ତାଳଚେର (ବିଶ୍ଵଜିତ/ସନ୍ଧାନ ନିଉଜ) ୨୨/୯ : ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଶୀ ଲାଲ, ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ, ଜୁଏଲ ଓରାମଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରରୁ ସିଧାସଳଖ ତାଳଚେର ଅଭିମୁଖେ ଯାତ୍ରା କରି ସେଠାରେ ତାଳଚେର ସାର କାରଖାନାର ଶିଳାନ୍ୟାସ କରିଥିଲେ। ତାଳଚେରଠାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓଡିଶାର ବିଶାଳ ଜନ ସମାଗମ ଦେଖି ବେଶ ଖୁସି ହୋଇଥିଲେ। ଏବଂ ତାଙ୍କ ସଂକ୍ଷିପ୍ତ ଭାଷଣ ଶ୍ରୋତା ମାନଙ୍କ ମନକୁ ଛୁଇଥିଲା।
ତେବେ ସେଠାରେ କାର୍ଯ୍ୟ କ୍ରମ ସାରି ଝାରସୁଗୁଡ଼ା ଯାଇ ଝାରସୁଗୁଡ଼ା ବିମାନ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ସେଠାରୁ ଉଡ଼ାନ୍ ସେବାର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହି ଶୁଭାରମ୍ଭ ସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତ ଅବସରରେ ଗର୍ଜନବାହାଲ୍ କୋଇଲା ଖଣି, ଝାରସୁଗୁଡ଼ା-ବଡ଼ପାଲି-ସେରଡ଼େଗା ରେଲ ଲାଇନ୍ ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ କରିବେ ବୋଲି ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ।