ବୀରମହାରାଜପୁର/ସନ୍ଧାନ ନ୍ୟୁଜ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଉଲୁଣ୍ଡା ଖେଳପଡିଆ ଠାରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅପରାହ୍ଣରେ ମୁଖ୍ୟଅତିଥି ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସମାବେଶରେ ଯୋଗ ଦେଇଥିଲେ । ଏ ଅଞ୍ଚଳରେ ଆସନ୍ତା ୨୦ ତାରିଖ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ତରଫରୁ ପ୍ରଚାର ଜୋରଦାର ରହିଛି । ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗାଁ ରେ ନିର୍ବାଚନୀ ମାହୋଲ ଜମିବାରେ ଲାଗିଛି। ଓଡିଶା ରେ ଏଥର ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ଏହି ସମାବେଶରେ କହିଥିଲେ । ଏହି ସମାବେଶରେ ବିଜେପି ତରଫରୁ ଜନସାଧାରଣ ଙ୍କୁ ବିଧାନସଭା ଓ ଲୋକସଭା ପାଇଁ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏଥର ଯଦି ଓଡିଶା ରେ ବିଜେପି ସରକାର ଗଠନ ହୁଏ ଧାନ କ୍ଲିଣ୍ଟାଲ ୩୧୦୦ଟଙ୍କା , ସମସ୍ତ ମହିଳା ଙ୍କୁ ମାସିକ ୧୦୦୦ଟଙ୍କା , ଭତ୍ତା ୩୦୦୦ଟଙ୍କା , ଶିକ୍ଷା , କୃଷି, ଗମନାଗମନ , ପାନୀୟ ଜଳ ଆଦି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ରାଜ୍ୟ ସରକାର ଅବହେଳା କରୁଥିବା କହି ଥିଲେ। ଏହି ସମାବେଶରେ ରାୟଗଡ ବିଧାୟକ ପୁରନ୍ଦର ମିଶ୍ର ସିଧାସଳଖ ବିଜେଡି ସରକାର ଉପରେ ନିଶାନା କରି ବର୍ଷିଥିଲେ । ନିର୍ବାଚନୀ ପ୍ରଚାର ରେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀନୀ ସଙ୍ଗୀତା କୁମାରୀ ସିଂଦେଓ ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ଙ୍କୁ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ। ଉକ୍ତ ଅବସରରେ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ।
ଉଲୁଣ୍ଡା ରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ଛତ୍ତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ
ଉଲୁଣ୍ଡା ରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ଛତ୍ତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ
