ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଗସ୍ତ

Spread the love

ନୂଆଦିଲ୍ଲୀ, ୧୩/୬ (ସନ୍ଧାନ ନିୟୁଜ୍) ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ଗସ୍ତରେ ଆଧୁନିକ ଏବଂ ବିସ୍ତାରିତ ଭିଲାଇ ଇସ୍ପାତ କାରଖାନା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଭିଲାଇ ଇସ୍ପାତ କାରଖାନାର ଆଧୁନିକୀକରଣରେ ଉତ୍ପାଦନ, ଉତ୍ପାଦ, ଗୁଣବତ୍ତା, ପୁଞ୍ଜିନିବେଶ, ପ୍ରତିଦ୍ୱନ୍ଦିତା, ଶକ୍ତି ଦକ୍ଷତା ଏବଂ ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ ଅତ୍ୟାଧୁନିକ ଟୋକ୍ନୋଲେଜି ପ୍ରଯୋଗ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକ୍ରମରେ ଆଇଆଇଟି ଭିଲାଇର ସ୍ଥାୟୀ ପରିସରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ। ତା’ ସହିତ ହିଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତନେଟର ଦ୍ୱିତୀୟ ଚରଣର ଶୁଭାରମ୍ଭ କରିବେ। ଭାରତ ନେଟ ପରିଯୋଜନାରେ ଗ୍ରାମ ପଂଚାୟତକୁ ଭୂମିଗତ ଅପ୍ଟିକାଲ ଫାଇବର ନେଟୱର୍କ ଦ୍ଵାରା ସଂପର୍କ ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଗଦଲପୁର ଏବଂ ରାୟପୁର ମଧ୍ୟରେ ବିମାନ ସେବାର ଶୁଭାରମ୍ଭ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା ଅନ୍ତର୍ଗତ ଲାଭାର୍ଥୀମାନଙ୍କୁ ଲାପଟପ, ପ୍ରମାଣପତ୍ର ଏବଂ ଚେକ ବିତରଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।

ଭିଲାଇ ଆଗମନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆ ରାୟପୁର ସ୍ମାର୍ଟ ସହର ଗସ୍ତ କରିବେ ଏବଂ ଏକୀକୃତ ନିୟନ୍ତ୍ରଣ କେନ୍ଦ୍ରର ଉଦ୍ଘାଟନ କରିବେ।

Related Posts

About The Author

Add Comment