କଂଗ୍ରେସ ୫୦ ବର୍ଷ, ବିଜେଡି ୨୫ ବର୍ଷ; ଓଡିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚିଛି କି: ରାଜନାଥ

Spread the love
  •  
  •  
  •  
  •  
  •  

ରେଢାଖୋଲ/ସନ୍ଧାନ ନ୍ୟୁଜ: ଆଜି ରେଢାଖୋଲରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ସଭାକୁ ସମ୍ବୋଧିତ କରି ବିଜେଡିକୁ ସମାଲୋଚନା କରିବା ସହ ମୋଦୀ ସରକାରଙ୍କ ଉପଲବ୍ଧି ବଖାଣିଛନ୍ତି । ରାଜ୍ୟରେ ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାରର ତଦନ୍ତ ହେବ ବୋଲି କହିଛନ୍ତି ।ରାଜନାଥ କହିଛନ୍ତି, ଏଠି ୫୦ ବର୍ଷ କଂଗ୍ରେସ ଏବଂ ୨୫ ବର୍ଷ ବିଜେଡି ଶାସନ କରିଛି । ଓଡିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି । ଏପରିକି ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ସମ୍ଭାଳି ପାରିଲେନି ହଜାଇ ଦେଲେ । ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ କରାଯିବ । କିଏ ରତ୍ନଭଣ୍ଡାର ଚାବି ହଜାଇଲା ତାର ତଦନ୍ତ ହେବ । ସେମିତି ଓଡିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର ସେମିତି କରିନି । ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଉନି । ବିଜେପି ସରକାର ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ ।ରାଜନାଥ କହିଛନ୍ତି, ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି । ଏବେ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ସମସ୍ତେ ଧ୍ୟାନ ଦେଇ ଶୁଣୁଛନ୍ତି । ରୁଷିଆ-ୟୁକ୍ରେନ ସଂଘର୍ଷରେ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିଲେ । ପୁଟିନ ଓ ଜେଲେନସ୍କିଙ୍କ ସହ କଥା ହୋଇ ମୋଦୀ ସାଢେ ୪ ଘଣ୍ଟା ଯୁଦ୍ଧ ରୋକି ଦେଲେ । ଆମେ ଯାହା କହୁ ତାହା କରୁ । ଜାମ୍ମୁ-କାଶ୍ମୀରରୁ ୩୭୦ ହଟାଇଲୁ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କଲୁ । ତିନି ତଲାକ ମଧ୍ୟ ସମାପ୍ତ କଲୁ । ବିଜେପି କେବଳ କ୍ଷମତାରେ ରହିବା ପାଇଁ ରାଜନୀତି କରେନି । ବିକଶିତ ଦେଶ ଗଠନ ଆମର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ବିଜେପିକୁ ରାଜ୍ୟରେ ଜିତାନ୍ତୁ ବୋଲି ଜନତାଙ୍କୁ ଅପିଲ୍ କରିଛନ୍ତି ରାଜନାଥ ସିଂ ।

Related Posts

About The Author

Add Comment