ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର, ୧୭/୦୧/୨୧ (ସନ୍ଧାନ ନିଉଜ) : ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ସମୟରେ କରାଯାଉଥିବା ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି। ତେବେ ଏଠାରେ ଏକ ବଡ଼ କଥା ହେଲା ଦେଶବ୍ୟାପୀ ଯେଉଁ ସର୍ଭେ ରିପୋର୍ଟ ସଂଗ୍ରହ କରାଯାଉଛି, ସେଥିରେ ସାରା ଦେଶ ମଧ୍ୟରେ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ ରହୁଛି। ଅର୍ଥାତ୍ ଏସବୁ ସର୍ଭେ ମୁତାବକ ସମଗ୍ର ଦେଶ ଭିତରେ ଓଡ଼ିଶାରେ ମୋଦୀ ଅଧିକ ଲୋକପ୍ରିୟ ବୋଲି ପ୍ରମାଣ ମିଳୁଛି। ତେବେ, ନିର୍ବାଚନ ବେଳେ ଏହି ଲୋକପ୍ରିୟତା ଏବଂ ମୋଦିଙ୍କ ପ୍ରତି ଓଡ଼ିଶା ଲୋକଙ୍କ ଭଲ ପାଇବାଟା ଯାଉଛି କୁଆଡ଼େ? ଓଡ଼ିଶାରେ କାହିଁକି ବାରମ୍ବାର ବିଫଳ ହେଉଛି ବିଜେପି? ଏହାର କାରଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚଣ୍ଡ ଲୋକପ୍ରିୟତା ଏବଂ ତାଙ୍କର କେହି ବିକଳ୍ପ ନାହାଁନ୍ତି ବୋଲି କୁହାଯିବ? ନାଁ, ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଇ ଆସୁଥିବା ଅପାରଗ ତଥା ଦୃବଳ ନେତୃତ୍ୱ ଏଥିପାଇଁ ଦାୟୀ? ଯେଉଁ ସଂସ୍ଥା ଆଜି ଏହି ସର୍ଭେ କରିଛି ସେହି ସଂସ୍ଥାର ସର୍ଭେ ହିଁ ନବୀନ ପଟ୍ଟନାୟକଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଦର୍ଶାଇଛି। ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ କେତେକ ସର୍ଭେ ସଂସ୍ଥା ମଧ୍ୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଦର୍ଶାଇଛନ୍ତି। ଆଉ ସେତେବେଳେ ଓଡ଼ିଶା ବିଜେପିର ନେତୃତ୍ୱ ଏଥିରେ ଅସହ୍ୟ ହୋଇ ନବୀନ ଟଙ୍କା ଦେଇ ଶ୍ରେଷ୍ଠତାର ଉପାଧି କିଣି ନେଇଛନ୍ତି ବୋଲି ଆକ୍ଷେପ କରିଛନ୍ତି। ଆଜି ଅବଶ୍ୟ ସେହି ସମାନ ସଂସ୍ଥା ଉଭୟ ମୋଦି ଏବଂ ନବୀନଙ୍କୁ ଶ୍ରେଷ୍ଠ ଭାବରେ ଦର୍ଶାଇଥିବାରୁ ଓଡ଼ିଶା ବିଜେପି ନେତାନେତ୍ରୀଙ୍କ ପାଟି ଖନି ମାରିଯାଇଛି। କାରଣ ଏଠି ନବୀନଙ୍କୁ ଶ୍ରେଷ୍ଠତାର ଉପାଧି କିଣିଥିବା କଥା କହିଲେ, ସେହି ସମାନ କଥା ମୋଦିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ତେବେ, ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ନେଇ ଏମାନେ ଖୁସିରେ ସୋସିଆଲ୍ ମିଡିଆ ଗୁଡ଼ିକରେ ପୋଷ୍ଟ୍ କରି ପକାଉଥିବା ବେଳେ, ସେମାନେ ନିଜେ ଏବଂ ତାଙ୍କ ମଙ୍ଗୁଆଳ ଯେ କେତେ ଅଯୋଗ୍ୟ, ଅପାରଗ ଏବଂ ଓଡ଼ିଶା ଲୋକଙ୍କ ପାଖରେ କେତେ ଅପ୍ରିୟ ବୋଲି ନିଜକୁ ନିଜେ କହି ହେଉଛନ୍ତି, ତାହା ସେମାନେ ବୁଝି ପାରୁଛନ୍ତି ନାଁ ନାହିଁ?

Related Posts

About The Author

Add Comment