ଓଡ଼ିଆ ଦମ୍ପତିଙ୍କ ବିଶ୍ୱ କୀର୍ତ୍ତିମାନ : ୪୨ ଦିନରେ ୨୯ ହଜାର କିମି ଯାତ୍ରା, ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାଲ୍‌ର୍ଡ ରେକର୍ଡରେ ମିଳିଲା ସ୍ଥାନ

Spread the love

ପୁରୀ ,୮ ।୮ (ସନ୍ଧାନ ନିୟୁଜ) ପୁରୀର ମିଶ୍ର ଦମ୍ପତିଙ୍କ ପାଖରେ ହାର ମାନିଛି ବୟସ। ବିଭିନ୍ନ ସମୟରେ ଦୀର୍ଘତମ ଯାତ୍ରା କରି ଏହି ଦମ୍ପତି ଲଗାତର କରି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ। ପୂର୍ବରୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡର ଅଧିକାରୀ ହୋଇଥିବା ପୁରୀ ମୋଚି ସାହି ଛକ ଅଞ୍ଚଳରେ ରହୁଥିବା କେନ୍ଦ୍ର ପରିବହନ ବିଭାଗର ଅବସରପ୍ରାପ୍ତ ଅଧିକାରୀ ଦୁର୍ଗାଚରଣ ମିଶ୍ର ଓ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ମିଶ୍ର ପୁଣି ଥରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ୪୨ ଦିନରେ ଅବିରତ ଭାବେ ୨୯,୧୧୯ କିମି ଯାତ୍ରା କରି ଏହି ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ଯାତ୍ରା ପାଇଁ ଗତ ୫ ଦିନ ତଳେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାଲର୍ଡ ରେକର୍ଡ ମିଶ୍ର ଦମ୍ପତିଙ୍କୁ ଦେଇଛି ପ୍ରମାଣପତ୍ର। ଏଥର ମିଶ୍ର ଦମ୍ପତି ରୋମାନିଆ ନାଗରିକଙ୍କ ୯୨୬୧ କିମିର ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏଭଳି ବିରଳ କୃତିତ୍ୱ ସମଗ୍ର ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛି। ଅନ୍ୟପକ୍ଷରେ ଖୁବଶୀଘ୍ର ମିଶ୍ର ଦମ୍ପତି ବିଶ୍ୱର ଏକମାତ୍ର ଦମ୍ପତି ଭାବେ ଦୁଇ ଥର ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଆବେଦନ କରିବେ ବୋଲି କହିଛନ୍ତି।

୨୦୧୪ ମସିହାରେ ଦେଶ ଭିତରେ ୧୮୪୫୮ କିମି କାରରେ ଯାତ୍ରା କରି ସେ ଗିନିଜ୍‌ ଓ୍ଵାର୍ଲଡରେ ସ୍ଥାନ ପାଇଥିଲେ। ଏହା ପୂର୍ବରୁ ୨୦୧୩ ମସିହାରେ ମିଶ୍ର ଦମ୍ପତି ବୁଲେଟ୍‌ରେ ୨୧୧୪୬ କିମି ଯାତ୍ରା କରି ୟୁନିକ୍‌ ଓ୍ଵାର୍ଲଡ ରେକର୍ଡସ୍‌ ଲିମିଟେଡ୍‌ ପକ୍ଷରୁ ପ୍ରମାଣପତ୍ର ହାସଲ କରିଥିଲେ। କାରରେ ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇଥିବା ମିଶ୍ର ଦମ୍ପତି ବର୍ଷକ ପୂର୍ବରୁ ବସ୍‌ ଓ ଟ୍ରେନରେ ଦୀର୍ଘତମ ଯାତ୍ରା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡ କମିଟିକୁ ଜଣାଇଥିଲେ। କମିଟି ଏ ନେଇ କିଛି ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଥିଲା। କମିଟିର ଏକ ଦୁଇଜଣିଆ ଟିମ୍‌ ଯାତ୍ରା ଉପରେ ନଜର ରଖିଥିଲା। ଗାଇଡ୍‌ଲାଇନ୍‌ ମୁତାବକ, ମିଶ୍ର ଦମ୍ପତି ୨୦୧୮ ଫେବ୍ରୁଆରି ୧୮ ତାରିଖରେ ପୁରୀରୁ ସକାଳ ୯ଟା ୨୫ରେ ଟ୍ରେନ୍‌ ଯୋଗେ ଯାତ୍ରା ଆରମ୍ଭ କରିଥିଲେ।

Related Posts

About The Author

Add Comment