ଏନଡିଏ ସରକାରଙ୍କର ଚାରି ବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love
  •  ଗତ ତିନି ବର୍ଷରେ ସ୍କିଲ ଇଣ୍ଡିଆ ଯୋଜନାରେ ୨.୫ କୋଟି ଯୁବକଙ୍କୁ ତାଲିମ ପ୍ରଦାନ କରା ଯାଇଛି
  • ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ୪୫୦ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମକେକେ) ସ୍ଥାପନା କରା ଯାଇଛି
  • ଲକ୍ଷ୍ୟ ଆଧାରିତ ଆତ୍ମ ନିଯୁକ୍ତି ପାଇଁ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରା ଯିବାର ଲକ୍ଷ୍ୟ
  • ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ୨୦୧୪ରୁ ୨୦୧୮ ମଧ୍ୟରେ ୧୨୦୧ ଜଣଙ୍କୁ ପେଟ୍ରୋଲ ପମ୍ପ ଆବଂଟନ କରା ଯାଇଛି
  •  ୨୦୧୪ରୁ ୨୦୧୮ ମଧ୍ୟରେ ୧୨୯୫ ଜଣଙ୍କୁ ଏଲପିଜି ବିତରକ ଭାବେ ନିଯୁକ୍ତି ଦିଆ ଯାଇଛି

ନୂଆଦିଲ୍ଲୀ,  ୬/୬/୧୮ (ସନ୍ଧାନ ନିୟୁଜ୍) – ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଗତ ତିନି ବର୍ଷରେ ସ୍କିଲ ଇଣ୍ଡିଆ ଯୋଜନାରେ ୨.୫ କୋଟି ଯୁବକଙ୍କୁ ତାଲିମ ପ୍ରଦାନ କରା ଯାଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ନୂଆ ଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନଡିଏ ସରକାରଙ୍କର ଚାରି ବର୍ଷରେ କରାଯାଇଥିବା କାମ ଓ ସଫଳତାର ବିବରଣୀ ଦେଲା ବେଳେ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ୪୫୦ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମକେକେ) ସ୍ଥାପନା କରା ଯାଇ ସାରିଛି। ଆଗାମୀ ଜୁଲାଇ ସୁଦ୍ଧା ଆଉ ୫୦ ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସ୍ଥାପିତ ହେବାକୁ ଥିବା ବେଳେ ୨୦୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ୭୦୦ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସ୍ଥାପିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଲକ୍ଷ୍ୟ ଆଧାରିତ ଆତ୍ମ ନିଯୁକ୍ତି ପାଇଁ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରା ଯିବାର ଲକ୍ଷ୍ୟ ରଖା ଯାଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ମୁଦ୍ରା ଯୋଜନାରେ ଜରିଆରେ ଉଦ୍ୟମିତା ସମ୍ଭାବନାକୁ ଯୋଡିବା ପାଇଁ ନିଷ୍ପତି ନିଆ ଯାଇଛି ଓ ଏହି ସମୟ ମଧ୍ୟରେ ଏକ ଲକ୍ଷ ଦକ୍ଷତା ବିକାଶରେ ପ୍ରଶିକ୍ଷିତ ଛାତ୍ରଙ୍କୁ ଯୋଡା ଯିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କୌଶଲ ବିକାଶ ଯୋଜନାରେ ୨୦୧୫ରେ ଦେଶରେ ୫୦ ଲକ୍ଷ ଯୁବକଙ୍କୁ ତାଲିମ ଦିଆ ଯାଇ ସରିଛି ଏବଂ ୨୦୨୦ ସୁଦ୍ଧା ଏକ କୋଟି ଯୁବକଙ୍କୁ ତାଲିମ ପ୍ରଦାନ କରା ଯିବାର ଲକ୍ଷ୍ୟ ରଖା ଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବିଭିନ୍ନ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ୩ ହଜାର କୋଟି ଟଙ୍କା ଆବଂଟନ କରା ଯାଇଛି ଯାହାକି ୨୦୧୬-୧୮ ମଧ୍ୟରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବାକୁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ବର୍ତମା ସୁଦ୍ଧା ମୋଟ ଚାରି କୋଟି ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ପ୍ରଦାନ କରା ଯାଇଛି।

ଉଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଉର୍ଜା ଯୋଜନା, ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟବର୍କ ମାଧ୍ୟମରେ ଅନେକ ଉପଲବ୍ଧି ହାସଲ କରା ଯାଇ ପାରିଛି ବୋଲି ସେ କହିଛନ୍ତି।

ସାମାଜିକ ଦାୟିତ୍ୱବୋଧ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ୨୦୧୪ରୁ ୨୦୧୮ ମଧ୍ୟରେ ୧୨୦୧ ଜଣଙ୍କୁ ପେଟ୍ରୋଲ ପମ୍ପ ଆବଂଟନ କରା ଯାଇଛି। ସେହିପରି ୨୦୧୪ରୁ ୨୦୧୮ ମଧ୍ୟରେ ୧୨୯୫ ଜଣଙ୍କୁ ଏଲପିଜି ବିତରକ ଭାବେ ନିଯୁକ୍ତି ଦିଆ ଯାଇଛି ବୋଲି ସେ କହିଛନ୍ତି। ମୋଦି ସରକାର କ୍ଷମତାରେ ଆସିବା ପୂର୍ବରୁ କେବଳ ଗୋଟିଏ ଦେଶ ସହ ୭ ଏମଏମଟିପିଏର ଏଲଏନଜି ଆମଦାନୀ କଂଟ୍ରାକ୍ଟ ଥିଲା। ବର୍ତମାନ ଏହା ବଢି ଚାରୋଟି ଦେଶ ସହ ୧୮ ଏମଏମଟିପିଏର ଦୀର୍ଘକାଳୀନ ଆମଦାନୀ କଂଟ୍ରାକ୍ଟ ହୋଇଛି ବୋଲି ସେ କହିଛନ୍ତି।

Related Posts

About The Author

Add Comment