ଇଜର୍ଟନ ବିଦ୍ୟାଳୟରେ ‘ମୋ ସ୍କୁଲ’ ଅଭିଯାନ ଓ ପୁରାତନ ଛାତ୍ର ସଂସଦ ଗଠନ

Spread the love
  • 7
    Shares

ଯାଜପୁର,୧୦/୬(ସଂନ୍ଧାନ ନିଉଜ୍/ମାନସ ରାଉତ):ବଡଚଣା ବ୍ଲକ ଅନ୍ତର୍ଗତ ଇଜର୍ଟନ ଉପ୍ରା ବିଦ୍ୟାଳୟ ପରିସରରେ ରବିବାର ‘ମୋ ସ୍କୁଲ’ ଅଭିଯାନ ଓ ଛାତ୍ର ସଂସଦ ଗଠନ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମମତା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ,ଅଭିଭାବକ ଓ ବିଦ୍ୟାଳୟ ପରି·ଳନା କମିଟିର ସଭ୍ୟସଭ୍ୟା ଯୋଗଦେଇଥିଲେ । ପ୍ରଥମେ ପ୍ରଧାନ ଶିକ୍ଷୟତ୍ରୀ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବୈଠକରେ ପୁରାତନ ଛାତ୍ରୀ ସଂଯୁକ୍ତା ଦାଶ,ସରସ୍ୱତୀ ରାଉତ,ଝରଣା ବରାଳ,ଛାତ୍ର ବୈକୁଣ୍ଠ ବରାଳ,ସତ୍ୟଜିତ ଦାଶ,ସୁରେଶ ବରାଳ,ନିରଂଜନ ବରାଳ,ଉକôଳ ପ୍ରଧାନ,ପବନେଶ୍ୱର ଜେନା,ଆଲୋକ ମହାନ୍ତି,ପ୍ରଦୁ୍ୟମ୍ନ ଓଝା,ମହେଶ୍ୱର ମଲ୍ଲିକ,ପ୍ରେମଜିତ ଦାଶ ଓ ସୁଧିର ବରାଳଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଅଭିଯାନ ଉପରେ ନିଜନିଜର ମତ ପ୍ରଦାନ କରିବା ସହ ବିଦ୍ୟାଳୟର ବିକାଶ ପାଇଁ ଦୃଢ ସଂକଳ୍ପ ନେଇଥିଲେ । ବିଦ୍ୟାଳୟ ପରି·ଳନା କମିଟି ସଭାପତି ହେମନ୍ତ ସାମଲ ଓ ବିଦ୍ୟାଳୟର ସମସ୍ତ କର୍ମ·ରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଆସନ୍ତା ରବିବାର ପୁନଃ ବୈଠକ କରାଯିବା ସହିତ ସଭ୍ୟମାନେ ସ୍ୱଚ୍ଛାକୃତ ଭାବେ ବିଦ୍ୟାଳୟର ବିକାଶ ପାଇଁ ଆର୍ଥୀକ ସହାୟତା ପ୍ରଦାନ କରିବାକୁ ଗଣେଶ୍ୱର ବରାଳ ପ୍ରସ୍ତାବ ଗୃହିତ କରିଥିଲେ । ଏହାକୁ ସର୍ବସମ୍ମତ ଭାବେ ସମର୍ଥନ କରାଯାଇଥିଲା ।

  • 7
    Shares

Related Posts

About The Author

Add Comment