ଋଷ-ୟୁକ୍ରେନ୍ ଯୁଦ୍ଧ: ୧୭ ଦିନ ପରେ ବି ବାହାରି ପାରୁନି ସମାଧାନର ରାସ୍ତା, ୟୁକ୍ରେନ୍‌ରେ ଜାରି ରହିଛି ଧ୍ୱସଂ ଲୀଳା

Spread the love

ନୂଆଦିଲ୍ଲୀ, ୧୨/୦୩ (ସନ୍ଧାନ ନିଉଜ):ଆଜି ୧୭ ଦିନରେ ପହଞ୍ଚିଛି ଋଷ ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଆକ୍ରମଣ କରିଚାଲିଛି ଋଷ । ଏହି ଯୁଦ୍ଧ ବିଭୀଷିକାରେ ଏବେ ଶୋଚନୀୟ ହୋଇପଡିଛି ୟୁକ୍ରେନ୍ ର ସ୍ଥିତି । ଏଭଳି ସ୍ଥିତିରେ ବାରମ୍ବାର ଦୁଇ ଦେଶ ମଧ୍ୟରେ ଆଲୋଚନା କରାଯାଉଥିଲେ ବି ବାହାରି ପାରନି ନିଷ୍କର୍ସ । ଋଷ ୟୁକ୍ରେନ୍ ବିବାଦର ସମାଧାନ ନହେବା ଯାଏଁ ଚିନ୍ତାରେ ବିଶ୍ୱ ।

ଏପଟେ ଋଷ କେତେବେଳେ ପରମାଣୁ ଆକ୍ରମଣ ତ ଆଉ କେତେବେଳେ ଜୈବିକ ଆକ୍ରମଣର ଭୟ ଦେଖାଇଚାଲିଛି । ଯାହା ପୁରା ବିଶ୍ୱର ଚିନ୍ତା ବଢାଇଛି ।  ଅନ୍ୟପଟେ ଋଷ ୟୁକ୍ରେନ୍ ର ରାଜଧାନୀ କିଭ୍ ଦଖଲ କରିବାକୁ ବାରମ୍ବାର ଉଦ୍ୟମ କରିଚାଲିଥିଲେ ବି ୟୁକ୍ରେନୀୟ ସେନା କଡା ଜବାବ୍ ଦେଇଚାଲିଛନ୍ତି । ଏଭଳି ସ୍ଥିତିରେ ଉଭୟ ପକ୍ଷର ହଜାର ହଜାର ନାଗରିକ ମୃତ୍ୟୁ ବରଣ କରୁଛନ୍ତି ତଥାପି ଶେଷ ହେଉନି ଯୁଦ୍ଧ ।

Related Posts

About The Author

Add Comment