ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ୮୪ ବର୍ଷ ବୟସରେ ଦେହାନ୍ତ

Spread the love

ନୂଆଦିଲ୍ଲୀ, ୨୩/୧୧/୨୦୨୦ (ସନ୍ଧାନ ନିଉଜ) ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସୋମବାର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। କଂଗ୍ରେସ ନେତା, ତଥା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର କୋଭିଡ ପରବର୍ତ୍ତୀ ଜଟିଳତା ପାଇଁ ଗୌହାଟି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବହୁ-ଅଙ୍ଗ ବିଫଳତା ପରେ ଗୋଗୋଇଙ୍କୁ ଭେଣ୍ଟିଲେସନ୍ ରେ ରଖାଯାଇଥିଲା। ନଭେମ୍ବର ୨ ରେ ୮୪ ବର୍ଷୀୟ ତିନିଥର ମୁଖ୍ୟମନ୍ତ୍ରୀଙ୍କୁ GMCH ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଖରାପ ହେବାପରେ ଶନିବାର ରାତିରେ ତାଙ୍କୁ ଭେଣ୍ଟିଲେସନ୍ ରେ ରଖାଯାଇଥିଲା।

ଏହାପୂର୍ବରୁ ରବିବାର ସକାଳେ ତରୁଣ ଗୋଗୋଇଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଘଟିଥିଲା। ଗୁଆହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧୀକ୍ଷକ ଅଭିଜିତ୍ ଶର୍ମା ଏହି ସୂଚନା ଦେଇଥିଲେ। ଶର୍ମା କହିଥିଲେ ଯେ ଡାକ୍ତରମାନେ ଦିନରେ ଡାଏଲିସିସ୍ ର ପ୍ରଥମ ଚକ୍ର ସମାପ୍ତ କରିବା ଫଳରେ କିଡନୀ ଠିକ୍ ଭାବରେ କାମ କରିପାରେ । ରବିବାର ଦିନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ନେଇଥିଲେ।

ଶନିବାର ରାତିରେ ତରୁଣ ଗୋଗୋଇଙ୍କ ପୁଅ ତଥା ଲୋକସଭା ସଦସ୍ୟ ଗୌରବ ଗୋଗୋଇ ଆସାମ ମୁଖ୍ୟ ଶାସନ ସଚିବ ବିଷ୍ଣୁ ବାରୁଆ ଡାକ୍ତରଖାନାରେ ପହଞ୍ଚିଥିଲେ। ଏଥି ସହିତ ଗୋଗୋଇଙ୍କ ଝିଅ ଏବଂ ବୋହୂ ମଧ୍ୟ ରବିବାର ଦିନ ଡାକ୍ତରଖାନାରେ ପହଞ୍ଚିଥିଲେ। ଶନିବାର ରାତିରୁ ସାଂସଦ, ବିଧାୟକ ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ଡାକ୍ତରଖାନାରେ ଡେରା ପକାଇଥିଲେ।

ଉଲ୍ଲେଖଯୋଗ୍ୟଯେ, ଅଗଷ୍ଟ ୨୦ରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଣେ ଭେଟେରାନ କଂଗ୍ରେସ ନେତା ଗୋଗୋଇ କରୋନା ଭାଇରସ୍ ସଂକ୍ରମିତ ହୋଇଥିଲେ। ସେଦିନ ତାଙ୍କୁ ଗୌଆହାଟୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଗଠନ କରିଥିଲେ। ତଥାପି, ତାଙ୍କ ଶରୀରରେ ଅମ୍ଳଜାନର ପରିମାଣ ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିଲା। ଫଳସ୍ୱରୂପ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ AIIMS ରୁ ଜଣେ ବିଶେଷଜ୍ଞ ଆସି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଅବଶ୍ୟ ହେମନ୍ତ ଶର୍ମା, ପରେ କୋଭିଡ -୧୯ ସଂକ୍ରମିତ ହୋଇଥିଲେ । ସୋମବାର ସେ ଗୌହ୍ଵାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ବହୁବିଧ ରୋଗରେ ପୀଡିତ ଗୋଗୋଇଙ୍କ ସ୍ଵାସ୍ଥ୍ୟବସ୍ଥା ପୂର୍ବରୁ ସଙ୍କଟାପନ୍ନ ଥିଲା।

ଏହି କାରଣରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ ନିଜର କାର୍ଯ୍ୟକ୍ରମ ରଦ୍ଦ କରି ଡିବ୍ରୁଗଢରୁ ଗୌହ୍ଵାଟୀ ଫେରିଥିଲେ। ସୋମବାର ସକାଳେ ଡାକ୍ତର ଗୋଗୋଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ଦେଇଥିଲେ। ଆସାମର ସ୍ଵାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଶ୍ରୀ ଗୋଗୋଇଙ୍କ ସ୍ଥିତି ବହୁତ ଚିନ୍ତାଜନକ ଥିବା କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜୀବନ ରକ୍ଷକ ପ୍ରଣାଳୀରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଡାକ୍ତରଙ୍କ ସମସ୍ତ ପ୍ରୟାସ ପରେ ବି ତାଙ୍କୁ ବଞ୍ଚାଯାଇ ପାରିନାହିଁ।

Related Posts

About The Author

Add Comment