ଯାଜପୁର, ୨୩/୦୧/୨୦୨୨ (ସନ୍ଧାନ ନିଉଜ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ନମ୍ବରରେ ରହିଥିବା ସର୍ଭେ ରିପୋର୍ଟରୁ ଜଣାଯାଇଚି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ ପରିଚାଳନାରେ ୧ ନମ୍ବରରେ ରହିଥିବା ବେଳେ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଥର ମୁଖ୍ୟମନ୍ତ୍ରୀ ଭାବରେ ରହିଆସିଛନ୍ତି । ଯାହାକୁ ବିଜୁ ଜନତା ଦଳର ବିଧାୟକ ଏବଂ ମନ୍ତ୍ରୀ ମାନଙ୍କୁ ନେଇ ଓଡ଼ିଶା ଶାସନ ଗାଦିରେ ରହିଥିବା ବେଳେ, ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ଅନୁସାରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରୁଥିବା ବେଳେ, ସାଢ଼େ ୪କୋଟି ଲୋକର ବିଶ୍ୱାସ ଭାଜନ ହୋଇ ପାରିଛନ୍ତି । ଓଡ଼ିଶାକୁ ଦୁର୍ବିପାକ ସମୟରେ ସାହାଯ୍ୟ ଦେଉଥିବା ବେଳେ, ଯୋଜନା ପରେ ଯୋଜନା ନଂ ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ ପ୍ରିୟତା ଭାବରେ କାର୍ଯ୍ୟ ଦକ୍ଷତାକୁ ନେଇ ରାଜ୍ୟର ୭୧.୧ ପ୍ରତିଶତ ଲୋକ ମତ ରଖିଛନ୍ତି । ଇଣ୍ଡିଆ ଟୁଡେ ସର୍ଭେରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ସର୍ଭେ ହୋଇଥିବା ବେଳେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁମତ ହେଉଥିବାରୁ ଲୋକମାନେ ବେଶ ସନ୍ତୁଷ୍ଟ ରହିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ୧ନଂରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ୨ୟ ସ୍ଥାନ ଅଧିକାର କରିଛନ୍ତି ବୋଲି ସର୍ଭେ ରିପୋର୍ଟରୁ ଜଣାଯାଇଚି । ୩ୟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ, ୪ର୍ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର, ୫ମରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ୬ଷ୍ଠରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ୭ମରେ ଆସାମ ମୁଖ୍ୟମନ୍ତ୍ରୀ ହିମତ ବିଶ୍ୱସର୍ମା, ୮ମରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେସ ଭାଘେଲ, ୯ମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଥିବା ଜଣାଯାଇଚି । ଯାହାକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ରହିଥିବାରୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶାକୁ ସାହାଯ୍ୟ କରିଆସୁଥିବା ଦେଖିବାକୁ ମିଳିଚି । ଯାହାକି ସାଢ଼େ ୪କୋଟି ଲୋକଙ୍କର ଆସ୍ଥା ଭାଜନ ନବୀନ ହୋଇପାରିଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ନମ୍ବରରେ ରହିଲେ
|
January 23, 2022 |
