ଏସଏନମ୍ ପକ୍ଷରୁ ଶ୍ରମିକଙ୍କୁ ସମ୍ମାନ ଓ ମନୋଜ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି 

Spread the love

ଜେନାପୁର /୦୧/୦୫/ସନ୍ଧାନ ନ୍ୟୁଜ୍ )ଶ୍ରମିକ ମାନେ ଦେଶ ର ଭବିଷ୍ୟତ ଓ ନିର୍ମାଣ ର ମେରୁଦଣ୍ଡ, ଶ୍ରମିକ ଙ୍କ ପାଇଁ ପ୍ରତିଦିନ ଦେଶ ର ଅର୍ଥନୀତି ସୁଦୃଢ ହୁଏ. ସଚେତନତ ନାଗରିକ ମଞ୍ଚ ଯାଜପୁର ପକ୍ଷରୁ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀ ପଠା ରେ ଶ୍ରମିକ ସମ୍ବର୍ଦ୍ଧନା ଓ ମନୋଜ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.,ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ରେ ନିୟୋଜିତ ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ ଓ ଓଡିଶା ପ୍ରଦେଶ ର କୁଶଳି ଶ୍ରମିକ ମାନଂକୁ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧନା ଦେବାସହିତ ସେମାନଙ୍କ କଠିନ ପରିଶ୍ରମ କୁ ପ୍ରଶଂସା କରାଯାଇଥିଲା. ଶ୍ରମିକ ବନ୍ଧୁ ଓ ମଞ୍ଚ ର କର୍ମକର୍ତ୍ତା ମାନେ ସଚେତନ ନାଗରିକ ମଞ୍ଚ ର ପ୍ରତିଷ୍ଠାତା ସ୍ବର୍ଗତ ମନୋଜ ପ୍ରଧାନ ଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ମହା ମାନବୀୟ ଗୁଣ ଅନେକ ଙ୍କ ପାଇଁ ପ୍ରେରଣା ବୋଲି ମତ୍ତ ରଖିଥିଲେ. ସ୍ଥାନୀୟ ଯୁବକ ମାନଙ୍କ ଆତ୍ମନିର୍ଭଶୀଳତା ଉପରେ ସ୍ବର୍ଗତ ମନୋଜ ପ୍ରଧାନ ଗୁରୁତ୍ୱ ଦେଇଥିଲେ.ପରିଶେଷ ରେ ତେପେନ ନମ୍ବର ଜାତୀୟ ରାଜପଥ ର ସୁରକ୍ଷା ସହିତ ଯଥାଶୀଘ୍ର ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ସରିବା ପାଇଁ ମହାପ୍ରଭୁ ଙ୍କୁ ସାମୂହିକ ପାର୍ଥନା ସହିତ କାର୍ଯ୍ୟକ୍ରମ ସମାପନ ହୋଇଥିଲା. ସଚେତନ ନାଗରିକ ମଞ୍ଚ ପକ୍ଷରୁ ପଙ୍କଜ ମଲ୍ଲ, ସୁବ୍ରତ ସାହୁ, ମହେଶ୍ୱର ଆଚାର୍ଯ୍ୟ, ଖିରୋଦ ବେହେରା, ବିଜୟ ସାହୁ, ସରୋଜ ବେହେରା ଉପସ୍ଥିତ ଥିଲେ.

Related Posts

About The Author

Add Comment