ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ୫୦,୬୫୫ କୋଟି ପ୍ରଶାସନିକ ବଜେଟ, ରାଜସ୍ୱ ବଳକା ବଜେଟ ୬,୧୭୫ କୋଟି, ବିତ୍ତୀୟ ନିଅଣ୍ଟ ଜିଡ଼ିପିର ୩.୪ ପ୍ରତିଶତ ରଖାଯାଇଛି। ରାଜସ୍ୱ ଆୟ ୧ ଲକ୍ଷ ୨୪ ହଜାର ୩୦୦ କୋଟି ହୋଇଥିଲା ବେଳେ ଋଣ ଓ ଅନ୍ୟାନ୍ୟ ବାବଦରୁ ୨୫,୭୦୦ କୋଟି ରାଜ୍ୟ ନିଜସ୍ୱ ଟିକସ ୩୮,୩୫୦ କୋଟି ଓ ନିଜସ୍ୱ ଅଣଟିକସ ୧୭,୬୫୦ କୋଟି ଟଙ୍କା। ସେହିପରି କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ୩୬,୩୦୦ କୋଟି ଓ କେନ୍ଦ୍ରରୁ ୩୨ହଜାର କୋଟି ଟଙ୍କା ମିଳିବ।କୃଷି କ୍ଷେତ୍ର ପାଇଁ ଚଳିତବର୍ଷ ବ୍ୟୟ ବରାଦ ୧୯ ହଜାର ୪୦୮ କୋଟି:- ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧,୦୬୦ କୋଟି ବ୍ୟୟ ବରାଦ। ରୁଫ୍ ଟପ୍ ଓ ଗ୍ରାଉଣ୍ଡ ଓ୍ବାଟର୍ ରିଚାର୍ଜ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨୪୬ କୋଟି। ୧୫ ଜିଲାରେ ୧୦ ହଜାର ପୋଖରୀ ନବୀକରଣ ପାଇଁ ଯୋଜନା ରହିଛି। – କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭୦୫ କୋଟି
|
|
|
ଓଡ଼ିଶା ବଜେଟ-୨୦୨୦
|
February 19, 2020 |