ଓଚିନ୍ଦା ବିଜୁ ସେତୁର ପରିଦର୍ଶନ ଓ ସମୀକ୍ଷା କଲେ ବିଧାୟକ

ଯାଜପୁର, ୨୭/୦୨ (ସନ୍ଧାନ ନିୟୁଜ) କୋରାଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତର ଓଚିନ୍ଦା ନାଲରେ ନିର୍ମାଣଧିନ ବିଜୁ ସେତୁର ପରିଦର୍ଶନ ଓ ମସୀକ୍ଷା କରିଛନ୍ତି କୋରାଇ ବିଧାୟକ ଅଶୋକ କୁମାର ବଳ । ଏଥି ସହିତ ଏହି ନାଳର ମୁଲରୀ ଠାରେ ଅର୍ଦ୍ଧଭଗ୍ନ ପୋଲକୁ ମଧ୍ୟ ବୁଲି ଦେଖିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ ଅଧିକାରୀ ଏହି ସମୀକ୍ଷାରେ ସାମିଲ ହୋଇଥିଲେ । ପାଣିର ଗଭୀରତା ଓ ବନ୍ୟା ସମୟରେ ଯାଉଥିବା ପାଣିକୁ ଆକଳନ କରି ସେହି ମୁତାବକ ନୂଆ ବ୍ରିଜ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସମତେ ସରପଂଚ ପ୍ରକାଶ ମଲ୍ଲିକ, ସମିତିସଭ୍ୟା ପ୍ରତିନିଧି ସନ୍ତୋଷ କୁମାର ବେହେରା, ସୁବାସ ଧଳ, ପ୍ରେମେଶ ମହାକୁଡ, ସତିସ ଧଳ, ଗଙ୍ଗାଧର ସାହୁ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସର୍ମ୍ପକରେ ବିଧାୟକଙ୍କ ସହ ଆଲୋଚନା କରିଥିଲେ ।

Related Posts

About The Author

Add Comment