ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

Spread the love
  •  
  •  
  •  
  •  
  •  

ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ଅତିଥି ମାନଙ୍କ ମତ ପ୍ରକାଶ 

ଯାଜପୁର, ତା ୨୭ା୦୨ା୨୦୨୪ ରିଖ : ଆଜି ପୂର୍ବାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରୋତ୍ସାହନର ଏବଂ ଜିଲ୍ଳ୍‌ା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣାଙ୍କ ପୈାରହିତ୍ୟରେ ଜିଲ୍ଳ୍‌ା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଚ୍ଥି ।
ମୁଖ୍ୟ ଅତିଥି ଭାବେ ଯାଜପୁର ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା ଯୋଗଦେଇ କହିଲେ ଯେ, ଆଶା ଏବଂ ଗାଁ କଲ୍ୟାଣ ସମିତି ସ୍ୱାସ୍ଥ୍ୟ ସେବା ପ୍ରଦାନର ମୂଳ ଭିତ୍ତିଭୂମି ଅଟେ । ମହିଳାମାନେ ସର୍ବୋପରି ଆଶା ଦିଦି, ଅଙ୍ଗନୱାଡି କର୍ମୀ ସମାଜର ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାର ସପଂଳତା ସେମାନଙ୍କ ଊପରେ ହିଁ ନିର୍ଭର କରିଥାଏ । ଏଣୁ ଯେତେ ପୁରସ୍କାର ଦେଲେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ସେବାରେ ଯେଉଁ ଅତୁଳନୀୟ ଅବଦାନ ତାହା ସମସ୍ତ ମହିଳା ସମାଜ ପାଇଁ ପ୍ରେରଣାଦାୟୀ ହେବା ସହ ଗୋଷ୍ଠୀ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ସେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଡେପୁଟୀ କଲେକ୍ଟର ଶ୍ରୀ ସୁମନ ଦାସ, ପ୍ରଶାସନିକ ଅଧିକାରୀ ଶ୍ରୀ କ୍ଷୀରୋଦ କୁମାର ଦାସ, ଏଡିପିଏଚ୍‌ଓ(ଟିିବି) ଡା. ଦେବରାଜ ହାଂସଦା, ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକ, ଜାତାୟ ସ୍ୱାସ୍ଥ୍ୟ ମିଶନ (ଡିପିଏମ୍‌) ଶ୍ରୀ ବନବିହାରୀ ମିଶ୍ର ଯୋଗଦେଇ ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
୨୦୨୩-୨୪ ବର୍ଷରେ ସର୍ବଶ୍ରେଷ୍ଠ ଅବଦାନ ପାଇଁ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଗୈାରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନ ଇଚ୍ଚ୍ଥାପୁର ଗ୍ରାମର ଆଶାକର୍ମୀ ପ୍ରମିଳା ସାହୁଙ୍କୁ ପ୍ରଥମ, ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସାହୁପଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନ ସାହୁପଡା ଗ୍ରାମର ଆଶାକର୍ମୀ ପୁଷ୍ପଲତା ମଲ୍ଳ୍‌ିକଙ୍କୁ ଦ୍ୱିତୀୟ ଏବଂ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଜାରକା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନ ପଂଡୁଆ ଗ୍ରାମର ଆଶାକର୍ମୀ ମନୋରମା ଓଝାଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଚ୍ଥି । ସେହିପରି ୨୦୨୩-୨୪ ବର୍ଷ ପାଇଁ ଜିଲ୍ଳ୍‌ା ସ୍ତରୀୟ ଶ୍ରେଷ୍ଠ ଉପକେନ୍ଦ୍ର- ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପୁରସ୍କାର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ କଲଣ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଜହ୍ନା ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ପୁରସ୍କୃତ କରାଯାଇଚ୍ଥି । ଏଥି ସହିତ ଜିଲ୍ଳ୍‌ାର ୨୦୨୩-୨୪ ବର୍ଷ ପାଇଁ ଗୋଷ୍ଠୀ ସ୍ୱ୍‌ସ୍ଥ୍ୟ କେନ୍ଦ୍ର ସ୍ତରୀୟ ୧୧ ଜଣ ଆଶାକର୍ମୀଙ୍କୁ ପ୍ରଥମ ପୁରସ୍କାର, ୧୧ ଜଣ ଆଶା କର୍ମୀଙ୍କୁ ଦ୍ୱିତୀୟ ପୁରସ୍କାର ଏବଂ ୧୧ ଜଣ ଆଶାକର୍ମୀଙ୍କୁ ତୃତୀୟ ପୁରସ୍କାରରେ ସମ୍ମାନିତ କରାଯିବା ସହ ୨୦୨୩-୨୪ ବର୍ଷ ପାଇଁ ଗାଁ କଲ୍ୟାଣ ସମିତି, ବାଣପୁର, କନିକାପଡା, ଜାମପଡା, ବାଙ୍ଗରକୋଟା, ଦେଊଳି, ନଥୁଆବର, ସମିଆ, ଅଳତିରି, ଖରଡି ଏବଂ ଆଉଁରୀ ଗାଁ କଲ୍ୟାଣ ସମିତିକୁ ନେଇ ୧୦ ଗୋଟି ଗାଁ କଲ୍ୟାଣ ସମିତିକୁ ସୁସ୍ଥ ଗାଁ ପୁରସ୍କାର ପ୍ରଦାନ କରାଯାଇଚ୍ଥି ।
ଅନ୍ୟ ମାନଙ୍କ ମଧ୍ୟରେ ଡ୍ୟାମ୍ ଶ୍ରୀ ସରୋଜକାନ୍ତ ଦାସ, ଡିଡିଏମ୍ ମଧୁସ୍ମିତା ପାଢୀ, ଏଏମ୍‌ସିପି ଶ୍ରୀ ନେତ୍ରାନନ୍ଦ ଜେନା, ଏଏମ୍‌କ୍ୟୁଏ ଲୋପାମୁଦ୍ରା ଦାସମହାପାତ୍ର, ଆଇସିଏ ଶୁଭ୍ରଜିତ୍ ପୃଷ୍ଟି, ପିପିଏମ୍ ମାନସ ରଂଜନ ସାମଲ, ସିସିଟି ରମେଶ ଚନ୍ଦ୍ର ମିଶ୍ର, ଡିଭିଏଲ୍‌ଏମ୍ କଳ୍ପନା ଦାସ, ଏପିଏମ୍ ଭାବଗ୍ରାହୀ ମିଶ୍ର, ଡିପିଏଚ୍‌ସିଓ ସ୍ମୃତିଲତା ବିଶ୍ୱାଳ, ଏଡିପିଏଚ୍‌ସିଓ ସଂଯୁକ୍ତା ପଣ୍ଡା, ବିବିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅପିଂସର, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଜନ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ପଦାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

Related Posts

About The Author

Add Comment