ଆସନ୍ତୁ ଜାଣିବା କେମିତି ବଢାଇ ପାରିବେ ଇମ୍ୟୁନିଟି ପାୱାର

Spread the love
  •  
  •  
  •  
  •  
  •  

ବର୍ତମାନ ପରିସ୍ଥିତିରେ ଶରୀରରେ ଇମ୍ୟୁନିଟି ପାୱର ବଢାଇବାକୁ ସମସ୍ତେ ଚେଷ୍ଟା କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ କେମିତି ଇମ୍ୟୁନିଟି ପାୱାର ବଢାଇ ପାରିବେ ।

ହଳଦୀ ଓ ମହୁ –

ହଳଦୀ ଅନେକ କାମରେ ବ୍ୟବହାର କରାଯାଏ । ରୋଷେଇବାସ ଠାରୁ ଆରମ୍ଭ କରି ପୂଜା-ପାଠ ଓ ଅନେକ ରୋଗବେମାରୀ ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଏ । ତେବେ ଶରୀରରେ ଇମ୍ୟୁନିଟି ପାୱାର ବଢାଇବା ପାଇଁ ମଧ୍ୟ ହଳଦୀ ବେଶ ଉପକାରୀ । ଏକ ଚାମଚ ହଳଦୀ ଗୁଣ୍ଡ ଓ ସେଥିରେ ଅଳ୍ପ ମହୁ ମିଶାଇ କ୍ଷୀରରେ ପକାଇ ରାତିରେ ଶୋଇବା ସମୟରେ ନିୟମିତ ପିଇବା ଦ୍ୱାରା, ଏହା ଇମ୍ୟୁନ ସିଷ୍ଟମକୁ ମଜ୍‌ବୁତ୍ କରିଥାଏ ।

ଅଁଳା-

ଅଁଳା ଦେହ ପାଇଁ ବହୁତ୍ ଲାଭଦାୟକ । ଏକ ଚାମଚ ଅଁଳା ପାଉଡର ଓ ସେଥିରେ ମହୁ ମିଶାଇ ପ୍ରତିଦିନ ସକାଳେ ଖାଇବା ଦ୍ୱାରା, ଏହା ଇମ୍ୟୁନିଟି ପାୱାର ବଢାଇବାରେ ସାହାଯ୍ୟ କରେ । ଅଁଳାରେ ଥିବା ଭିଟାମିନ୍ ‘ସି’ ଦେହ ପାଇଁ ବହୁତ୍ ଉପକାରୀ ।

ତୁଳସୀ –

ତୁଳସୀ ପତ୍ରରେ ଅନେକ ଔଷଧିୟ ଗୁଣ ଭରି ରହିଛି । ଥଣ୍ଡା,କାଶ ଠାରୁ ଆରମ୍ଭ କରି ଇମ୍ୟୁନିଟି ପାୱାର ବଢାଇବା ଭଳି ଅନେକ ରୋଗ ପାଇଁ ଏହା ବହୁତ୍ ଉପକାରୀ । ତୁଳସୀ ପତ୍ର ବା ତୁଳସୀ ରସରେ କାଢା ପ୍ରସ୍ତୁତ କରି ପିଇବା ଦେହ ପାଇଁ ବହୁତ୍ ଭଲ ।

Related Posts

About The Author

Add Comment