କଂ ସମ୍ମାନ ରେ ଆଜି କଟକ ର ସମସ୍ତ ଅଦାଲତ କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳେ ସ୍ବର୍ଗତ ପଟ୍ଟନାୟକ କଂ ମର ଶରୀର ରେ  କଟକ ର ସମସ୍ତ ବାର୍ ଆସୋସିଏସନ୍ ତରଫରୁ ଓ କଟକ ର ଜିଲ୍ଲା ଜଜ୍ କଂ ତରଫରୁ ରେଜିଷ୍ଟର ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିଲା ।

Related Posts

About The Author

Add Comment