ଋଣନେଇ ଋଣ ପରିଶୋଧ କରୁନାହାନ୍ତି ହିତାଧିକାରୀ, ଚିନ୍ତାରେ ସମବାୟ ସମିତି ପ୍ରଶାସନ

Spread the love
  • 26
    Shares

ଯାଜପୁର, (ସନ୍ଧାନ ନୁ୍ୟଜ୍/ମାନସ କୁମାର ରାଉତ) ଚାଷ ଓ ଚାଷର ଉନ୍ନତି କରିବା ପାଇଁ ରାଜ୍ୟ ସରକାର ଜିଲ୍ଲା ଓ ବ୍ଲକ ସ୍ତରରେ ସମବାୟ ସମିତି ମାନ ଗଠନ କରିଛନ୍ତି । ଚାଷୀ ମାନଙ୍କ ଅରାର୍ଥିକ ମାନଦଣ୍ଡ ଓ ସୁଲଭ ମୂଲ୍ୟରେ କୃଷି ଜାତ ଦ୍ରବ୍ୟ ବଣ୍ଟନ କରିବା ପାଇଁ ବ୍ଲକ ସ୍ତରରେ କେନ୍ଦ୍ରୟ ସମବାୟ ବ୍ୟଙ୍କ ମାନ କାମ କରୁଅଛି । ବଡଚଣା ବ୍ଲକରେ ୨ଟି କଟକ କେନ୍ଦ୍ରୟ ସମବାୟ ଶାଖା କାର୍ଯ୍ୟ କରୁଥିବା ବେଳେ ବଡଚଣା ଶାଖା ଅଧିନରେ ଅରଖପୁର, ବୈରୀ, ବଡଚଣା, ଛତିଆ, ଦର୍ପଣ, କଢେଇ, ପଲ୍ଲୀ ମଙ୍ଗଳ, ସମିଆ, କାର୍ଯ୍ୟ କରୁଥିବା ବେଳେ ବାଲିଚନ୍ଦ୍ରପୁର ଅଧିନରେ ଅଣକା, ଭରତପୁର, ଚାରିନଙ୍ଗଳ, ଗୋପାଳପୁର, ରଇପୁର ଓ ସାଉଡିଆ ରହିଅଛି ।ବଡଚଣା ଅଧିନରେ ଥିବା ସମବାୟ ସମିତ ଅଧିନରେ ସମୁଦାୟ ୨୨୪୭୨ ସଭ୍ୟ ରହିଥିବା ବେଳେ ସେଥିମଧ୍ୟରୁ ୧୧୩୫ ଜଣ ମହିଳା ସଭ୍ୟା ରହିଛନ୍ତି । ଜୁନୁ ମାସ ଶେଷ ସୁଧା ସମୁଦାୟ ୭କୋଟି ୨୧ଲକ୍ଷ ୩ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି । ୪ଟି ସମବାୟ ସମିତିକୁ ୨ଶହ କୁଇଣ୍ଟାଲ ସାର ଓ ୧୪୯ କୁଇଣ୍ଟାଲ ବିହନ ବଣ୍ଟନ କରାଯାଇଥିବା ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି । ବହୁ ସମବାୟ ସମିତିରେ କର୍ମଚାରୀ ଅଭାବରୁ ଋଣ ଦିଆଯାଇଥିବା ହିତାଧିକାରୀ ମାନଙ୍କ ଠାରୁ ଋଣ ଅର୍ଥ ଆଦାୟ କରାଯାଇ ପାରୁନାହିଁ । ବଡଚଣା ଓ କଢେଇ ସମବାୟ ସମିତିର କାର୍ଯ୍ୟଳୟର ଅବସ୍ଥା ନକହିଲେ ଭଲ । ଏହି କାର୍ଯ୍ୟଳୟର ଗୃହଟି ବହୁଦିନ ହେବ ମରାମତି ହୋଇନଥିବାରୁ କାନ୍ଥ ଗୁଡିକ ଫାଟି ଆଁ କରିଛି । ଏପରିକି ଛାତରୁ ପାଣି ଗଳୁଥିବା ବେଳେ ଏହା ଭିତରେ ବସି କାର୍ଯ୍ୟ କରିବା ସମ୍ଭବପର ହେଉନାହିଁ । ଅନ୍ୟ ପଟରେ ଜଣେ ମାତ୍ର ସମ୍ପାଦକ ଏବଂ ଜଣେ ମାତ୍ର ପିଅନ କାର୍ଯ୍ୟଳୟରେ କାର୍ଯ୍ୟକରୁଥିବା ବେଳେ ଚାଷୀଙ୍କ ପାଖକୁ ଯାଇ ଋଣ ଅର୍ଥ ଆଦାୟ କରିବା ସମ୍ଭବପର ହେଉନାହିଁ । ବୈରୀ ଏବଂ ସମିଆ ସମବାୟ ସମିତିରେ ଋଣ ଅର୍ଥ ଆଦାୟର ସ୍ଥିତ ଭଲ ରହିଥିବା ବେଳେ ଅନ୍ୟ ଗୁଡିକରେ ଆଦାୟସ୍ଥିତ ଭଲ ନଥିବା ଜଣାଯାଇଛି । ଏହି କାର୍ଯ୍ୟଳୟକୁ ସହଯୋଗ କରିବା ପାଇଁ ବ୍ଲକ ସ୍ତରୀୟ ଅଧିକାରୀ ମାନେ ରହିଥିବା ବେଳେ ଏାମାନେ ଠିକ୍ ଭାବେ କାର୍ଯ୍ୟକରୁନଥିବାରୁ କେତକ ସ୍ଥଳରେ ଚାଷୀ ମାନେ ଉପକୃତ ହୋଇପାରୁନଥିବା ବେଳେ ସମ୍ପାଦକ ମାନେ ମଧ୍ୟ ହଇରାଣ ହେଉଛନ୍ତି । ଏପରିକି ବ୍ଲକର ଏହି ଅଧିକାରୀଙ୍କ କାର୍ଯ୍ୟଳୟରୁ ପାଣି ଗଳୁଥିବା ବେଳେ ତାହାର ଚାରିପାଖରେ ଅନାବାନ ଗଛର ଜଙ୍ଗଲସୃଷ୍ଟି ହୋଇଛି । କଢେଇ ଓ ବଡଚଣା ସମବାୟ ସମିତିର ନିଜସ୍ୱ ସ୍ଥାନ ନଥିବାରୁ ନୂତନ ଗୃହ ନିର୍ମାଣ ହୋଉପାରୁନଥିବା ଜଣାଯାଇଛି । ମହିଳା ଚାଷୀ ମାନଙ୍କ ପାଇଁ କୌଣସି ତାଲିମ ଏବଂ ପ୍ରୋସôାହନ ଦିଆଯାଉନଥିବାରୁ ଚାଷ ପ୍ରତି ମହିଳା ମାନଙ୍କ ସଂଖ୍ୟ କମିବାରେ ଲାଗିଛି । ଏପରକି ଅନ୍ୟ ଚାଷ ମାନଙ୍କୁ ଚାଷ ସମ୍ପକିର୍ତ କୌଣସି ସଚେତନତା କରାଯାଉନଥିବା ମଧ୍ୟ ଚାଷ ପ୍ରତି ଲୋକମାନଙ୍କ ଆଗ୍ରହ କମିବାରେ ଲାଗିଛି । ଅନ୍ୟପଟରେ କେତକ ଚାଷୀ ମାନ ଋଣ ସୁଝୁନଥିବା ବେଳେ ସମବାୟ ସମତି ରୁଗୁଣ ଅବସ୍ଥାକୁ ଚାଲିଯିବାକୁ ବସିଛି । କିଛି ଚାଷୀ ଠିକ୍ ଭାବରେ ଋଣ ଅର୍ଥ ସୁଝିବାକୁ ଚାହୁଥିବା ବେଳେ କର୍ମଚାରୀଙ୍କ ସହଯୋଗ ପାଉନଥିବାରୁ ସେମାନେ ଏହି ଋଣ ଅର୍ଥ ସୁଝୁପାରୁନଥିବା ମଧ୍ୟ ଜଣାଯାଇଛି । ବଡଚଣା ସମବାୟ ସମିତିଟି ଭଡାଘରେ ଚାଲୁଥିବା ବେଳେ ଜଣେ ପରିଚାଳକ, ୩ଜଣ ମେସେଂଜର ଜଣେ ଝାଡୁଦାର କାର୍ଯ୍ୟକରୁଛନ୍ତି । କର୍ମଚାରୀ ଅଭାବାରୁ ସବୁବେଳେ କ୍ଷେତ୍ରକୁ ଯାଇ କାର୍ଯ୍ୟ ତଦାରଖ କରିବାସମ୍ଭବ ହେଉନଥିବା ପରିଚାଳାନ ପ୍ରକାଶ କରିଛନ୍ତି । ସରକାର ଋଗୁଣ ଅବସ୍ଥାରେ ଥିବା ସମବାୟ ସମିତିର ଆର୍ଥିକ ମନଦଣ୍ଡ ଓ ଭିତ୍ତିଭୂମି ନଥିବା ସମାବାୟ ସମିତ ମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସାଧରଣରେ ଦାବି ହେଉଛି

  • 26
    Shares

Related Posts

About The Author

Add Comment