ଏଣିକି ରାଜ୍ୟରେ ବଢ଼ିବ ଗ୍ରୀଷ୍ମ ପ୍ରବାହ

Spread the love

ଭୁବନେଶ୍ୱର, ୨୪/୦୩ (ସନ୍ଧାନ ନିୟୁଜ) ଏଣିକି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବ । ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବା ସହ ଧୀରେ ଧୀରେ ଖରାର ପ୍ରକୋପ ଅନୁଭୂତ ହେବ। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ବର୍ଷାର ସମ୍ଭାବନା ଖୁବ୍‌ କମ୍‌ ରହିଛି। ତଥାପି ରା‌ଜ୍ୟର କେତେକ ସ୍ଥାନରେ ପାଗ ମେଘୁଆ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଗତ ବର୍ଷଗୁଡ଼ିକୁ ହିସାବକୁ ନେଲେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧ରୁ ୪୨ ଡିଗ୍ରି ଅତିକ୍ରମ କରୁଥିବା ବେଳେ ଚଳିତ ବର୍ଷର ମାର୍ଚ୍ଚ ମାସରେ ବର୍ଷା ହୋଇଥିବାରୁ ଏବେ ସୁଦ୍ଧା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଭିତରେ ରହିଛି। ତେବେ ଶେଷ ସପ୍ତାହରେ ବର୍ଷା ହେବାର ସମ୍ଭାବନା ଖୁବ୍‌ କମ୍‌ ଥିବାରୁ ଏହି ସମୟରେ ତାପମାତ୍ରା ୩୮ରୁ ୪୦ ଡିଗ୍ରି ପର୍ଯ୍ୟନ୍ତ ଛୁଇଁବ ବୋଲି ଅନୁମାନ କରାଯାଉଛି।

Related Posts

About The Author

Add Comment