ଆସନ୍ତାକାଲି ଠାରୁ ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା, ୨୧ଟି ସେକ୍ସନରେ ହେବ ଗଣତି

Spread the love

ସମ୍ବଲପୁର  ୧୮/୧/୨୬  (ସନ୍ଧାନ ନ୍ୟୁଜ) : ଆସନ୍ତାକାଲି ଠାରୁ ହୀରାକୁଦରେ ହେବ ବିଦେଶୀ ପକ୍ଷୀ ଗଣନା । ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ୨୧ଟି ସେକ୍ସନ କରାଯାଇଛି । ଏଥିରେ ୩୨ ଜଣ ପକ୍ଷୀ ବିଶେଷଜ୍ଞ, ୩୮ ଜଣ କ୍ଷେତ୍ରସ୍ଥଳର ଅଧିକାରୀ ଏବଂ କର୍ମଚାରୀ ସାମିଲ ହେବା ନେଇ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ନଭେମ୍ବର ମାସରୁ ହୀରାକୁଦକୁ ହଜାର ହଜାର ପକ୍ଷୀ ଆସିଥାନ୍ତି ।  ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ହୀରାକୁଦରେ ଭାରତର ଇଗ୍ରେଟସ, ହେରନ୍ତି, କର୍ମୋମୋରା, ଲାଫଷ୍ଟିଙ୍ଗ ପ୍ରଭୃତି ପ୍ରଜାତିର ପକ୍ଷୀ ଆସନ୍ତି  ଶୀତ ଋତୁରେ ଆସୁଥିବା ପରିବ୍ରାଜକ ପକ୍ଷୀଙ୍କ ମଧ୍ୟରେ ଋଷର ସାଇବେରିଆ, କେନ୍ଦ୍ରୀୟ ଏସିଆର ପିଣ୍ଟଲ, ସୋଭଲର, ଟିଲ, ପୋଚାର୍ଡ, ମଙ୍ଗୋଲିଆ ଆଦି ପ୍ରଜାତିର ପକ୍ଷୀ ରହିଛନ୍ତି । ଗତବର୍ଷ ହୀରାକୁଦକୁ ରେକର୍ଡ ୧୨୨ ପ୍ରଜାତିର ୩ ଲକ୍ଷ ୭୭ ହଜାର ୭୩୨ ପକ୍ଷୀ ଆସିଥିଲେ ।  ଏଥର ପକ୍ଷୀ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।

Related Posts

About The Author

Add Comment