ନେମାଳ (ସନ୍ଧାନ ନ୍ୟୁଜ) ମହାପୁରୁଷ ଅତ୍ୟୁତାନନ୍ଦ ମହାବିଦ୍ୟାଳୟ ସହବନ୍ଧିତ ହୋଇଥିବା କଟକ ଗ୍ରୁପ୍ ହେଡକ୍ବାଟସ ଅଧୀନସ୍ଥ ଫାଷ୍ଟ ଓଡ଼ିଶା ଆର୍ଟି ବ୍ୟାଟେରୀ ଏନ୍.ସି.ସି.ର ଦଶଦିନିଆ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିର ବଣିଆଟାଙ୍ଗୀ ଜି.ଆଇ.ଇ.ଟି. ପରିସରରେ ଅଫିସର କମାଣ୍ଡିଂ କର୍ଣ୍ଣେଲ ଦେବବ୍ରତ ମୈତ୍ରାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏଥିରେ ଲେଫଣାଣ୍ଟ ସୁଶାନ୍ତ କୁମାର ସାହୁ, ରତିକାନ୍ତ ସ୍ଵାଇଁ, ଫାଷ୍ଟ ଅଫିସର ମହେନ୍ଦ୍ର କୁମାର ଘଡ଼େଇ, ସେକେଣ୍ଡ ଅଫିସର ରଘୁନାଥ ସାହୁ, ହରିଶ ନାୟକ, ଥାର୍ଡ ଅଫିସର ପାର୍ଥସାରଥୀ ମଲ୍ଲିକ, ପ୍ରଫେସର ଜଗନ୍ନାଥ ପ୍ରଧାନ, ସୁବେଦାର ଅନନ୍ତ କୁମାର ଶୁକ୍ଳା , ନାଏବ ସୁବେଦାର ସନ୍ଦୀପ ପାଟିଲ ପ୍ରମୁଖ ପ୍ରଶିକ୍ଷକ ଓ ସିଭିଲ ଷ୍ଟାଫ୍ ପ୍ରସନଜିତ ଶୁକ୍ଳା, ବୈକୁଣ୍ଠ ରାଉତ ଓ ଅନାଦି ଚରଣ ବେହେରା ସହଯୋଗୀ ଭାବେ ଯୋଗ ଦେଇ ସଡ଼କ ସୁରକ୍ଷା, ଡ୍ରିଲ, ମ୍ୟାପ ରିଡି° , ବନ୍ଧୁକ ଚାଳନା ଓ ଶାରୀରିକ କ୍ରୀଡା କୌଶଳ ଆଦି ବିଷୟରେ ଶିକ୍ଷାଦାନ ଦିଆଯିବ ସହ ସ୍ଵଚ୍ଛ ନିର୍ମଳ ପରିବେଶ ଓ ଚରିତ୍ର ଗଠନ ମାଧ୍ୟମରେ ଆଦର୍ଶ ଦେଶ ଭକ୍ତ ସୃଷ୍ଟି କରିବା ଉଦ୍ଦେଶ୍ୟରେ କ୍ୟାଡେଟମାନଙ୍କୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରକ୍ଷା ଯାଇଅଛି ।
ଆର୍ଟି ବ୍ୟାଟେରୀ ଏନ୍.ସି.ସି. କ୍ୟାମ୍ପ ଉଦଘାଟିତ
|
January 11, 2026 |



