ଇଟା ବୋଝେଇ ଟ୍ରକ ସହ ପିକଅପ ଭେନର ମୁହାଁ ମୁହିଁ ଧକ୍କା,୪ଜଣ ଆହତ ଜଣେ ଗୁରୁତର

Spread the love

ସୁନ୍ଦରଗଡ ତା:୧/୯/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକ ଅନ୍ତର୍ଗତ ମାଳିଡିହି ମୁଖ୍ୟ ରାଜ୍ୟରଜପଥ ୨୪ରେ ଏକ ଇଟା ବୋଝେଇ ମିନି ଟ୍ରକ ସହ ପିକଅପ ଭେନର ମୁହାଁମୁହିଁ ଧକ୍କା ଫଳରେ ଭେନ ଡ୍ରାଇଭରଙ୍କ ଅଵସ୍ଥା ଗୁରୁତର ଥିବାବେଳେ ଭେନରେ ବସିଥିବା କେତେକ ଯୁବକ ଆହତ ହୋଇଥିବା ଜଣାପଡିଛି ।ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ଆଜି ତୁମଳିଆ ଗ୍ରାମରୁ ଏକ ମିନି ଟ୍ରକ (ସିଜି୧୫ଏସି-୨୩୭୦) ତାର ଷ୍ଟେରିଂ ଅଚଳ ହୋଇପଡିବାରୁ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭେନ(ଓଡ଼ି୦୫କେ-୨୩୭୨) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଭେନର ଚଳକ ଗୁରୁତର ଥିବା ବେକେ ସେଥିରେ ବସୁଥିବା ଚାରିଜଣ ଯୁବକ ଆହତ ହୋଇଥିବା ଜଣାପଡିଛି । ଆଜି ସବଡେଗାରେ ସାପ୍ତାହିକ ହାଟ ହୋଇଥିବାରୁ କେତେକ ସୁନ୍ଦରଗଡ ବେପାରୀ ନିଜ ଦୋକାନ ସାମଗ୍ରୀ ନେଇ ପିକଅପଭେନ ଯୋଗେ ବଜାର ଅଭିମୁଖେ ଆସୁଥିବା ଜଣାପଡିଛି । ଅନ୍ୟ ପକ୍ଷରେ ମିନି ଟ୍ରକ ଚଳକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି । ଘଟଣା ଅନୁଯାଇ ସଦର ପୋଲିସକୁ ଅବଗତ କରାଯାଇଛି ।

Related Posts

About The Author

Add Comment