ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୪ର୍ଥ ଦିନରେ ୮ ଗୋଲ୍‌, ଆସନ୍ତାକାଲି ଭାରତ-ବେଲଜିୟମ ମ୍ୟାଚ

Spread the love

ଭୁବନେଶ୍ୱର, ୦୧/୧୨,(ସନ୍ଧାନ ନିୟୁଜ)   : ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୪ର୍ଥ ଦିନରେ ମୋଟ୍‌ ୮ ଗୋଲ ହୋଇଛି। ‘ପୁଲ-ଡି’ର ପ୍ରଥମ ମ୍ୟାଚରେ ମାଲେସିଆ ବିପକ୍ଷରେ ନେଦରଲାଣ୍ଡ ଏକତରଫା ଖେଳି ୭-୦ ଗୋଲରେ ବିଜୟୀ ହୋଇଛି। ସେହିପରି ଅନ୍ୟ ଏକ ମ୍ୟାଚରେ ପାକିସ୍ତାନକୁ ଜର୍ମାନୀ ୧-୦ ଗୋଲରେ ପରାସ୍ତ କରିଛି।

ଆସନ୍ତାକାଲି ‘ପୁଲ-ସି’ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବେଲଜିୟମ ଏବଂ ଭାରତ ମଧ୍ୟରେ ସନ୍ଧ୍ୟା ୭ଟାରେ ମ୍ୟାଚ ହେବାକୁ ଥିବା ବେଳେ ସନ୍ଧ୍ୟା ୫ଟାରେ କାନାଡା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ।

କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡରେ ନିଜର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ପରାସ୍ତ କରିଥିବା ଭାରତୀୟ ଟିମ୍‌ ଡିସେମ୍ବର ୨ (ରବିବାର) ବିଶ୍ୱର ୩ ନମ୍ବର ଟିମ୍‌ ବେଲଜିୟମକୁ ଭେଟିବ। ବେଲଜିୟମ୍‌କୁ ପରାସ୍ତ କରି ଭାରତ ସେମିଫାଇନାଲରେ ଆଡକୁ ଅଗ୍ରସର ହେବା ପାଇଁ ଶତପ୍ରତିଶତ ଉଦ୍ୟମ କରିବ। ଅନ୍ୟପଟରେ ବେଲଜିୟମ ମଧ୍ୟ ନିଜର ବିଜୟ ଅଭିଯାନ ଜାରି ରଖିବାକୁ ନିଶ୍ଚିତ ରୂପେ ଚେଷ୍ଟା କରିବ। ନିଜର ପ୍ରଥମ ମ୍ୟାଚରେ ବେଲଜିୟମ ୨-୧ଗୋଲରେ କାନାଡାକୁ ପରାସ୍ତ କରିଥିଲା।

ଆଜିର ପ୍ରଥମ ମ୍ୟାଚରେ ନେଦରଲାଣ୍ଡ ଏକତରଫା ବିଜୟୀ ହୋଇଥିଲା। ପୂର୍ବରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ନେଦରଲାଣ୍ଡ ୭-୦ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା। ଏଥି ବିଜୟ ସହିତ ଚଳିତ ହକି ବିଶ୍ୱକପରେ ନେଦରଲାଣ୍ଡ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ଦେବା ରେକର୍ଡ କରିଛି। ପୂର୍ବରୁ ଭାରତ ୫-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।

Related Posts

About The Author

Add Comment